ରାଜନୀତି

କଂଗ୍ରେସର ଗ୍ୟାରେଣ୍ଟି ସୁଖୀ ଓଡିଶା, ସମୃଦ୍ଧ ଓଡିଶା – Ibnodisha

[ad_1]

କେନ୍ଦ୍ରାପଡ଼ା : ଆଜି ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ ସଭାପତି ଲୋକନାଥ ମହାରଥୀଙ୍କ ପୌରୋହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାପଡା ସହରର କଜଳାସ୍ଥିତ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତିତ୍ୱରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଥିଲେ ଯେ କଂଗ୍ରେସର ଇସ୍ତାହାର କଂଗ୍ରେସର ପବିତ୍ର ପ୍ରତିଶୃତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କଂଗ୍ରେସ ଦଳ ଏକ ସୁଖୀ ଓଡିଶା ଓ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନେଇ ଇସ୍ତାହାର ପ୍ରସ୍ତୁତ କରିଛି ଏବଂ ଗତ ମାର୍ଚ୍ଚ ୧୫ ତାରିଖରେ ଭୁବନେଶ୍ୱର କଂଗ୍ରେସ ବଭନରେ ପିସିସି ସଭାପତି ଶରତ ପଟ୍ଟନାୟକ, ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ ତତ୍କାଳୀନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟାନାୟକ ଓ ପ୍ରଦେଶ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାରଙ୍କ ଦ୍ୱାରା ପ୍ରକାଶ କରାଯାଇଛି ।

୯ ଗ୍ୟାରେଂଟି ଓ ୯୦ ସଂକଳ୍ପ ବିଶିଷ୍ଟ ଇସ୍ତାହାର ସବୁ ଶ୍ରେଣୀ ଓ ସବୁ ବର୍ଗର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ଦେବା ପାଇଁ ଉଦ୍ଦିଷ୍ଟା  ୯ ଗ୍ୟାରେଂଟି ଉପରେ ଆଲୋକପାତ କରି ଶ୍ରୀ ବେହେରା କହିଥିଲେ ଯେ ବୋନସ୍ ସହ ଧାନ ସହାୟକ ମୂଲ୍ୟ କୁଇଂଟାଲ ପ୍ରତି ୩୦୦୦ ଟଙ୍କା, କୃଷିଋଣ ଛାଡ, କୃଷକ ପାଇଁ ମାସିକ ପେନ୍‌ସନ୍ ୨୦୦୦ ଟଙ୍କା, ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ, ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତା ମାସିକ ୩୦୦୦ ଟଙ୍କା, ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କଋଣ ଛାଡ, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ(ମହିଳା)ଙ୍କୁ ଭତା ୨୦୦୦ ଟଙ୍କା, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ସିଲିଣ୍ଡର, ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ଭତା, ବିଧବା ଭତା ଓ ଦିବ୍ୟାଙ୍ଗ ଭତା ମାସିକ ୨୦୦୦ ଟଙ୍କା,  କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ରାଜ୍ୟରେ ଜାତିଭିତିକ-ସାମାଜିକ ଓ  ଆର୍ଥିକ ସର୍ଭେ ଆରମ୍ଭ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୩୫ କିଲୋ ଚାଉଳ ସହିତ ୧ କେଜି ଡାଲି, ୧ ଲିଟର ତେଲ, ୧ କେଜି ଲୁଣ, ୨୫୦ ଗ୍ରାମ୍ ହଳଦୀ ଦିଆଯିବା, ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଓ ପଛୁଆ ବର୍ଗ ପାଇଁ ଜାତି ଜନଗଣନା ସହ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ନିଷ୍ପତି ନିଆଯାଇଛି । ରାଜ୍ୟବାସୀଙ୍କ ଆଶୀର୍ବାଦରୁ କଂଗ୍ରେସ କ୍ଷମତାସୀନ ହେଲେ ଇସ୍ତାହାରରେ କୁହାଯାଇଥିବା ସମସ୍ତ ଗ୍ୟାରେଣ୍ଟି କୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ । ସେ ନିବେଦନ କରି କହିଥିଲେ ଯେ ରାଜ୍ୟବାସୀ କଂଗ୍ରେସର ଇସ୍ତାହାରକୁ ଗୁରୁତ୍ୱ ଦେବେ, କଂଗ୍ରେସକୁ ବିଶ୍ୱାସକୁ ନେବେ ଓ କଂଗ୍ରେସକୁ ସମର୍ଥନ ଦେଇ ରାଜ୍ୟରେ ପରିବର୍ତନ ଆଣିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ନବନିଯୁକ୍ତ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା ରତିକାନ୍ତ କାନୁନ୍‌ଗୋ, ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ ଓ ଜିଲ୍ଲା ମୁଖ୍ୟ ମୁଖପାତ୍ର ପ୍ରଫୁଲ୍ଲ ଦାସ ଉପସ୍ଥିତ ଥିଲେ । ଜିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ନବ ନିଯୁକ୍ତ ପିସିସି ଉପସଭାପତି ଚିନ୍ମୟ ପ୍ରସାଦ ବେଉରାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଏକ ମିଶ୍ରଣ ପର୍ବ କରାଯାଇ ବିଜେଡି ଦଳ ତ୍ୟାଗ କରି ଆସିଥିବା ମହାକାଳପଡା ବ୍ଲକ ଅନ୍ତର୍ଗତ ପରକୁଳା ପଂଚାୟତର ପୂର୍ବତନ ସମିତି ସଭ୍ୟ ଦିପ୍ତୀମୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ହିରଣ୍ୟ ମିଶ୍ର ଓ ବିଜୟନଗର ପଂଚାୟତର ଚନ୍ଦ୍ରକାନ୍ତ ସାମନ୍ତରାୟ, ପ୍ରତାପ ଦାସ, ସୁନୀଲ ଦାସ, ବଂଟି ଦାସ, କୁନୁ ଦାସ, ତୋଫା ଜେନା, କାଂଚନ ଦାସ, ସାନୁ ଦାସ, ବନପାଣି ଦାସ, ବୁଲୁ ଦାସ, ପିଂଟୁନା ଦାସ ଓ ଆଶିଷ ଦାସଙ୍କୁ କଂଗ୍ରେସ ଦଳରେ ସାମିଲ କରାଯାଇଥିଲା । କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଓ ରତିକାନ୍ତ ସାମଲ, ଗଣେଶ ମେକାପ, ପ୍ରଶାନ୍ତ ରାଉତ, ଉମାଶଙ୍କର ଜେନା, ମୀର ମୁରସିଦ୍‌, ବସନ୍ତ କୁମାର ସେଠୀ ଓ ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button