ରାଜ୍ୟ

ଭୁବନେଶ୍ୱରରେ ପୁଲିସ ହାତରେ ଧରାପଡ଼ିଲେ ଡକାୟତି ଗ୍ୟାଙ୍ଗ – Ibnodisha

[ad_1]

ଭୁବନେଶ୍ବର: ଭୁବନେଶ୍ୱର ଇନ୍‌ଫୋସିଟି ପୁଲିସ ହାତରେ ଧରାପଡ଼ିଲେ ଡକାୟତି ଗ୍ୟାଙ୍ଗ। ମଦ ଦୋକାନରୁ ଡକାୟତି ଯୋଜନା କରୁଥିବା ବେଳେ ପଟିଆ ଖେଳପଡ଼ିଆ ନିକଟରୁ ସେମାନଙ୍କୁ ଧରିଲା ପୁଲିସ। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଇନଫୋସିଟି ଥାନା ଅଧୀନ ପଟିଆ ଷ୍ଟେସନ୍ ରୋଡ଼ରେ ଥିବା ଖେଳପଡିଆ ଗେଟ୍ ନିକଟରେ ୫ ଜଣ ଡକାୟତ ଡକାୟତି ଯୋଜନା କରୁଥିଲେ । ସ୍ଥାନୀୟ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ଓ ରାସ୍ତାରେ ଯାତାୟାତ କରୁଥିବା ପଥିକ ମାନଙ୍କୁ ଡକାୟତି କରିବା ନିମନ୍ତେ ମାରଣାସ୍ତ୍ର ରଖି ଘଟଣା ସ୍ଥଳରେ ଏକତ୍ରିତ ହୋଇଥିଲେ । ବିଶେଷସୂତ୍ରରୁ ଖବରପାଇ, ଇନଫୋସିଟି ଥାନାଧିକାରୀଙ୍କ ନର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ପୋଲିସ ଟିମ୍ ଅତର୍କିତ ଚଢାଉ କରି ୫ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ରୋମି ନାୟକ , କାର୍ତ୍ତିକ ବେହେରା ଓରଫ ଦଶାଇ , ଜିତେନ୍ଦ୍ର ସାମଲ , ଏସ୍.କେ ଇସଲାମ ଓରଫ କଦମ , କେ. ଶିବାଜୀ। ତେବେ ଏଓହି ସମସ୍ତ ଅଭିଯୁକ୍ତ ରାଜଧାନୀ ସ୍ଥିତ ଶିଖରଚଣ୍ଡୀ ନଗରର ବୋଲି ଜଣାପଡିଛି । ଅଭିଯୁକ୍ତଙ୍କର ତଲାସି ବେଳେ ପୋଲିସ ସେମାନଙ୍କ ଠାରୁ ଦୁଇଟି ଲୁହା ରଡ୍, ଦୁଇଟି ବଡ ବଡ କାତି, ଗୋଟେ ଛୁରୀ, ଗୋଟେ ପ୍ୟାକେଟ୍ ଲଙ୍କା ପାଉଡର, ତିନୋଟି ଖାଲି ମଦବୋତଲ, ଗୋଟିଏ ପାଣି ବୋତଲ ଓ ସିଗାରେଟ ପ୍ୟାକେଟ୍ ଜବତ କରିଛି । ପଚରା ଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button