IBN ଓଡ଼ିଶା ବ୍ୟୁରୋ

ଭିଟାମିନ୍ B 12 ଅଭାବରୁ ହୋଇଥାଏ ଏହି ସବୁ ସମସ୍ୟା, ଜାଣନ୍ତୁ…

ଆମ ଶରୀର ପାଇଁ ନିହାତି ଆବଶ୍ୟକ ଭିଟାମିନ୍ B12। କାରଣ ଏହା ଶରୀରରେ DN ତିଆରି କରିବା ସହ ଫୋଲିକ୍ ଏସିଡ୍ ଅବଶୋଷଣ କରିଥାଏ। ତେଣୁ ଆମେ ଏହାକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ, ନଚେତ୍ ଆମେ ଅନେକ ବିପଜ୍ଜନକ ରୋଗର ଶିକାର ହୋଇପାରିବା। ଆସନ୍ତୁ ଜାଣିବା ଭିଟାମିନ୍ B12 ଅଭାବରେ କେଉଁ ସବୁ ସମସ୍ୟା ହୋଇଥାଏ।

ଆମ୍ନେସିଆ : ଯେଉଁମାନେ ଭିଟାମିନ୍ B12 ରେ ଭରପୂର ଖାଦ୍ୟ ଖାଆନ୍ତି ନାହିଁ, ସେମାନଙ୍କର ମାନସିକ ରୋଗ ହେବାର ଆଶଙ୍କା ଥାଏ। ଅନେକ ଲୋକଙ୍କ ସ୍ମୃତିଶକ୍ତି ଦୁର୍ବଳ ହୋଇଯାଏ ଏବଂ ସେମାନେ ଛୋଟ ଛୋଟ ଜିନିଷ ମଧ୍ୟ ଭୁଲିଯିବା ଆରମ୍ଭ କରନ୍ତି। ତେଣୁ କେବେ ହେଲେ ଶରୀରରେ B12 ର ଅଭାବ ହେବାକୁ ଦିଅନ୍ତୁ ନାହିଁ।

ରକ୍ତ ଅଭାବ : ଯଦି ଭିଟାମିନ୍ B12 ର ଅଭାବ ଥାଏ, ତେବେ ଆପଣ ରକ୍ତହୀନତାର ଶିକାର ହୋଇପାରନ୍ତି। କାରଣ ଏହା ଦ୍ୱାରା ଆମ ଶରୀରରେ ଲାଲ ରକ୍ତ କଣିକା ଉତ୍ପାଦନ ମନ୍ଥର ହୋଇଯାଏ, ଯାହା ରକ୍ତହୀନତାର କାରଣ ହୋଇପାରେ।

ହାଡରେ ଯନ୍ତ୍ରଣା : ଯଦି ଆପଣଙ୍କ ହାଡରେ ଅନେକ ସମୟରେ ଯନ୍ତ୍ରଣା ହେଉଛି, ତେବେ ଏହା ଶରୀରରେ ଭିଟାମିନ୍ B12 ର ଅଭାବ ହୋଇପାରେ ଏବଂ ଯଥାଶୀଘ୍ର ଜରୁରୀ ଖାଦ୍ୟ ପଦାର୍ଥ ଖାଇବା ଆରମ୍ଭ କରନ୍ତୁ ନଚେତ୍ ପିଠି ଏବଂ ଅଣ୍ଟାରେ ଯନ୍ତ୍ରଣା ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button