IBN ଓଡ଼ିଶା ବ୍ୟୁରୋ

ହୋଇଯାଆନ୍ତୁ ସାବଧାନ ! ଯଦି ଆପଣ ଆଳୁ ଖାଉଛନ୍ତି ତେବେ ନିଶ୍ଚୟ ଏହି କଥା ଜାଣି ରଖନ୍ତୁ

ଆଳୁ ଏଭଳି ଏକ ପରିବା ଅଟେ, ଯାହାକୁ ପ୍ରାୟ ସମସ୍ତେ ଖାଇବା ପାଇଁ ପସନ୍ଦ କରିଥାନ୍ତି। ସେ ସାଧା ହେଉ ଅଥବା ଆମିଷ ହେଉ, ସବୁଥିରେ ଆଳୁର ବ୍ଯବହାର ହୋଇଥାଏ। ଆଳୁ ଖାଇବାରେ ଯେତେ ସ୍ଵାଦିଷ୍ଟ ସେତେ ଏହା ସ୍ୱାସ୍ଥ୍ୟ ନିମନ୍ତେ ମଧ୍ୟ ଲାଭ ଦାୟକ ହୋଇଥାଏ। ଆଳୁରେ ଭିଟାମିନ- ଏ, ପୋଟାସିୟମ, ଭିଟାମିନ-ସି, ମ୍ୟାଗ୍ନେସିୟମ, ଫସଫରସ, ଜିଙ୍କ ଏବଂ ଆଇରନ ଭଳି ଅନେକ ଉପକାରୀ ପୋଷକ ତତ୍ଵ ଭରପୁର ଅଛ। ଏହା ସହ ଆଳୁରେ କାର୍ବୋହାଇଡ୍ରେଟ, ପ୍ରୋଟିନ, ଗ୍ଳୁକୋଜ, ଏବଂ ଆମୀନୋ ଏସିଡ ମଧ୍ୟ ଅଛି।

କିନ୍ତୁ କିଛି ଲୋକଙ୍କ ପାଇଁ ଆଳୁ ଖାଇବା ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ଆସନ୍ତୁ ଜାଣିବା ଯେ କେଉଁ ସମସ୍ୟା ଥିଲେ ଆଳୁ ଖାଇବା ଉଚିତ ନୁହେଁ। ଯଦି ଆପଣ ନିୟମିତ ଭାବରେ ଆପଣ ଆଳୁ ଖାଉଛନ୍ତି ତେବେ ଆପଣଙ୍କର ଏସିଡିଟି ସମସ୍ୟା ଆହୁରି ବଢିପାରେ।

ଏହା ବ୍ୟତୀତ ଆଳୁ ଖାଇବା ଦ୍ଵାରା ଗ୍ୟାସ ହେବାର ମଧ୍ୟ ସମ୍ଭାବନା ବଢିଯାଏ। ଡାକ୍ତରମାନେ ଏସିଡିଟିରେ ଆଳୁ ଖାଇବା ପାଇଁ ମନା କରନ୍ତି। ଡାଇବେଟିସ ରୋଗୀମାନେ ଆଳୁ ଆଦୌ ଖାଇବା ଉଚିତ ନୁହେଁ। ଯେଉଁମାନେ ହାଇ ବ୍ଲଡ଼ ସୁଗାରରେ ପୀଡିତ ଅଛନ୍ତି ସେମାନେ ଆଳୁ ଖାଇବା ଠାରୁ ନିଜକୁ ଦୂରେଇ ରଖିବା ଉଚିତ। ଏହା ସେମାନଙ୍କର ସୁଗାର ଲେବଲକୁ ଆହୁରି ବୃଦ୍ଧି କରିପାରେ।

ବ୍ଲଡ଼ପ୍ରେସର ରୋଗୀମାନେ ମଧ୍ୟ ସନ୍ତୁଳିତ ପରିମାଣରେ ଆଳୁ ଖାଇବା ଉଚିତ। ଅଧିକ ଆଳୁ ଖାଇବା ଦ୍ଵାରା ବ୍ଲଡ଼ପ୍ରେସର ହାଇ ହୋଇପାରେ। ସେମାନେ ଅଳ୍ପ ପରିମାଣରେ ଆଳୁ ଖାଇବା ଉଚିତ। ଏହା ସହ ଯେଉଁମାନଙ୍କର ମୋଟପଣ ମଧ୍ୟ ଶୀଘ୍ର ବଢିଯାଉଛି, ସେମାନଙ୍କର ମଧ୍ୟ ଆଳୁ ଖାଇବା ଆଦୌ ଉଚିତ ନୁହେଁ।

ଆଳୁରେ ବହୁତ ପରିମାଣରେ କାର୍ବୋ ହାଇଡ୍ରେଟ ଥାଏ। ଯାହା ଫଳରେ ଓଜନ ମଧ୍ୟ ଦୃତ ଗତିରେ ବଢିଥାଏ। ଯଦି ଆପଣ ମୋଟାପଣ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ଆଳୁ ବହୁତ କମ ପରିମାଣରେ ଖାଆନ୍ତୁ। ଏହା ସହ ଯଦି ଆପଣ ଅଧିକ ପରିମାଣରେ ଆଳୁ ଖାଉଛନ୍ତି ତେବେ ନିଶ୍ଚିତ ଭାବରେ ଏହାକୁ କମାଇବା ପାଇଁ ଚେଷ୍ଟା କରନ୍ତୁ। ନାନା ସମସ୍ୟାର ମଧ୍ୟ ସାମ୍ନା ହୋଇପାରନ୍ତି। ଏହା ସହିତ ଯଦି ଆପଣଙ୍କର ଓଜନ ଅତ୍ୟଧିକ ବଢିବାରେ ଲାଗିଛି ଆପଣ ନୀତିଦିନ ବ୍ୟାୟମ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button