IBN ଓଡ଼ିଶା ବ୍ୟୁରୋ

ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ଆଜିକାଲି କମ୍‌ ବୟସର ହୁଅନ୍ତୁ କିମ୍ବା ମଧ୍ୟ ବୟସ୍କ ପୁରୁଷ ସମସ୍ତେ ଯୌନ ଶକ୍ତି ବଢାଇବାକୁ ଚାହାନ୍ତି। ଏଥିପାଇଁ ଅନେକ ଟାବଲେଟ୍‌ ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଅନେକ ଭଲ ଡାଏଟ୍‌ ନେଉଥିବା ବେଳେ ଯୌନ ଶକ୍ତି ବଢାଇବାକୁ କିଛି ଲୋକ ଟାବଲେଟ୍‌ ଖାଇଥାନ୍ତି। ଶାରୀରିକ ଶକ୍ତି ବଢାଇବାକୁ ଅନେକ ଗୁଡିଏ ଟାବଲେଟ୍‌ ଓ କ୍ୟାପସୁଲ୍‌ ମିଳୁଛି। ଯାହାକି ଯୌନ ଶକ୍ତି ତ ବଢାଇଥାଏ କିନ୍ତୁ ଶରୀର ଉପରେ ସାଂଘାତି ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥାଏ ।

କିନ୍ତୁ ଅନେକ ଲୋକ ଜାଣିନଥାନ୍ତି କି ଏହା ଦ୍ବାରା ଶରୀର ଉପରେ ସାଂଘାତିକ ପ୍ରଭାବ ପଡିଥାଏ। ଏପରିକି ପରବର୍ତ୍ତୀ ସମୟରେ ଜୀବନ ବି ନେଇ ଯାଇପାରେ । କିନ୍ତୁ ଏମିତି କିଛି ଫଳ ରହିଛି ଯାହାକି ଯୌନ ଶକ୍ତି ତଥା ଷ୍ଟାମିନା ବଢାଇଥାଏ। ଏହି ଫଳ ଖାଇଲେ ଟାବଲେଟ୍‌ର ଆବଶ୍ୟକତା ପଡିବ ନାହିଁ ।

ସେଓରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ଥାଏ, ଯାହାକି ନମ୍ପୁସକତା ଦୂର କରିବା ସହିତ ଯୌନ ଶକ୍ତି ବଢାଇଥାଏ ।
କାଜୁରେ ଜିଙ୍କ ପ୍ରଚୁର ପରିମାଣର ଥାଏ, ଏହାକୁ ଖାଇଲେ ପୁରୁଷଙ୍କ ଶକ୍ତି ବଢିଥାଏ।
ଆଲମଣ୍ଡରେ ପ୍ରୋଟିନ୍‌ ଥିବାରୁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଓ ଯୌନ ଶକ୍ତି ବଢିଥାଏ।

ବିଟ୍‌ ରୁଟ୍‌ରେ ନାଇଟ୍ରେଟସ୍‌ ଥିବାରୁ ଏହା ଶକ୍ତ କରିଥାଏ ଆଉ ଶକ୍ତି ବଢିଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ମଧ୍ୟ ଥାଏ ।
ଓଟସ୍‌ ଓ ଗାଜର ଖାଇଲେ ପୁରୁଷଙ୍କ ଯୌନ ଶକ୍ତି ବଢିଥାଏ । ଏହା ସହିତ ଓଟସ୍‌ ଆଉ ଗାଜରରେ ପ୍ରଚୁର ପରିମାଣର ଭିଟାମିନ୍‌ ମଧ୍ୟ ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button