ରାଜ୍ୟ

ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ – Ibnodisha

[ad_1]

ଭୁବନେଶ୍ୱର : ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍‌ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ କେତେ  ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଣି ଡାକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲା ଦିଲ୍ଲୀ ଗଲେ । ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗଲେ । ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଗଲେ ଦିଲ୍ଲୀ ।

ସୂଚନାଯୋଗ୍ୟ, ଶନିବାର ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେପି ବିଧାନସଭାରେ ୮୦ ଓ ଲୋକସଭାରେ ୧୬ରୁ ଅଧିକ ଆସନରେ ଜିତିବ ବୋଲି  ଖୋଦ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଉଭୟ ଦଳ ଭିତରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଆମେ ରାଜ୍ୟର ସବୁ ସିଟରେ ଲଢିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ବିଜେପି ୮୦ରୁ ଅଧିକ ସିଟ ପାଇ  ସରକାର ଗଢିବୁ । ଲୋକସଭାରେ ୧୬ରୁ ଅଧିକ ଆସନରେ ବିଜୟୀ ହେବୁ ବୋଲି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାର ବିଜୟପାଲ ସିଂ ତୋମାର କହିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button