ରାଜନୀତି

ସରକାର ବଦଳିଲେ ଗଣତନ୍ତ୍ର ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ, ଏହା ମୋ’ର ଗ୍ୟାରେଣ୍ଟି: ରାହୁଲ ଗାନ୍ଧୀ – Ibnodisha

[ad_1]

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସକୁ ପ୍ରାୟ ୧୮୦୦ କୋଟି ଟଙ୍କାର ଟିକସ ପ୍ରଦାନ ପାଇଁ ନୋଟିସ୍ ଜାରି କରାଯାଇଛି । ଏହାପୂର୍ବରୁ ମଧ୍ୟ ଆୟକର ବିଭାଗ ପକ୍ଷରୁ ବକେୟା ଟିକସ ପୈଠ କରାନଯିବା ମାମଲାରେ କଂଗ୍ରେସ ଉପରେ ୨୦୦ କୋଟି ଟଙ୍କାର ଜୋରିମାନା ଲାଗୁ କରିବା ସହ ଦଳର ସମସ୍ତ ପାଣ୍ଠିକୁ ଫ୍ରିଜ୍ କରାଯାଇଥିଲା । ଏତଦ୍‌ବ୍ୟତୀତ ଆୟକର ବିଭାଗ ପକ୍ଷରୁ ଟିକସ ପୁନଃ ମୂଲ୍ୟାଙ୍କନ କରାଯିବା ପାଇଁ ମଧ୍ୟ କଂଗ୍ରେସକୁ ନୋଟିସ୍ ପଠାଯାଇଥିଲା । କିନ୍ତୁ କଂଗ୍ରେସ ଏହା ବିରୋଧରେ ଅର୍ଥାତ୍ ଟିକସ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଅନ୍ତର୍ଗତ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ତେବେ ଏହି ମାମଲାରେ ଦିନକ ପୂର୍ବେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର୍ଙ୍କ ୨ଜଣିଆ ଖଣ୍ଡପୀଠ କଂଗ୍ରେସକୁ କୌଣସି ଆଶ୍ୱସ୍ତି ପ୍ରଦାନ କରିନଥିଲେ । ଓଲଟା କଂଗ୍ରେସର ଆବେଦନକୁ ଖାରଜ କରିଦେଇଥିଲେ । ଅନ୍ୟପକ୍ଷରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସର ପିଟିସନ୍‌କୁ ଖାରଜ କରିବାର କିଛି ଘଣ୍ଟା ମଧ୍ୟରେ ଅର୍ଥାତ୍ ଆୟକର ବିଭାଗ ପକ୍ଷରୁ ଆଜି କଂଗ୍ରେସକୁ ପୁନର୍ବାର ଏକ ନୋଟିସ୍ ଜାରି କରାଯାଇଛି; ଯେଉଁଥିରେ କଂଗ୍ରେସକୁ ୧୮୦୦ କୋଟି ଟଙ୍କାର ଟିକସ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଂଗ୍ରେସ ନେତା ବିବେକ ତନ୍‌ଖା ଏହି ଖବରକୁ ନିଶ୍ଚିତ କରିଛନ୍ତି ।
ବିବେକ କହିଛନ୍ତି, ଆର୍ଥିକ ବର୍ଷ ୨୦୧୭-୧୮ରୁ ୨୦୨୦-୨୧ ବର୍ଷ ଅର୍ଥାତ୍ ୪ ବର୍ଷ ପାଇଁ ଟିକସ ଫାଙ୍କି ଅଭିଯୋଗ ଆଧାରରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ଏହି ନୋଟିସ୍ ଦିଆଯାଇଛି । ଏଥିରେ ଜୋରିମାନା ଏବଂ ସୁଧ ବାବଦ ଅର୍ଥକୁ ମଧ୍ୟ ସାମିଲ କରାଯାଇଛି । ତେବେ କଂଗ୍ରେସ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ଏବଂ ଏହା ଆୟକର ବିଭାଗ ପକ୍ଷରୁ ଉଦ୍ଦେଶ୍ୟମୂଳକ ଭାବେ କରାଯାଉଥିବା ନେଇ ଅଭିଯୋଗ କରିବ । ପ୍ରକାଶ, ଆୟକର ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛି । ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଦେବାଳିଆ କରିବା ପାଇଁ ବିଜେପି ଆୟକର ବିଭାଗ ତଥା ଅଧିକାରୀଙ୍କୁ ଭଡାଟିଆ ଗୁଣ୍ଡା ଭାବେ ବ୍ୟବହାର କରୁଛି ବୋଲି କଂଗ୍ରେସ କହିଛି । ଆୟକର ବିଭାଗର ଏ ପ୍ରକାର ଆଭିମୁଖ୍ୟକୁ କଂଗ୍ରେସ ଟ୍ୟାକ୍ସ ଟେରରିଜମ୍ (ଟିକସ ଆତଙ୍କବାଦ) ଭାବେ ଅଭିହିତ କରିଛି ।
ଅନ୍ୟପକ୍ଷରେ କଂଗ୍ରେସର ନେତା ରାହୁଲ ଗାନ୍ଧୀ ଏସମ୍ପର୍କରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଯେତେବେଳେ ସରକାର ପରିବର୍ତ୍ତନ ହେବ ଏବଂ କେନ୍ଦ୍ରରେ କଂଗ୍ରେସ ପୁଣିଥରେ ସରକାର ଗଠନ କରିବ, ସେତେବେଳେ କଂଗ୍ରେସ ଏସବୁ ଗଣତନ୍ତ୍ର ବିଧ୍ୱଂସକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆଉ ଏହି କାର୍ଯ୍ୟାନୁଷ୍ଠାନ ଏପରି ଭାବେ କରାଯିବ, ଯାହାଦ୍ୱାରା ଭବିଷ୍ୟତରେ କେହି କେବେ ଏପରି କରିବାର ସାହସ ମଧ୍ୟ କରିବେନି । ଏହା ମୋ’ର (ରାହୁଲ ନିଜେ) ଗ୍ୟାରେଣ୍ଟି ବୋଲି କହିବା ସହ ଏନେଇ ସେ ଆଜି ଶପଥ ମଧ୍ୟ ଗ୍ରହଣ କରିଛନ୍ତି । ଏପରିକି ନିଜ ଏକ୍ସ’ ହ୍ୟାଣ୍ଡେଲ୍‌ରେ ମଧ୍ୟ ରାହୁଲ ଏସମ୍ପର୍କରେ ଉଲ୍ଲେଖ କରିଛନ୍ତି । ରାହୁଲଙ୍କ ବ୍ୟତୀତ ଅଜୟ ମାକେନ୍ ଏବଂ ଜୟରାମ ରମେଶଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ ଇଲେକ୍ଟୋରାଲ୍ ବଣ୍ଡ୍ ଦୁର୍ନୀତି ତଥା ଅନ୍ୟାନ୍ୟ ମାଧ୍ୟମରେ ପ୍ରାୟ ୮୨୦୦ କୋଟି ଟଙ୍କା ନିଜ ପାଣ୍ଠିରେ ଜମା କରିଥିବା ବେଳେ ଏସବୁ ପାଣ୍ଠି ଉପରେ କିନ୍ତୁ ଆୟକର ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button