ରାଜନୀତି

ମନ୍ତ୍ରୀ ଶ୍ରୀ ଢ଼ୋଲକିଆଙ୍କ ଇସ୍ତଫା ଦାବୀ କଲା କଂଗ୍ରେସ – Ibnodisha

[ad_1]

– ବିଜେଡ଼ି ସରକାରର ଭ୍ରଷ୍ଟାଚାରର ପ୍ରତୀକ ଢ଼ୋଲକିଆ
– ଇସ୍ତଫା ନଦେଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ
ଭୁବନେଶ୍ୱର : ଓଡ଼ିଶାର ବିଜେଡ଼ି ସରକାରର ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ ସଂଗୀନ ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ହୋଇଛି । ଜିଲ୍ଲାବାସୀଙ୍କ ଅକୁଣ୍ଠ ସମର୍ଥନ ଏହି ବନ୍ଦ ପଛରେ ରହିଛି । ଶ୍ରୀ ଢ଼ୋଲକିଆ ବିଭିନ୍ନ ପ୍ରକଳ୍ପରେ ଅର୍ଥ ଆତ୍ମସାତରେ ଲିପ୍ତ । ସିମେଂଟ, ରଡ଼ ଇତ୍ୟାଦି ଚୋରାରେ ସେ ଏବଂ ତାଙ୍କ କର୍ମୀମାନେ ସଂଶ୍ଲିଷ୍ଟ । ସେଥିପାଇଁ ଏକଦା ନୂଆପଡ଼ା ବିଡ଼ିଓ ଥାନରେ ଏତଲା ଦେଇଥିଲେ । ତାଙ୍କ କର୍ମୀମାନଙ୍କୁ ପୋଲିସ ଗିରଫ କରିଥିବାବେଳେ ମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ଏମ୍‌.ଏଲ.ଏ ଲ୍ୟାଡ଼, ଅନ୍ୱେଷା ଯୋଜନା, ବିଶ୍ୱସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସରକାରୀ ଚାକିରୀ ବିକ୍ରି କରିବା ଇତ୍ୟାଦି ଅଭିଯୋଗରେ ସେ ଅଭିଯୁକ୍ତ । ଖୋଦ୍ ବିଜେଡ଼ି ଦଳର ଜିଲ୍ଲା ସଭାପତି, ଯୁବ ବିଜେଡ଼ି ସଭାପତିଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ନେତାମାନେ ଏହି ଅଭିଯୋଗ ଆଣି ଆଜି ନୂଆପଡ଼ା ବନ୍ଦ ଡାକରା ଦେଇଥିଲେ । ଏହାକୁ ନୂଆପଡ଼ାବାସୀ ସମର୍ଥନ ଦେଖାଇଛନ୍ତି । ଏହାକୁ କଂଗ୍ରେସ ଦଳ ଅତ୍ୟନ୍ତ ଗୁରୁତର ଭାବରେ ବିଚାର କରି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଅଭିଯୁକ୍ତ ଶ୍ରୀ ଢ଼ୋଲକିଆଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ମନ୍ତ୍ରୀ ଢ଼ୋଲକିଆ ଯଦି ଇସ୍ତଫା ନ ଦିଅନ୍ତି ବା ତାଙ୍କୁ ଯଦି ବରଖାସ୍ତ କରାନଯାଏ ତେବେ କଂଗ୍ରେସ ଦଳ ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ମାର୍ଚ୍ଚ ୨ ତାରିଖରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ସରକାର ୩୦ ପ୍ରତିଶତ ପିସି ସରକାର ବୋଲି ଅଭିଯୋଗ ଆଣିଥିଲା । ପଂଚାୟତ ଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଛି । ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡ଼ି ବିଧାୟକ ସମ୍ବିତ ରାଉତରାୟ କହିଥିଲେ ଯେ କଂଗ୍ରେସ ଏହାର ପ୍ରମାଣ ଦେଉ । ଆଜି ଖୋଦ ବିଜେଡ଼ି ଦଳର ଜିଲ୍ଲା ସଭାପତି ଓ ଛାମୁଆଁ ନେତାମାନେ ବିଜେଡ଼ି ଦଳର ମନ୍ତ୍ରୀଙ୍କ ବିରୋଦ୍ଧରେ ଏଭଳି ସଂଗୀନ ଅଭିଯୋଗ ଆଣିଲା ପରେ ଆହୁରି ପ୍ରମାଣର ଆବଶ୍ୟକତା ଅଛି କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ନୂଆପଡ଼ାର ବିଜେଡ଼ି ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ମୁହଁ ଖୋଲି ଉଦାହରଣ ସୃଷ୍ଟି କରିଛନ୍ତି । ରାଜ୍ୟରେ ଅନ୍ୟାନ୍ୟ ସ୍ଥାନମାନଙ୍କରେ ସଚ୍ଚା ବିଜେଡ଼ି ନେତା ଓ କର୍ମୀମାନେ ଏହିଭଳି ପ୍ରତିବାଦ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି । ନୂଆପଡ଼ାବାସୀ ମଧ୍ୟ ଦୁର୍ନୀତି ବିରୁଦ୍ଧରେ ବନ୍ଦ ଆନ୍ଦୋଲନରେ ସାମିଲ ହୋଇ ଏକ ନଜିର ସୃଷ୍ଟି କରିଛନ୍ତି । ଓଡ଼ିଶାର ଜନତା ଭ୍ରଷ୍ଟାଚାରୀ ବିଜେଡ଼ି ସରକାର ବିରୁଦ୍ଧରେ ଏହିଭଳି ପ୍ରତିବାଦ କରି ଦୁର୍ନୀତିଖୋର ବିଜେଡ଼ି ସରକାରକୁ ଉଚିତ୍ ଯବାବ ଦେବାକୁ ଶ୍ରୀ ଦାସ ନିବେଦନ କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ, ପିସିସି ମୁଖପାତ୍ର ରବୀନ୍ଦ୍ର ଆଚାର୍ଯ୍ୟ ଓ ଇଂ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button