ରାଜନୀତି

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ତିନିଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନୀତ କଲା- ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର – ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ମହାନ୍ତିଙ୍କ ପୌରହିତ୍ୟରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲ୍ଳାର ଚାରିଜଣ ବିଶିଷ୍ଟ ମହିଳାଙ୍କୁ ସମ୍ମାନୀତ କରାଯାଇଥିଲା । ସାମଜସେବୀ ଶ୍ରୀମତୀ ଅନୁରାଧ ଦାସ, ବିଶିଷ୍ଟ ସାମ୍ବାଦିକା ଶ୍ରୀମତୀ ସମୀକ୍ଷା ପଟ୍ଟନାୟକ, ଆଦିବାସୀ ବର୍ଗର ଶିକ୍ଷାର ବିକାଶ ନିମନ୍ତେ କାମ କରୁଥିବା ମହିଳା ଶ୍ରୀମତୀ ଲକ୍ଷ୍ମିପ୍ରିୟା ଖଣ୍ଡେଇ ଓ ଲକ୍ଷ୍ମିପ୍ରିୟା ପଲେଇଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ମହାନ୍ତି, ରାଜ୍ୟ ମହିଳା କଂଗ୍ରେସର ଉପସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ଜିଲ୍ଲା ଉପସଭାପତି ଶୁଭଦ୍ରା ମିଶ୍ର, ଜିଲ୍ଲା ସାମାଜିକ ଗଣମାଧ୍ୟମର ମୁଖ୍ୟ ସ୍ନେହା ଜେନା ଓ ଅନ୍ୟମାନେ ସେମାନଙ୍କର ଗୁଣଗାନ କରିଥିଲେ ।
ଏହି ସଭାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ମହିଳାମାନଙ୍କର ସମାଜରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହିତ ଆସନ୍ତା ଦିନରେ ଏକ ସୁସ୍ଥ ସମାଜ ଗଠନ କରିବାପାଇଁ ହେଲେ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାରୀ ଦେବାକୁ ପଡ଼ିବ ବୋଲି କହିଥିଲେ ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଚୈତାଳୀ ପଟ୍ଟନାୟକ, ଲକ୍ଷ୍ମିପ୍ରିୟା ଦାସ, ସିପ୍ରା ସେନାପତି, ଉର୍ବଶ୍ରୀ ମିଶ୍ର ଓ ଜିଲ୍ଲାର ବହୁ ମହିଳା କର୍ମୀ ଉପସ୍ଥିତ ଥିଲେ । ବ୍ଲକ ସଭାପତି ପ୍ରାଚୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button