ସ୍ୱାସ୍ଥ୍ୟ

ଗ୍ୟାସ୍, ଏସିଡିଟି, କବଜ, କୋଷ୍ଠ କାଠିନ୍ୟ ଭଳି ଅନେକ ସମସ୍ୟା ହେବ 5 ମିନିଟ୍ ରେ ଭଲ

ବନ୍ଧୁଗଣ ଯଦି ଆପଣଙ୍କୁ ବାରମ୍ବାର ଛାତିରେ ଜ୍ଵଳନ ହେଉଛି, ପେଟରେ ଗ୍ଯାସ ହେଉଛି, ଏସିଡ ସମସ୍ଯା ରହୁଛି ତେବେ ଏହି ସବୁ ସମସ୍ଯା ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ସହ ଏକ ଘରୋଇ ରେମେଡି ବିଷୟରେ ଆଲୋଚନା କରିବୁ । ଯାହା ଦ୍ଵାରା ଆପଣଙ୍କୁ ଏହି ସବୁ ସମସ୍ଯା ହେବେ ନାହିଁ । ଏବେ ଆସନ୍ତୁ ଜାଣିବା ଏହି ରେମେଡି ର କିପରି ତିଆରି କରିବା ଓ ଏହାର ସେବନ କିପରି କରିବା ଉଚିତ ।

ଏହାକୁ ବନାଇବା ପାଇଁ ଏକ ପାତ୍ରରେ ଏକ ଗ୍ଳାସ ପାଣି ନିଅନ୍ତୁ । ଏହା ପରେ ଏକ ଚାମଚ ଜୀରା ପକାନ୍ତୁ । ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ଆୟୁର୍ବେଦ ଅନୁଯାୟୀ ଜୀରା ଏମିତି ଏକ ସାମଗ୍ରୀ ଯାହା ଅମ୍ଳ ବା ଗ୍ଯାସ ଭଳି ପେଟ ଜନିତ ସମସ୍ୟାକୁ ସାହାର୍ଯ୍ୟ କରିଥାଏ । ଜୀରା ପାଣି ସେବନ କରିବା ଦ୍ଵାରା ପେଟ ଫୁଲିବା ବା ଏସିଦିତି ସମସ୍ଯା ରୁ ମୁକ୍ତି ଦେଇଥାଏ ।

ଗ୍ଯାସ ଭଳି ସମସ୍ୟାକୁ ସବୁ ଦିନ ପାଇଁ ଦୂର କରେ ଜୀରା । ଏହା ପରେ ଡାଲଚିନି ଖଣ୍ଡ ପକାନ୍ତୁ । ଯାହା ଅମ୍ଳତା ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ସକ୍ରିୟ ଉପାଦାନ ରହିଥାଏ ଯାହା ହଜମ କ୍ରିୟାରେ ସାହାର୍ଯ୍ୟ କରିଥାଏ । ଏବେ ପାଣି କୁ ଲୋ ଫ୍ଲେମ ରେ 5 ମିନିଟ ଯାଏଁ ଫୁଟିବାକୁ ଛାଡି ଦିଅନ୍ତୁ । ଏହା ପରେ ପାଣି କୁ ଅନ୍ୟ ଏକ ପାତ୍ର ରେ ଛାଣି ନିଅନ୍ତୁ । ବଳି ପଡିଥିବା ସାମଗ୍ରୀ କୁ ଆପଣ ଚୋବାଇ ଖାଇ ପାରିବେ ।

ଏବେ ଏଥିରେ 2ଟି ସାମଗ୍ରୀ ମିସାଇବାକୁ ହେବ । ପ୍ରଥମତଃ ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ । ଯଦି ଲେମ୍ବୁ ରସ ଅମ୍ଳ ଯୁକ୍ତ ହୋଇଥାଏ ଏହା ପାଣିରେ ମିଶିଲେ ହଜମ କ୍ରିୟା ରେ ସାହାର୍ଯ୍ୟ କରିଥାଏ ଓ ଏସିଡିଟି ସମସ୍ଯା ଦୂର ହୋଇଥାଏ । ଏବେ ଆପଣ ଏଥିରେ ଅଧ ଚାମଚ କଳା ଲୁଣ ମିଶାନ୍ତୁ । ଏଥିରେ ଅଧିକ କ୍ଷାର ଗୁଣ ରହିଛି ।

ଯାହା ପେଟରେ ଅଧିକ ଏସିଡିଟି ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଏଥିରୁ ମିଳୁଥିବା ଖଣିଜ ପଦାର୍ଥ ଏସିଡିଟି କୁ ହ୍ରାସ କରିଥାଏ । କଳା ଲୁଣ ହଜମ କ୍ରିୟାରେ ଉନ୍ନତି ଆଣିବାରେ ସାହାର୍ଯ୍ୟ କରିଥାଏ । ଅନେକ ଲୋକ ଏହାକୁ କୋଷ୍ଠ କାଠିନ୍ଯ ପାଇଁ ବ୍ୟବହାର କରିଥାନ୍ତି । ଏବେ ଏହି ସବୁ ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଯେବେ ଆପଣଙ୍କର ଗ୍ଯାସ ସମସ୍ଯା ହେଉଛି ଏହାକୁ ବାନାଇ ସେବନ କରନ୍ତୁ । ଏହାର ସେବନ ଦ୍ଵାରା ପେଟ ଜନିତ ଅନେକ ସମସ୍ଯା ଦୂର ହେବ । ଯଦି ଗ୍ଯାସ ସମସ୍ଯା ରେଗୁଲାର ହେଉଛି ତେବେ ପ୍ରତେକ ଦିନ ଦିନକୁ 2 ଥର ଏହାର ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button