ଦେଶ

କ୍ୟାନସରରେ ଆକ୍ରାନ୍ତ ବ୍ରିଟେନର ରାଜକୁମାରୀ କେଟ ମିଡଲଟନ  – Ibnodisha

[ad_1]

ବ୍ରିଟେନ : ବ୍ରିଟେନର ରାଜକୁମାରୀ କେଟ ମିଡଲଟନ କ୍ୟାନସରରେ ଆକ୍ରାନ୍ତ । ଏବେ ତାଙ୍କର କେମୋଥେରାପି ଚାଲିଛି। ପ୍ରାୟ ଦୁଇ ମାସ ହେବ କେଟ ମିଡଲଟନ ସର୍ବସାଧାରଣରେ ଦେଖା ଯାଉ ନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ନାନା ଅଟକଳ ଲଗା ଯାଉଥିଲା। ମାତ୍ର ଗତକାଲି ଏକ ଭିଡିଓ ମେସେଜ ଜରିଆରେ ଖୋଦ କେଟ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଶଂସକଙ୍କୁ ଅପଟେଡ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଭଲ ପାଉଥିବା ଅଗଣିତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେଟ ମିଡଲଟନ ନିଜ ଭିଡିଓ ସନ୍ଦେଶରେ କହିଛନ୍ତି, ‘ପେଟରେ ଯନ୍ତ୍ରଣା ହେତୁ ମୁଁ ଗତ ଜାନୁୟାରୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ସେଠାରେ ସର୍ଜରୀ ପରେ ହୋଇଥିବା ପରୀକ୍ଷାରୁ ମୁଁ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ସତର୍କତା ନିମନ୍ତେ କେମୋଥେରାପିର ଏକ କୋର୍ସ କରିବାକୁ ମୋ’ ମେଡିକାଲ ଟିମ୍‌ ପରାମର୍ଶ ଦେଇଥିଲେ। ସେମାନଙ୍କ ଦ୍ୱାରା ଚିକିତ୍ସିତ ହୋଇ ମୁଁ ଧୀରେ ଧୀରେ ସୁସ୍ଥ ହେଉଛି। ମେଡିକାଲ ଟିମ୍‌ ମୋ ସ୍ୱାସ୍ଥ୍ୟର ଖୁବ୍‌ ଯତ୍ନ ନେଉଛନ୍ତି। ଏବେ ମୋର କେମୋଥେରାପି ଚାଲିଛି। ମୁଁ ଏବେ ସକରାତ୍ମକ ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହା ମୋତେ ଆରୋଗ୍ୟ ହେବାରେ ସାହାଯ୍ୟ କରୁଛି ଓ ପ୍ରତିଦିନ ମୁଁ ମଜବୁତ ହେଉଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button