ଅପରାଧ

ସ୍ୱାମୀଙ୍କୁ ମାରିବାକୁ ଅନ୍‌ଲାଇନ୍‌ ସୁପାରୀ ଦେଲେ ପତ୍ନୀ – Ibnodisha

[ad_1]

ଲକ୍ଷ୍ନୌ: ମୋ ଇଚ୍ଛା ବିରୁଦ୍ଧରେ ବିବାହ ହୋଇଛି। ମୋ ସ୍ୱାମୀଙ୍କୁ ଯିଏ ମାରିବ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ।’ ସ୍ୱାମୀଙ୍କୁ ଜୀବନରେ ମରିବା ପାଇଁ ଏଭଳି କିଛି ହ୍ୱାଟସ୍‌ଆପ୍‌ରେ ଷ୍ଟାଟସ୍‌ ରଖି ଅନ୍‌ଲାଇନ୍‌ ସୁପାରୀ ଦେଇଛନ୍ତି ଜଣେ ପତ୍ନୀ। ଏହାକୁ ନେଇ ଭୟଭୀତ ହୋଇପଡିଛନ୍ତି ସ୍ୱାମୀ। ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଉତ୍ତରପ୍ରଦେଶର ଆଗ୍ରାରୁ ଏଭଳି କିଛି ଅଜବଗଜବ ମାମଲା ସାମ୍ନାକୁ ଆସିଛି। ଆଗ୍ରା ଥାନା ବାହ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କୁ ଜୀବନରେ ମାରିଦେବାକୁ ପତ୍ନୀ ଅନ୍‌ଲାଇନ୍ ସୁପାରୀ ଦେଇଥିବା ସେ ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ ଶ୍ୱଶୁର ଘର ଲୋକେ ଓ ପତ୍ନୀଙ୍କ ସାଙ୍ଗ ସାଥୀମାନେ ମଧ୍ୟ ତାଙ୍କୁ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ତାଙ୍କୁ ରକ୍ଷା କରିବା ପାଇଁ ବ୍ୟକ୍ତି ଜଣକ ପୁଲିସକୁ ଗୁହାରୀ କରିଛନ୍ତି। ଉକ୍ତ ବ୍ୟକ୍ତିଙ୍କ କହିବା ମୁତାବକ, ୨୦୨୨ରେ ଭିଣ୍ଡ ଜିଲ୍ଲାର ଏକ ଗାଁର ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ତେବେ ବିବାହ ପରେ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡା ଲାଗି ରହିଥିଲା। ବିବାହର ୫ ମାସ ପରେ ଡିସେମ୍ବର ୨୦୨୨ରେ ପତ୍ନୀ ନିଜ ମା’ଙ୍କ ଘରକୁ ଚାଲି ଯାଇଥିଲେ। ସେବେଠାରୁ ସେ ସେଠାରେ ରହୁଛନ୍ତି। ଏବେ ପତ୍ନୀ ଭରଣପୋଷଣ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button