ରାଜ୍ୟ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଝିଅ ମୃତ , ବାପା ଓ ପୁଅ ଗୁରୁତର – Ibnodisha

[ad_1]

ଗଞ୍ଜାମ : ଅଜଣା ଗାଡ଼ି ଧକ୍କାରେ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ପୁଅ ଗୁରୁତର ଆହତ। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ୫ ବର୍ଷୀୟ ଝିଅ ଉଷାରାଣୀ ପାତ୍ର। ଆହତ ଲିଙ୍ଗରାଜ ପାତ୍ର ଓ ତାଙ୍କ ପୁଅ ୮ ବର୍ଷୀୟ ପୁଅ ରାଜେନ୍ଦ୍ର ପାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ଲିଙ୍ଗରାଜ ତାଙ୍କ ଝିଅ ଓ ପୁଅ ମିଶି ବିବାହ ଭୋଜିରେ ଯୋଗଦେବାକୁ ଗଣ୍ଡାପଲ୍ଲୀ ଗ୍ରାମକୁ ଯାଉଥିଲେ। ଜାତୀୟ ରାଜପଥ ପାର୍ ହେଉଥିବା ବେଳେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ବାପା, ଝିଅ ଓ ପୁଅ ତଳେ ଛିଟିକି ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିବା ବେଳେ ଲିଙ୍ଗରାଜ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button