IBN ଓଡ଼ିଶା ବ୍ୟୁରୋ

ଚଉଠି ରାତିରେ କନିଆଁ କଲା ଏମିତି କିଛି, ଯାହା ଦେଖି ଶାଶୂଘର ଲୋକଙ୍କ ଉଡିଗଲା ହୋସ୍, ଜାଣନ୍ତୁ ପୂରା ଘଟଣା

ଗ୍ରେଟର ନୋଏଡା ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ସୋମବାର ଜଣେ ବ୍ୟକ୍ତି ଏଠାରେ ବିବାହ କରିଥିଲେ। ହନିମୁନ୍‌ ସମୟରେ କନ୍ୟା ପେଟରେ ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଶାଶୂଘର ଲୋକ ଏହା ଜାଣି ଭୟଭୀତ ହୋଇ ଯାଇ ଥିଲେ।  ସେମାନେ କନ୍ୟା ର ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ଏହାପରେ ଜାଣିବାକୁ ମିଳିଥିଲା ଯେ କନ୍ୟା 7 ମାସର ଗର୍ଭବତୀ ଅଟେ। ଏହା ଜାଣିବା ପରେ ଶାଶୂଘର ଲୋକଙ୍କ ହୋସ୍ ଉଡିଯାଇଥିଲା। ଏହା ପରେ କନ୍ୟା ପରଦିନ ସକାଳେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

Pregnant

ରିପୋର୍ଟ ଅନୁଯାୟୀ, ବର ଜଣକ ସିକନ୍ଦରାବାଦରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ଖୁବ ଧୁମଧାମରେ ସମ୍ପନ୍ନ ହେଲା। ଶ୍ୱଶୁର ଘରେ ବୋହୂ ପହଞ୍ଚିବା ପରେ ଖୁବ ସ୍ୱାଗତ ହେଲା। ହେଲେ ଚଉଠି ରାତି ଦିନ କନ୍ୟାଙ୍କ ପେଟରେ ଖୁବ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କଲେ ସ୍ୱାମୀ। ଡାକ୍ତର କହିଲେ ଯେ କନ୍ୟା ୭ ମାସର ଗର୍ଭବତୀ ଅଛନ୍ତି। ହେଲେ ଏହାକୁ କେହି ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ । ତା’ପରଦିନ କନ୍ୟା ଜଣକ ଏକ ସନ୍ତାନକୁ ଜନ୍ମ ଦେଲେ।

Bride pregnant

ବର ଘର କନ୍ୟାର ପରିବାର ଲୋକଙ୍କୁ ଏ କଥା ଜଣାଇଥିଲେ। ଏହା ପରେ ପୁଅଘର ବୋହୂକୁ ଘରେ ରଖିବାକୁ ମନା କରି ଦେଇଥିଲେ। ତାଙ୍କ ସହ ଧୋକା ହେଇଥିବା କହିଥିଲେ। ଝିଅ ପୂର୍ବରୁ ଗର୍ଭବତୀ ଥିଲା ଏ କଥା ତାଙ୍କ ଠାରୁ ଲୁଚା ଯାଇଥିଲା। ଝିଅର ପିତାମାତା ଝିଅ ଏବଂ ନବଜାତ ଶିଶୁ ସହିତ ଘରକୁ ଆସିଥିଲେ। ପୁଅଘର ଏ ବାବଦରେ ପୋଲିସ ନିକଟରେ କୋୖଣସି ଅଭିଯୋଗ କରିନାହାଁନ୍ତି। ବିବାହ ସମୟରେ ଝିଅର ପେଟ ଫୁଲି ଥିଲା, ଏହା ଉପରେ ଝିଅର ପରିବାର ସଦସ୍ୟ କହିଥିଲେ ଯେ କିଛି ସମୟ ପୂର୍ବରୁ ଝିଅର ଷ୍ଟୋନ ଅପରେସନ ହୋଇଥିଲା। ଏହି କାରଣରୁ ତା ପେଟ ସାମାନ୍ୟ ଫୁଲିଛି।

Related Articles

Leave a Reply

Your email address will not be published. Required fields are marked *

Back to top button