ନିଜ ଜନ୍ମ କଲା ଝିଅକୁ ତଣ୍ଟି ଚିପି ମାରିଦେଲା ବାପା – Ibnodisha

[ad_1]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଝିଅର ତଣ୍ଟି ଚିପି ମାରିଦେଲା ବାପା । ଆଲପୁର ଓଡ଼ିଆରପି କଲୋନୀରେ ରହୁଥିଲେ ଗୋପାଳ ବେହେରାଙ୍କ ପରିବାର। ପରିବାର କହିଲେ ପତ୍ନୀ, ୯ ବର୍ଷର ଝିଅ ଓ ୫ ବର୍ଷର ପୁଅ। ଗୋପାଳ ଓ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରନ୍ତି। ଯାହା ରୋଜଗାର କରନ୍ତି, ସେଥିରେ ଚଳେ ପୂରା ପରିବାର। ସବୁଦିନ ପରି ଆଜି ସକାଳରେ ଗୋପାଳଙ୍କ ସ୍ତ୍ରୀ ରୋଷେଇ କରୁଥିଲେ। ପୂରା ପରିବାର ସାଙ୍ଗରେ ଖାଇଥିଲେ। ଗୋପାଳ ଓ ପୁଅ ଝିଅଙ୍କୁ ଘରେ ଛାଡ଼ି କାମ କରିବା ପାଇଁ ଯାଇଥିଲେ ପତ୍ନୀ। ସେତେବେଳେ ଘରେ ସବୁ କିଛି ଠିକ୍ ଠାକ୍ ଥିଲା। ମଧ୍ୟାହ୍ନରେ ଆସିଲା ଦୁଃଖଦ ଖବର। ଘର ଭିତରେ ପଡ଼ିଥିଲା ଝିଅର ମୃତଦେହ। ଆଉ ସେଇ ସମୟରେ ଘରେ ନଥିଲେ ଗୋପାଳ। ଝିଅର ମୃତ୍ୟୁ ସମ୍ପର୍କରେ ଗୋପାଳଙ୍କ ପୁଅଠାରୁ ଖବର ପାଇ ଧାଇଁ ଯାଇଥିଲେ ସାହି ପଡ଼ିଶା। ସେତେବେଳେ ବିଛଣାରେ ପଡ଼ିଥିଲା ୯ ବର୍ଷ ଝିଅର ମୃତଦେହ। ପଡ଼ୋଶୀ ଏନେଇ ଗୋପାଳଙ୍କ ପତ୍ନୀ ଓ ଥାନାକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘରେ ଥିବା ଗୋପାଳଙ୍କ ୫ ବର୍ଷର ପୁଅକୁ ପଚାରା ଉଚରା କରିଥିଲା। ଆଉ ତାପରେ ସବୁ କଥା କହି ପକାଇଥିଲା କୁନି ପୁଅ। ବାପା ତଣ୍ଟିଚିପି ମାରିଥିବା ସେ ପୁଲିସ ପାଖରେ କହିଥିଲା। ଏହା ପରେ ପୁଲିସ ଗାଁରେ ଚକ୍କର କାଟୁଥିବା ଗୋପାଳକୁ ଅଟକ ରଖି ପଚରା ଉଚରା କରୁଛି। ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ।
[ad_2]