IBN ଓଡ଼ିଶା ବ୍ୟୁରୋ

କଳା ସୂତା ପିନ୍ଧିବାର ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଦେଖାଯାଏ କି ସନ୍ତାନ ଘରେ ଜନ୍ମ ନେବା ପରେ ଘରେ ବା ମାନେ ତାଙ୍କୁ କଳା ଟୀକା ବା ସୂତା ବା ନଜର ହଟାଇବା ପାଇଁ କିଛି କାର୍ଯ୍ୟ କରିଥାନ୍ତି । କିନ୍ତୁ ଏହା ପଛରେ କାରଣ କଣ ତାହ ଆପଣ ଜାଣିଛନ୍ତି କି ? ଆମେ ସମୟ ସହ ଆକୁ ବଢି ଚାଲିଛୁ । ପୁରୁଣା ରୀତିନିତି, ଧର୍ମ କାର୍ଯ୍ୟ ଓ ମାନ୍ୟତା ଭୁଲି ଯାଉଛୁ ଯାହାର ପ୍ରଭାବ ଆମ ସଂସ୍କୃତି ଉପର ଦେଖିବାକୁ ମିଳୁଛି । ଆଜି ଆମେ ଯେଉଁ ସମାଜରେ ଅଛି ସେଥିରେ ଛଳ, ହିଂସା, କପଟ ଭଳି ଭାବନା ଲୋକଙ୍କ ଠାରେ ରହିଛି । ଆଜି ଆମେ ଆପଣଙ୍କ କହିବୁ କଳାସୁତା ସହ ଜଡିତ କିଛି ଉପାୟ ବିଷୟରେ ।

କଳା ରଙ୍ଗ ନେଗେଟିଭ ଶକ୍ତିକୁ ଦୂର କରିଥାଏ । ଏଥିପାଇଁ ଖରାପ ନଜର ରୁ ବଞ୍ଚିବା ପାଇଁ କଳା ଟୀକା ବା ସୂତା ବା କଳା ରଙ୍ଗର ଜିନିଷ ଉପୋଯୋଗ କରାଯାଏ । ଯଦି ଘରେ ଅକାରଣରେ ଝଗଡା ହେଉଛି ବା ମନୋମାଳିନ୍ୟ ହେଉଥାଏ ତେବେ ଶନିବାର ଦିନ ଶନି ମହାରାଜଙ୍କ ମନ୍ଦିରକୁ ଯାଇ ୧ ମିଟର କଳା ସୂତା ନେଇ ସେଥିରେ ୧୦୮ ଗଣ୍ଠି ପକାନ୍ତୁ । ପ୍ରତେକ ଗଣ୍ଠି କୁ ପକାଇବା ବେଳେ ଓମ ସନିଶ୍ଚରାୟ ନମହ ମନ୍ତ୍ର ଜପ କରନ୍ତୁ । ଯଦି ଆଖପାଖରେ ଶନି ମନ୍ଦିର ନାହି ତେବେ ଘରେ ଏହା କରି ପାରିବେ ।

ସେହି ସୂତାକୁ ଘରର ମୁଖ୍ୟ ଦ୍ଵାରା ରେ ବାନ୍ଧି ଦିଅନ୍ତୁ । ଏମିତିରେ ଘରକୁ ଖରାପ ନଜର ଓ ନେଗେଟିଭ ଊର୍ଜା ପ୍ରବେଶ କରିପାରିବ ନାହି । ଯଦି ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ବାରମ୍ବାର ଖରାପ ରହୁଥାଏ ବା ତାଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ପଡୁଥାଏ ତେବେ ଏଥିପାଇଁ କଳା ସୂତାକୁ ମନ୍ଦିରକୁ ନେଇ ଟିକେ ସିନ୍ଦୁର ଲଗାଇ ରଖନ୍ତୁ ଓ ତା ପର ଦିନ ସକାଳୁ ସ୍ବଚ୍ଛ ହୋଇ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ପାଦରେ ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ତାଙ୍କୁ ଖରାପ ନଜର ଛୁଇଁ ପାରିବ ନାହି । ଗର୍ଭବତୀ ମହିଳାଙ୍କୁ ସବୁବେଳେ ନଜର ଲାଗିଥାଏ ।

କେତେଥର ଆସିବାକୁ ଥିବା ପିଲା ଠାରେ ଖରାପ ନଜର ପଡି ଯାଇଥାଏ । ଗର୍ଭବତୀ ମହିଳା ମାନେ ନିଜ ମାପ ଅନୁଯାୟୀ କଳା ସୂତା ନେଇ 3 ଥର ନିଜର ଚାରିପଟେ ବୁଲାଇ ଦିଅନ୍ତୁ । ସେହି ସୂତାକୁ ବାର ଗଛ ବା ନଦୀରେ ବିସର୍ଜନ କରି ଦିଅନ୍ତୁ । ଏମିତି କରିଲେ ଗର୍ଭବତୀ ମହିଳାଙ୍କୁ ଖରାପ ନଜର ଲାଗିବ ନାହି । କଳାସୂତାରେ ରୁଦ୍ରାକ୍ଷ ଲଗାଇ  ଯଦି ଡେଣା ରେ ଲଗାଯାଏ ଏହା ଲାଭଦାୟକ ହୋଇଥାଏ । ପୁରୁଣା କଳାସୁତାକୁ ମାଟି ରେ ପୋତିବା ବା ନଦୀରେ ଭସାଇ ଦେବା ଉଚିତ ।

ଅନ୍ୟଥା ଏହି କଳାସୂତାକୁ କେତେ ଲୋକ କଳାଜାଦୁ ବ୍ୟବହାର କରିଥାନ୍ତି । ଗୋଡରେ ମୁଦି ପିନ୍ଧୁଥିବା ଆଙ୍ଗୁଳି ରେ କଳାସୁତା ପିନ୍ଧିଲେ କଳାଶକ୍ତିର ପ୍ରଭାବ କମ ହୋଇଥାଏ । କଳାସୂତା ମନ୍ଦିରର ପୂଜକ ବା ନିଜେ କିଣିକି ପିନ୍ଧିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button