ମନୋରଞ୍ଜନ

‘ଝଲକ ଦିଖଲା ଯା-୧୧’ ଶୋକୁ ନେଇ ଏମିତି କହିଲେ ଅଭିନେତା ଶିବ ଠାକରେ – Ibnodisha

[ad_1]

ନୂଆଦିଲ୍ଲୀ: ବିଗବସର ମରାଠୀ ସିଜନ-୨ର ବିଜେତା ତଥା ଅଭିନେତା ଶିବ ଠାକରେ ‘ଝଲକ ଦିଖଲା ଯା-୧୧’କୁ ନେଇ ଏକ ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି। ଶିବ କହିଛନ୍ତି, ‘ମୋର ଝଲକ ଦିଖଲା ଯା’ ରିୟଲିଟି ସୋ’ର ଅନୁଭୂତି ଭଲ ଓ ଖରାପ ଉଭୟ ରହିଛି। ସୋ’ରେ ମୋ ସହ ଏମିତି କିଛି ଘଟଣା ଘଟିଛି ଯାହାକି ମୁଁ ଆଜି ଯାଏଁ ଭୁଲି ପାରି ନାହିଁ କି ଭୁଲି ବି ନାହିଁ। ସୋ’ରେ ଜିତି ଯାଇଥିଲେ ଯାତ୍ରା ଶେଷ ହୋଇ ଯାଇଥାଆନ୍ତା। ନଜିତିଥିବାରୁ ପିକଚର ଅଭି ବାକି ହେ ଭଳି କଥା ରହିଛି। ଝଲକ କେବଳ ଏକ ନୃତ୍ୟ ସୋ’ ନୁହେଁ ଏହା ଦର୍ଶକଙ୍କ ଖୁବ ମନୋରଞ୍ଜନ ବି କରିଥାଏ। ତେବେ ପରଦାରେ ଯାହା ଦର୍ଶକ ଦେଖିବାକୁ ପାଇଥାଆନ୍ତି ସବୁ କିଛି ବାସ୍ତବ ନଥାଏ। କିଛି ଟିଆରପି ପାଇଁ ବି ଯୋଜନା କରାଯାଇଥାଏ।ପରଦା ପଛରେ ଯେଉଁସବୁ ଘଟଣା ଘଟୁଥିଲା ତାହା ଠିକ ନଥିଲା। ମୋତେ ଯାହା ଖରାପ ଲାଗୁଥିଲା ମୁଁ ସୋ’ର ନିର୍ମାତାଙ୍କ ପାଖରେ ତାହାକୁ ପହଞ୍ଚାଇବାକୁ ଚେଷ୍ଟା କରିଥିଲି କିନ୍ତୁ କିଛି ଲାଭ ହୋଇ ନଥିଲା। ମୋ କଥାକୁ କେହି ବୁଝିବାକୁ ଚେଷ୍ଟା କରି ନଥିଲେ। କିଛି ବି କାରଣ ନଥାଇ ମୋତେ ଅସମ୍ମାନ କରାଯାଇଥିଲା। ଅସମ୍ମାନ କରାଗଲା ଏଥିପାଇଁ ମୋର ମନ ଯେତିକି କଷ୍ଟ ହୋଇ ନଥିଲା ମୋତେ ପସନ୍ଦ କରୁଥିବା ଓ ମୋତେ ଦେଖୁଥିବା ଦର୍ଶକଙ୍କ କଥା ଭାବି ଦୁଃଖ ଲାଗୁଥିଲା। କାରଣ ସେମାନେ ମୋତେ ଜିତିବାର ଦେଖିବାକୁ ଚାହୁଁଥିଲେ। ଏଭଳି କ୍ଷେତ୍ରରେ ଯଦି ପରଦାରେ କିଛି କାରଣ ନଥାଇ ‌ମୋତେ ନିରାଶ କରାଯାଉଥିଲା ତେବେ ତାହାର ପ୍ରଭାବ ଦର୍ଶକଙ୍କ ଉପରେ ପଡ଼ୁଥିଲା। ଆପଣଙ୍କୁ ଜଣାଇ ଦେବାକୁ ଚାହିଁବି କି ସୋ’ ଏସବୁ କେବଳ ଟିଆରପି ବୃଦ୍ଧି ପାଇଁ କରୁଥିଲା।’

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button