କେବଳ 1 ପତ୍ର ଚୋବେଇ ଖାଆନ୍ତୁ, 120 ବର୍ଷ ଯାଏଁ ସୁଗାର, ମଧୁମେହ, ହୃଦରୋଗ, କୋଲେଷ୍ଟ୍ରୋଲ ହଜାରେ ପ୍ରକାର ରୋଗ ଦୂର ହୋଇଯିବ
ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ରାକୃତିକ ପତ୍ର ବିଷୟରେ କହିବୁ ଯାହାର ମହତ୍ଵ ଆୟୁର୍ବେଦରେ ହଜାର ହଜାର ବର୍ଷ ଧରି ରହିଛି । ଏହି ପତ୍ରର ଧାର୍ମିକ ମହତ୍ଵ ଥିବା ସହ ଏହା ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ ଅଟେ । ତେବେ ଚାଲନ୍ତୁ ଜାଣିବା ଏହି ଚମତ୍କାରୀ ପତ୍ର ବିଷୟରେ । ଆମେ ଆପଣଙ୍କୁ ଯେଉଁ ପତ୍ର ବିଷୟରେ କହୁଛୁ ତାହା ହେଉଛି, ଓସ୍ତଗଛର ପତ୍ର (Sacred Fig Leaf) । ଓସ୍ତଗଛକୁ ପୂଜା କରିଯିବା ସହ ଏହି ଗଛର ଚେର, ଡାଳ, ଛାଲ, ପତ୍ର ସବୁକିଛି ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟେ ।
ଏହି ପତ୍ର ବାତ, ପିତ ଓ କଫ ଦୋଷକୁ ଦୂର କରିବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ମୋଟାପଣକୁ ମଧ୍ୟ ଦୂର କରିଥାଏ । ଏହି ପତ୍ର ଆମ ଶରୀରର କୋଲୋଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ମଧୁମେହ ଭଳି ରୋଗକୁ ଏହି ପତ୍ର ଭଲ କରିବା ସହ ଲିଭରକୁ ମଧ୍ୟ ସୁସ୍ଥ ରଖିଥାଏ । ତ୍ଵଚା ସମ୍ବନ୍ଧିତ ସମସ୍ଯା ପାଇଁ ଏହା ରାମବାଣ ଭଳି କମ କରିଥାଏ । ଏହାର ପତ୍ରକୁ ବାଟି କୌଣସି ଘା’ ଉପରେ ଲଗାଇଲେ ତାହା ସଂପୂର୍ଣ୍ଣ ଭଲ ହୋଇଯାଏ ।
ଏହାସହ ଶ୍ଵାସରୋଗ, ଦାନ୍ତବିନ୍ଧା ଏବଂ ପେଟ ଯନ୍ତ୍ରଣା ତଥା ଡାଇରିଆ ପାଇଁ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ଏହି ପତ୍ରକୁ ଆପଣ ଜୁସ୍ ବା କାଢା ବନେଇ ପିଇପାରିବେ କିମ୍ବା ଏହାଏ ଗୋଟିଏ କଅଁଳିଆ ପତ୍ରକୁ ଚୋବେଇକି ଖାଇପାରିବେ । କେଉଁ ରୋଗ ପାଇଁ ଏହାକୁ କିଭଳି ସେବନ କରିବେ ତାହା ଜାଣିରଖିବା ଉଚିତ ।
ଅନେକ ଧାର୍ମିକ ଗ୍ରନ୍ଥରେ ଏହି ଗଛର ମହତ୍ଵ ବର୍ଣ୍ଣିତ ରହିଛି । ଆପଣ ତିନିରୁ ଚାରୋଟି ଓସ୍ତପତ୍ରକୁ ନେଇ ଭଲଭାବେ ଧୋଇ ଦିଅନ୍ତୁ ଓ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଏକ ପାତ୍ରରେ ରଖନ୍ତୁ । ଏବେ ଏଥିରେ ଏକ ଗ୍ଳାସ ପାଣି ଦେଇ ଗ୍ଯାସରେ ୫-୭ମିନିଟ ଯାଏଁ ଭଲଭାବେ ଫୁଟାନ୍ତୁ । ଏହାଦ୍ବାରା ଏହି ପତ୍ରର ସବୁ ପୋଷକତତ୍ତ୍ବ ପାଣିକୁ ଆସିଯିବ । ପେଟ ସମ୍ବନ୍ଧିତ ରୋଗ ସହ ହୃଦରୋଗ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଶକ୍ତିଶାଳୀ ଅଟେ ।
ଆପଣ ଚାହିଁଲେ ଓସ୍ତପତ୍ରକୁ ଏହିଭଳି ପାଣିରେ ଫୁଟାଇ କାଢା ଭଳି ସେବନ କରିପାରିବେ କିମ୍ବା ଦୁଇଟି ଓସ୍ତପତ୍ରକୁ ରାତିସାରା ପାଣିରେ ଭିଜାଇ ରଖି ସକାଳୁ କେବଳ ସେହି ପାଣିକୁ ଫୁଟାଇ ସେବନ କରିପାରିବେ । ୪-୫ଦିନ ଏହି ଉପଚାରକୁ ପ୍ରୟୋଗ କରି ଦେଖନ୍ତୁ ହୃଦୟ ସମ୍ବନ୍ଧିତ ସବୁ ସମସ୍ଯା ଦୂର ହୋଇଯିବ ।
ବ୍ଲଡ଼ସୁଗାର ଲେବୁଲକୁ ଏହି ଉପଚାର ନିୟନ୍ତ୍ରଣରେ ରଖିଥାଏ । ଏହି ପତ୍ର ଏତେ ଚମତ୍କାରୀ ଯେ ଶରୀରର ହଜାରେରୁ ଅଧିକ ରୋଗକୁ ଭଲ କରିଥାଏ । ଶିରରେ ଥିବା ବ୍ଲକେଜକୁ ଖୋଲିବାରେ ଏହା ଚମତ୍କାରୀ ଭାବେ କାର୍ଯ୍ୟ କରିଥାଏ । ଓସ୍ତପତ୍ରକୁ କେବଳ ବାଟି ଆପଣ ଯଦି ନିଜ ଚର୍ମ ସଂକ୍ରମଣ ଦେଉଥିବା ସ୍ଥାନରେ ଲଗାଇବେ ତାହା ସଂପୂର୍ଣ୍ଣ ଦୂର ହୋଇଯିବ । ପୁରୁଣାରୁ ପୁରୁଣା ଆଣ୍ଠୁଗଣ୍ଠି ସମସ୍ଯା ଦୂର କରିବାରେ ମଧ୍ୟ ଏହା ଚମତ୍କାରୀ ଔଷଧ ଭାବେ କାମ କରିଥାଏ ।