IBN ଓଡ଼ିଶା ବ୍ୟୁରୋ

ହାର୍ଟକୁ ସୁସ୍ଥ ରଖିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ, କେବେବି ହେବନି ହାର୍ଟ ସମସ୍ୟା

ବର୍ତ୍ତମାନ ସମୟରେ ଏକ ବିଶେଷ ସମସ୍ୟା ହେଉଛି ହୃଦଘାତ। କହିବାକୁ ଗଲେ ଦେଶରେ ସବୁଠାରୁ ଅଧିକ ମୃତ୍ୟୁ ହୃଦଘାତ ଜନିତ ଅଟେ। ଅନ୍ୟ ପଟେ ଦେଖିବାକୁ ଗଲେ ମହିଳା ମାନଙ୍କ ତୁଳନାରେ ପୁରୁଷ ମାନଙ୍କ ଠାରେ ଏହା ଅଧିକ ଦେଖା ଦେଇଥାଏ। ହେଲେ ଅନେକ ଲୋକ ଆଜି ବି ହୃଦଘାତ କାହିଁକି ହୁଏ ଅର୍ଥାତ୍ ଏହାର କାରଣ ବିଷୟରେ ଓ ଏଥି ପାଇଁ କିପରି ସାବଧାନ ରହିବାକୁ ହୁଏ ସେ ବିଷୟରେ ଅବଗତ ନ ଥାନ୍ତି।

ତେବେ ଆସନ୍ତୁ ଆଜି ହୃଦଘାତ ଜନିତ ତଥ୍ୟ ବିଷୟରେ ଜାଣିବା।

ଫି

କଣ ଆପଣ ଜାଣନ୍ତି ହୃଦଘାତ କାହିଁକି ହୋଇଥାଏ ଓ ବିଶେଷ କରି କାହାକୁ ହୋଇଥାଏ।

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ହୃଦଘାତର ମୁଖ୍ୟ କାରଣ ହେଉଛି ଧମନୀ ରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, ଖରାପ୍ କୋଲୋଷ୍ଟ୍ରୋଲ, ଧୂମ୍ରପାନ, ମୋଟାପଣ ଇତ୍ୟାଦି। ତେବେ ହୃଦଘାତକୁ ରୋକିବାକୁ ହେଲେ ଆମକୁ ଶରୀରରେ ଏହାକୁ ନିୟମିତ ଯାଞ୍ଚ କରିବାକୁ ପଡ଼ିବ। ଏହା ସହିତ ଉତ୍ତମ ଖାଦ୍ୟ, ବ୍ୟାୟାମ ଏବଂ ନିଜର ନିୟମିତ ଜୀବନ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏବେ ଆସନ୍ତୁ ଜାଣିବା କେଉଁ ସବୁ ବିଶେଷ ଖାଦ୍ୟକୁ ଗ୍ରହଣ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହିତ ଆମେ ହୃଦଘାତ ସମସ୍ୟା ଠାରୁ ଦୂରେଇ ରହି ପାରିବା।

Heart

୧- ସବୁଜ ପନିପରିବା : ପାଳଙ୍ଗ, ମେଥି, କଦଳୀ, ବ୍ରୋକଲି ଭଳି ସବୁଜ ପନିପରିବା ଓ ଶାଗ ନିୟମିତ ଭାବେ ନିଜ ଡାୟେଟରେ ସାମିଲ୍ କରନ୍ତୁ। ଏହା ହାର୍ଟକୁ ସୁସ୍ଥ ରଖିବା ସହିତ ସତେଜ ରଖିଥାଏ।

୨- ଡ୍ରାଏ ଫ୍ରୁଟ୍ : ବାଦାମ୍, କାଜୁ, କିସମିସ, ଅଖରୋଟ ଏପରି ଖାଦ୍ୟ ଖାଇବା ଦ୍ବାରା ଶରୀରରେ ରକ୍ତ ଚାପର ପରିମାଣ ନିୟନ୍ତ୍ରିତ ରହିଥାଏ। ଯାହା ହାର୍ଟ ପାଇଁ ଏକ ଭଲ ସଂକେତ ଅଟେ।

୩- ସୋୟାଫୁଡ୍ : ଏହା ଶରୀରରେ ଖରାପ୍ କୋଲୋଷ୍ଟ୍ରୋଲ୍ ସ୍ତରକୁ କମ୍ କରାଇ ଥାଏ। ଯେଉଁଥି ପାଇଁ ଶରୀର ସୁସ୍ଥ ଓ ଆକଟିଭ୍ ରହିଥାଏ।

୪- ଶସ୍ୟ ଜାତୀୟ ଖାଦ୍ୟ : ଯେପରିକି ମାଣ୍ଡିଆ, ଗଜାମୁଗ ଆଦିରେ ଫାଇବର ଅଧିକ ମାତ୍ରାରେ ରହିଥାଏ। ଯାହା ହାର୍ଟକୁ ମଜବୁତ୍ କରିବାରେ ସାହାଯ୍ୟ କରିଥାଏ।

୫- କୋଳି : ଜାମୁ, ଷ୍ଟ୍ରବେରି, ବରକୋଳି ଆଦି ଖାଇବା ଦ୍ବାରା ଏହା ହାର୍ଟର ଫଙ୍କସନ ରେ ସନ୍ତୁଳନ ବଜାୟ ରଖିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button