IBN ଓଡ଼ିଶା ବ୍ୟୁରୋ

କେବଳ ୧ ପତ୍ର ଆପଣଙ୍କର ମୁଣ୍ଡରୁ ଉକୁଣି, ଗଜି, ଲିଖ ଆଦିକୁ ମା-ରି ସଫା କରିଦେବ, କେମିତି କରିବେ ବ୍ୟବହାର ଦେଖନ୍ତୁ

ଅନେକ ଲୋକମାନଙ୍କ ମୁଣ୍ଡରେ ଉକୁଣିର ସମସ୍ଯା ଦେଖା ଯାଇଥାଏ। ଏହା ଯୋଗୁଁ ମୁଣ୍ଡ ଭୀଷଣ କୁଣ୍ଡାଇ ହେବା ସହିତ ଅସହଜ ମଧ୍ୟ ମନେ ହୋଇଥାଏ। ବିଶେଷ ଭାବରେ ସ୍କୁଲରେ ପଢୁଥିବା ପିଲାମାନଙ୍କ ଠାରେ ଏହିପରି ସମସ୍ଯା ଅଧିକ ଦେଖା ଦେଇଥାଏ। କେବେ କେବେ ଅନେକ ଚେଷ୍ଟା କରିବା ପରେ ମଧ୍ୟ ଉକୁଣିର ସମସ୍ଯା ଆଦୌ ଭଲ ହୁଏ ନାହିଁ। ତେବେ ଆପଣଙ୍କର ଉକୁଣିର ସମସ୍ଯାକୁ ଦୂର କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ବିଷୟରେ ଜଣାଇବୁ।

ଉକୁଣିର ସମସ୍ଯାକୁ ଦୂର କରିବା ପାଇଁ ଯେଉଁ ଉପଚାର ପ୍ରସ୍ତୁତ କରିବେ ସେଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଦୁଦୁରା ପତ୍ର। ଏହି ଦୁଦୁରା ଗଛକୁ ଅନେକ ଲୋକ ଜାଣିଥିବେ କାରଣ ଏହି ଗଛର ଫୁଲ ଭଗବାନ ଶିବଙ୍କ ମୁଣ୍ଡରେ ଚଢାଯାଏ। ଅନେକ ଲୋକ ଏହି ଦୁଦୁରା ଫୁଲର ଲାଭ ବିଷୟରେ ଜାଣିଛନ୍ତି। କିନ୍ତୁ ଏହି ଗଛର ପତ୍ର ମଧ୍ୟ ଅନେକ ଲାଭଦାୟୀ ଅଟେ। ବହୁ ପୁରାତନ କାଳରୁ ଏହା ଉକୁଣିକୁ ସଫା କରିବା ପାଇଁ ବ୍ୟବହୃତ ହୋଇଆସୁଛି। ଓ ଏଥିରେ ଅନ୍ୟ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି।

ଏହି ଦୁର୍ଦୂରା ଗଛର କିଛି ପତ୍ର ବା ୧୦ ରୁ ୧୨ଟି ପତ୍ର ଛିଣ୍ଡାଇ ଓ ଏହାକୁ ଭଲ ଭାବରେ ଧୋଇ ସଫା କରିଦିଅନ୍ତୁ। ଏହାପରେ ଆପଣଙ୍କୁ ଏହି ପତ୍ରରୁ ରସ ବାହାର କରିବାକୁ ହେବ। ଏଥିପାଇଁ ଆପଣ ଏହି ପତ୍ରକୁ ବାଟି ରସ ବାହାର କରି ପିଇପାରିବେ। କିମ୍ବା ଏହାକୁ ଗ୍ରାଇଣ୍ଡିଂ ମଧ୍ୟ କରିପାରିବେ। ଏହାକୁ ଗ୍ରାଇଣ୍ଡିଂ କରିବା ପାଇଁ ଗ୍ରାଇଣ୍ଡିଂ ଜାରରେ ଅଳ୍ପ ପାଣି ନିଅନ୍ତୁ ଓ ସେଥିରେ ଧୋଇ ରଖିଥିବା ଦୁର୍ଦୂରା ପତ୍ରକୁ ଛିଣ୍ଡାଇ ପକାଇ ଦିଅନ୍ତୁ। ଏହାପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଗ୍ରାଇଣ୍ଡିଂ ହେବା ପରେ ଏକ ଛଣା ସାହାଯ୍ୟରେ ଏହାକୁ ଛଣା ଖଦାକୁ ଅଲଗା କରି ରସ ବାହାର କରିଦିଅନ୍ତୁ।

ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ସହଜ ଘରୋଇ ଉକୁଣିମରା ଔଷଧ। ଏହି ପତ୍ରର ରସକୁ ଆପଣ ମୁଣ୍ଡ ଧୋଇବାର ତିନି ଘଣ୍ଟା ପୂର୍ବରୁ ମୁଣ୍ଡରେ ଭଲଭାବରେ ଲଗାଇ ଦିଅନ୍ତୁ। ଏହାପରେ ଏହାକୁ ଶୁଖିବାକୁ ଦିଅନ୍ତୁ। ଭଲ ଭାବରେ ଶୁଖିଯିବା ପରେ କେଶକୁ କୌଣସି ଆୟୁର୍ବେଦିକ ଶାମ୍ପୁ କିମ୍ବା ଆପଣ ଯେଉଁ ଶାମ୍ପୁ ବ୍ୟବହାର କରନ୍ତି ସେଥିରେ ମୁଣ୍ଡକୁ ଭଲ ଭାବେ ଧୋଇ ଦିଅନ୍ତୁ। ଦେଖିବେ ଏହିପରି ପ୍ରଥମ ଥରରୁ ହି ଆପଣଙ୍କ ମୁଣ୍ଡରୁ ଉକୁଣି, ଗଜି, ଲିଖ ସବୁ ଗାୟବ ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button