IBN ଓଡ଼ିଶା ବ୍ୟୁରୋ

ହି ଘରୋଇ ଉପାୟରେ ଚୁଟ୍‌କୀରେ ହେବ ଦୂର ହେବ ଭୀଷଣ ଦାନ୍ତ ଯନ୍ତ୍ରଣା

ଦାନ୍ତ ସମସ୍ୟା ଏବେ ଏକ ଚିନ୍ତାର ପ୍ରମୁଖ କାରଣ ପାଲଟିଛି । ପିଲାଠୁ ବୟସ୍କ ସମସ୍ତେ ଦାନ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ନୀତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଦାନ୍ତ ରୋଗ ହେଉଛି । ଦାନ୍ତରେ ଅସହ୍ୟ ଯନ୍ତ୍ରଣା କାରଣରୁ ରାତିରେ ଶୋଇବା ବି ମୁସ୍କିଲ ହୋଇପଡୁଛି । କେବଳ ରାତିରେ ନୁହେଁ ଦୈନନ୍ଦିନ ଜୀବନରେ ବି ଏହା ପ୍ରଭାବ ପକାଇଥାଏ । ତେଣୁ ଦାନ୍ତରେ ସାମାନ୍ୟ ଯନ୍ତ୍ରଣାକୁ ବି ଅଣଦେଖା କରିବା ଉଚିତ ନୁହେଁ ।

ଦାନ୍ତ ଯନ୍ତ୍ରଣା ହେଲେ ବଡ ସମସ୍ୟା ଉପୁଜେ । କିନ୍ତୁ ଘରୋଇ ଉପାୟରେ ବି ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ଏଭଳି କିଛି ଟିପ୍ସ ଉପରେ ନଜର ପକାନ୍ତୁ ଆଉ ଘରେ ରହି ସ୍ବଳ୍ପ ଖର୍ଚ୍ଚରେ ଦାନ୍ତ ଯନ୍ତ୍ରଣା କମାନ୍ତୁ ।

ଦାନ୍ତ ଯନ୍ତ୍ରଣାରୁ କିପରି ମୁକ୍ତି ପାଇବେ?

ଲୁଣ ଏବଂ ଲବଙ୍ଗ: ପ୍ରଥମେ କିଛି ଲବଙ୍ଗ ଗୁଣ୍ଡକୁ ଭଲ ଭାବରେ ଗୁଣ୍ଡ କରନ୍ତୁ ଏବଂ ତା’ପରେ ଏହାକୁ ଲୁଣ ସହିତ ମିଶାନ୍ତୁ । ରାତିରେ ଶୋଇବା ପୂର୍ବରୁ ଯନ୍ତ୍ରଣା ହେଉଥିବା ଦାନ୍ତ ଭିତରେ ସେହି ଲୁଣ ଓ ଲବଙ୍ଗ ଗୁଣ୍ଡକୁ ଭର୍ତ୍ତି କରନ୍ତୁ । ସକାଳୁ ଉଠିବା ବେଳକୁ ଯନ୍ତ୍ରଣା ଦୂର ହୋଇଯିବ ।

ହଳଦୀ ଏବଂ ଲୁଣ: ଏକ ଛୋଟ ପାତ୍ରରେ ଗୋଟିଏ ଚାମଚ ହଳଦୀ ପାଉଡର ଏବଂ ଅଧା ଚାମଚ ଲୁଣକୁ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଦାନ୍ତରେ ଘଷନ୍ତୁ । ଧୀରେ ଧୀରେ ଅସହ୍ୟ ଯନ୍ତ୍ରଣା ଦୂର ହେବ ।

ନିମ୍ବ ପତ୍ର: ନିମ୍ବ ପତ୍ରକୁ ଗ୍ରାଇଣ୍ଡିଂ କରି ରସ ବାହାର କରନ୍ତୁ ଏବଂ ଏହାକୁ ପାଟି ଭିତରେ ଭଲ ଭାବେ କୁଳୁକୁଳୁ କରନ୍ତୁ । ଫଳରେ ଜୀବାଣୁ ସୃଷ୍ଟି କରୁଥିବା ଯନ୍ତ୍ରଣାକୁ ଏହା ନାଶ କରିବ ଏବଂ ଯନ୍ତ୍ରଣାରୁ ମୁକ୍ତି ଦେବ ।

ପିଆଜ ଖଣ୍ଡ: ପିଆଜ ସାଧାରଣତଃ ଖାଦ୍ୟ ତିଆରି କରିବା ତଥା ଖାଦ୍ୟଗୁଡିକର ସ୍ବାଦ ବଢାଇବାକୁ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଯଦି ଏହାକୁ କାଟି ଯନ୍ତ୍ରଣା ହେଉଥିବା ଦାନ୍ତ ମଝିରେ ଦେବେ ତେବେ ଯନ୍ତ୍ରଣା କମିଥାଏ ।

ଲେମ୍ବୁ ରସ: ଲେମ୍ବୁ ରସ ଜୀବାଣୁଙ୍କର ଶତ୍ରୁ । ଦାନ୍ତକୁ ଖରାପ କରୁଥିବା ଜୀବାଣୁଙ୍କୁ ନଷ୍ଟ କରିଥାଏ ଲେମ୍ବୁ ରସ। ଏକ ଗ୍ଲାସରେ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ଗାର୍ଗେଲିଂ କଲେ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button