ଦେଶ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ମୁଁ ଟଙ୍କାଏ ମଧ୍ୟ ଅନୁଦାନ ଦେବି ନାହିଁ : ଏଲନ ମସ୍କ – Ibnodisha

[ad_1]

ୱାଶିଂଟନ: ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟରେ ଏଲନ ମସ୍କ ଲେଖିଛନ୍ତି ମୁଁ ସ୍ପଷ୍ଟ ଭାବେ କହୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୁଁ କୌଣସି ପ୍ରାର୍ଥୀଙ୍କୁ ଆର୍ଥିକ ଅନୁଦାନ ଦେବି ନାହିଁ। ମସ୍କଙ୍କ ଏହି ମନ୍ତବ୍ୟ ଫ୍ଳୋରିଡାରେ ପୂର୍ବ ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର ୨ ଦିନ ପରେ ଦେଇଛନ୍ତି। ମସ୍କଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକାର ଅନ୍ୟ ଧନୀକଙ୍କ ଭଳି ମସ୍କ ରାଷ୍ଟ୍ରପତି ନିର୍ବାଚନରେ ଅଧିକ ଚାନ୍ଦା ଦେଇ ନାହାନ୍ତି। ଗତ କିଛି ବର୍ଷ ଧରି ସେ ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ ପାର୍ଟିକୁ ସମାନ ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରିବା ଜାରି ରଖିଛନ୍ତି। ନ୍ୟୁୟର୍କ ଟାଇମ୍ସ ଅନୁସାରେ ଟ୍ରମ୍ପଙ୍କ ସହିତ କେତେକ ଶିଳ୍ପପତି ଏବଂ ଧନୀକ ରବିବାର ଏକ ବୈଠକରେ ଯୋଗ ଦେଇଥିଲେ। ଇତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ରିପବ୍ଲିକାନ୍ ପ୍ରାର୍ଥୀ ନିକ୍କି ହାଲି ନିଜକୁ ଦୂରେଇ ନେଇଛନ୍ତି। ସେ ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରାଥମିକ ଅଭିଯାନରେ ଟ୍ରମ୍ପଙ୍କ ଏକମାତ୍ର ପ୍ରତିଦ୍ବନ୍ଦ୍ବୀ ଥିଲେ। ସେ ସୁପର ମଙ୍ଗଳବାରରେ ୧୫ ଜିଓପି ପ୍ରତିଯୋଗିତାରେ ୧୪ରେ ବିଜୟ ହାସଲ କରିଥିଲେ। ହାଲି ୪୩ ରିପବ୍ଲିକାନ୍ ପ୍ରତିନିଧିଙ୍କୁ ଜିତିଥିବାବେଳେ ଟ୍ରମ୍ପ୍ ୭୬୪ ପ୍ରତିନିଧିଙ୍କୁ ଜିତିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button