IBN ଓଡ଼ିଶା ବ୍ୟୁରୋ

କିଡନି (Kidney) ଖରାପ ହେବା ପୂର୍ବରୁ ମିଳିଥାଏ ଏହି 10ଟି ସଂକେତ, ନ ଜାଣିପାରିଲେ ଯାଇପାରେ ଜୀବନ

ମନୁଷ୍ୟ ଶରୀରରେ କିଡନି ର ବହୁତ ଖାସ ମହତ୍ଵ ରହିଛି । ଶରୀରର ମୁଖ୍ୟ ଅଙ୍ଗ ହେଉଛି କିଡନି ଯାହା ବିନା ମଣିଷ ବଞ୍ଚିବା ଅସମ୍ଭବ । ମଣିଷର ଶରୀରକୁ ସୁଚାରୁରୂପେ ଚଳାଇବା ପାଇଁ କିଡନି ସୁସ୍ଥ ରହିବା ଆବଶ୍ୟକ । କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନ ଶୈଳୀ ଓ ପରିବେଶ ପ୍ରଦ୍ଯୁଶଣ କାରଣରୁ କିଡନି ଖରାପ ହେବାର ଲକ୍ଷଣ ଦେଖା ଯାଉଛି । ଯାହା ଚିନ୍ତାରେ ବିଷୟ ଅଟେ । କିଡନି ଖରାପ ହେଲେ କିଡନି ପରିଚାଳନା କରିବାର କ୍ଷମତା କମ ହୋଇଯାଏ । ଆଜି ଆମେ ଆପଣଙ୍କୁ କିଡନି ଖରାପ ହେବାର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ।

୧- କିଡନି ଖରାପ ହେବାର ମୁଖ୍ୟ କାରଣ ହେଉଛି ଆନିମିଆ । ଏହି ରୋଗରେ ପୀଡିତ ଲୋକଙ୍କର ଶରୀର ହଳଦିଆ ହେବା ସହ ଥକାପଣ ଅନୁଭବ ହୋଇଥାଏ । ଶରୀରରେ ରକ୍ତର ଅଭାବ ଦେଖାଗଲା କିଡନି ଖରାପ ହେବାର ମୁଖ୍ୟ କାରଣ ହୋଇଥାଏ

୨- କିଡନି ଖରାପ ହେବାର ଅନ୍ୟତମ କାରଣ ହେଉଛି ଭୋକ ନ ଲାଗିବା । କିଡନି ଖରାପ ହେଲେ ଶରୀରରେ ବିଷାକ୍ତ ପଦାର୍ଥର ମାତ୍ରା ବଢିବାରେ ଲାଗିଥାଏ ଯାହା କାରଣରୁ ଭୋକ ନ ଲାଗିବା, ବାନ୍ତି ହୋଇଥାଏ ।

୩- କିଡନି ଖରାପ ହେବାର ଆଉ ଏକ କାରଣ ହେଉଛି ଚେହେରା, ପେଟ, ପାଦ ଫୁଲି ଯାଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

୪- କିଡନି ଖରାପ ହେବା ପଛରେ ଉଚ୍ଚ ରକ୍ତଚାପ ଅନ୍ୟତମ କାରଣ ଅଟେ । ଯେଉଁ ବ୍ଯକ୍ତିର କିଡନି ଠିକ ଭାବେ କାମ କରୁ ନ ଥିବା ସେମାନଙ୍କର ଉଚ୍ଚ ରକ୍ତଚାପ ଭଳି ସମସ୍ଯା ଦେଖାଯାଏ । ଯଦି ୩୦ରୁ କମ ବୟସର ବ୍ୟକ୍ତିଙ୍କ ଠାରେ ଉଚ୍ଚ ରକ୍ତଚାପ ଦେଖାଯାଏ ତେବେ କିଡନି ଖରାପ ହେବାର ସଂକେତ ହୋଇଥାଏ ।

୫- ପରିସ୍ରାରେ ସମସ୍ଯା ହେବ କିଡନି ଖରାପ ହେବାର ସବୁଠାରୁ ମୁଖ୍ୟ କାରଣ ଅଟେ । କୌଣସି ବ୍ଯକ୍ତିର ଅଧିକ ପରିସ୍ରା ଆସିବା, ଜ୍ଵଳନ ହେବା କିଡନି ଖରାପ ହେବାର କାରଣ ହୋଇଥାଏ ।

୬- କୌଣସି ବ୍ଯକ୍ତିର କିଡନି ଖରାପ ହୋଇଥିଲେ ଗରମ ଦିନରେ ବି ଥଣ୍ଡା ଅନୁଭବ ହୋଇଥାଏ । ଯଦି ପୀଡିତ ବ୍ଯକ୍ତିର ଶରୀର ଅଧିକ ଥଣ୍ଡା ହେବା ସହ ନିଦ ଅଧିକ ଲାଗିଲେ କିଡନି ଖରାପ ହେବାର କାରଣ ହୋଇଥାଏ ।

୭- କିଡନି ଖରାପ ହେବାର ଅନ୍ୟତମ କାରଣ ଚିଡିଚିଡାପଣ ଅଟେ ଯେଉଁଥିରେ ବ୍ଯକ୍ତିର ମସ୍ତିସ୍କରେ ଅକ୍ସିଜେନର ଅଭାବ ଦେଖାଯାଏ । ଏହା ସହ ଅଣ୍ଟାରେ ଯନ୍ତ୍ରଣା ମଧ୍ୟ ହୋଇଥାଏ ।

୮- ଶରୀରରେ ରିୟାସେସ ହେବା କିଡନି ଖରାପ ହେବାର ଅନ୍ୟତମ କାରଣ ହୋଇଥାଏ । ଶରୀରରେ ବିଷାକ୍ତ ପଦାର୍ଥ ଜମି ଯିବାରୁ ସ୍କିନ ଜନିତ ସମସ୍ଯା ହୋଇଥାଏ ।

୯- କୌଣସି ବ୍ଯକ୍ତିର ଶରୀରର ଅଚାନକ ଓଜନ ବୃଦ୍ଧି ପାଇବା ସହ ଫୁଲିବା ଭଳି ସମସ୍ଯା ଦେଖାଗଲେ କିଡନି ଖରାପ ହେବାର କାରଣ ହୋଇଥାଏ ।

୧୦- କିଡନି ଖରାପ ହେଲେ ବ୍ୟକ୍ତିକୁ ଥକାପଣ ଅନୁଭବ ହେବା ସହ ନିଦ ମଧ୍ୟ ଅଧିକ ଆସିଥାଏ । ଏହା ସହ ପିଠିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ବନ୍ଧୁଗଣ ଏହା ଉପରେ ମତାମତ କମେଣ୍ଟ ଜରିଆରେ ଜଣାଇବେ ।

Related Articles

Leave a Reply

Your email address will not be published. Required fields are marked *

Back to top button