ପୁଣି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ; ସିଂହଦ୍ଵାର ଥାନାରେ ଅଟକ ବିଦେଶିନୀ – Ibnodisha

[ad_1]
ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ପୁଣି ଅଣହିନ୍ଦୁ ପ୍ରବେଶ ନେଇ ଆସିଛି ଅଭିଯୋଗ । ଶ୍ରୀମନ୍ଦିରରେ ସୁରକ୍ଷାକର୍ମୀଙ୍କ ଅବହେଳା ପଦାରେ ପଡିଛି। କିଛିଦିନ ପୂର୍ବରୁ ବାଂଲାଦେଶରୁ ଆସିଥିବା ୪ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଆଜି ପୁର୍ନବାର ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଛନ୍ତି। ତେବେ ସମ୍ପୃକ୍ତ ଅଣହିନ୍ଦୁ ମହିଳା ଜଣକ ବାଇଶି ପାହାଚ ଦେଇଯାଉଥିଲେ । ଏହି ସମୟରେ ସେବାୟତଙ୍କ ଦ୍ୱାରା ଚିହ୍ନଟ ପରେ ତାଙ୍କୁ ସିଂହଦ୍ଵାର ଥାନାରେ ଅଟକ ରଖାଯାଇଥିଲା।
ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ଜଣାପଡ଼ିଛି । ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣ ପାଇଁ ପ୍ରବେଶ କଲେ ସେନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି। ସୂଚନା ଅନୁସାରେ, ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ଯାଇଥିବାବେଳେ ତାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ତାଙ୍କର ପାସପୋର୍ଟ ଯାଞ୍ଚ କରାଯାଉଥିବାବେଳେ ସମ୍ପୃକ୍ତ ବିଦେଶିନୀ ଜଣଙ୍କ ୨୦୨୩ରେ ମଧ୍ୟ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି। ସେପଟେ ଏଭଳି ଘଟଣା ପରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ବାରମ୍ବାର ଅଣହିନ୍ଦୁ ପ୍ରବେଶକୁ ହେଉଥିବାରୁ ବିଭିନ୍ନ ଅସନ୍ତୋଷ ପ୍ରକାଶ ପାଇଛି ।
[ad_2]




