IBN ଓଡ଼ିଶା ବ୍ୟୁରୋ

ଭାରତରେ ଏଭଳି ଗୋଟେ ଅଦାଲତ ଯେଉଁଠାରେ ଦିଆଯାଇଥାଏ ଦେବୀ ଓ ଦେବତାଙ୍କୁ ଦଣ୍ଡ

ଏବେ ଦୋଷୀ ମାନଙ୍କୁ ଦଣ୍ଡ ଦେବା ପାଇଁ ଅନେକ ବିଧାନ ଓ ନିୟମକାନୁନ ରହିଛି। କିନ୍ତୁ ପୌରାଣିକ ଯୁଗରେ ଈଶ୍ୱର ଓ ମହର୍ଷି ମାନଙ୍କ ଦ୍ଵାରା ଦଣ୍ଡ ଦିଆଯାଉ ଥିଲା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭାରତରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ ମନୁଷ୍ୟ ନୁହେଁ ଦେବୀ ଓ ଦେବତାଙ୍କୁ ଦଣ୍ଡ ଦିଆଯାଇଥାଏ। ଏଠାରେ ମନୁଷ୍ୟ ଦେବୀ ଓ ଦେବତାଙ୍କୁ ଦଣ୍ଡ ଦେବା ପାଇଁ ପ୍ରାର୍ଥନା କରିଥାଏ।

ଆଜି ଆମେ ଆପଣଙ୍କୁ ଯେଉଁ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ତାହା ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲାରେ ଅବସ୍ଥିତ ଅଟେ।ଏଠାରେ କେଶକାଳ ଅଞ୍ଚଳର ଭଙ୍ଗାରାମ ଦେବୀ ମନ୍ଦିର ଅତ୍ୟନ୍ତ ପ୍ରସିଦ୍ଧ ଅଟେ। ଦେବୀ ଭଙ୍ଗାରାମ ଏଠାରେ କୋଟି କୋଟି ଦେବୀ ଓ ଦେବତାଙ୍କ ମଧ୍ୟରେ ପ୍ରସିଦ୍ଧ ଅଟନ୍ତି। ଏହି ଖାସ ଆୟୋଜନରେ ଗାଆଁର ସମସ୍ତ ବ୍ୟକ୍ତି ସାମିଲ ହୋଇଥାନ୍ତି ଏବଂ ନିଜ ସହିତ ଘରର ଠାକୁର ନେଇ ଆସି ଥାଆନ୍ତି।

ଗାଆଁ ଲୋକେ ନିଜ ଠାକୁରଙ୍କୁ ଦଣ୍ଡ ଦେବା ପାଇଁ ଭଙ୍ଗାରାମ ଦେବୀଙ୍କ ପାଖରେ ପ୍ରାର୍ଥନା କରିଥାନ୍ତି। ତାପରେ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଦାଲତ ଚାଲିଥାଏ। ତାପରେ ଦେବୀ ତାଙ୍କ ନିଷ୍ପତ୍ତି ଶୁଣାଇ ଥାଆନ୍ତି। ମାନ୍ୟତା ଅନୁସାରେ ମନ୍ଦିରର ପୂଜକଙ୍କ ଶରୀରରେ ଦେବୀ ପ୍ରବେଶ କରି ତାଙ୍କ ନିଷ୍ପତ୍ତି ଶୁଣାଇ ଥାଆନ୍ତି। ଦଣ୍ଡ ଦେବା ଅର୍ଥ ମନ୍ଦିରରୁ ନିଷ୍କାସିତ ବା ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଇଥାଏ। ମୃତ୍ୟୁଦଣ୍ଡରେ ଠାକୁର ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଥାଏ। ନିଷ୍କାସିତ କରିବାର ଅର୍ଥ ଗୋଟେ ବଡ଼ ଜେଲରେ ଠାକୁର ମୂର୍ତ୍ତିକୁ ରଖା ଯାଇଥାଏ।

ଏହି ସମୟରେ ମୂର୍ତ୍ତି ଗୁଡ଼ିକର ଗହଣା ମନ୍ଦିରରେ ହିଁ ରଖି ଦିଆଯାଇଥାଏ। ଦଣ୍ଡର ଅବଧି ପୂରଣ ହେବା ପରେ ମୂର୍ତ୍ତିକୁ ପୁନର୍ବାର ମନ୍ଦିରରେ ସ୍ଥାପନ କରାଯାଇଥାଏ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଲୋକେ ଭଗବାନଙ୍କ ବିରୁଦ୍ଧରେ ଦେବୀଙ୍କ ପାଖରେ କାହିଁକି ଅଭିଯୋଗ କରିଥାନ୍ତି। କାରଣ ବର୍ଷ ବର୍ଷ ଖରାପ ଫସଲ, ବର୍ଷା ନହେବା, ବନ୍ୟା ବାତ୍ୟା ହେବା, ମରୁଡି ହେବା ଭଳି ସମସ୍ୟା ଯୋଗୁଁ ଲୋକେ ଇଷ୍ଟ ଦେବଙ୍କ ନାମରେ ଦେବୀ ଭଙ୍ଗାରାମଙ୍କ ପାଖରେ ଅଭିଯୋଗ କରିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button