ରାସାୟନିକ କାରଖାନାରେ ବିସ୍ଫୋରଣ, ୫ ମୃତ – Ibnodisha
[ad_1]
ହାଇଦ୍ରାବାଦ: ତେଲେଙ୍ଗାନାର ସାଙ୍ଗାରେଡ୍ଡୀ ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାର ରିଏକ୍ଟର ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସେଠାରେ ଆହୁରି କେତେକ ଏବେ ବି ଫସି ରହିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ବିସ୍ଫୋରଣ ସମୟରେ କୋଠାରେ ୫୦ ଜଣ ଲୋକ ଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଦୁର୍ଘଟଣା ସ୍ଥାନରୁ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସୁଛି । ଯେଉଁଥିରୁ ବିସ୍ଫୋରଣର ଭୟାବହତା ଜଣାପଡୁଛି । ମୃତକଙ୍କ ମଧ୍ୟରେ ଜଣେ ଫ୍ୟାକ୍ଟ୍ରି ମ୍ୟାନେଜର ମଧ୍ୟ ଥିବା କୁହାଯାଉଛି । ବିଲ୍ଡିଂର ପରବର୍ତ୍ତୀ ରିଏକ୍ଟର ବିସ୍ଫୋରଣ ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ କର୍ତ୍ତୃପକ୍ଷ ଆଖପାଖ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି । ଆହତମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୋମବାର ସାଙ୍ଗାରେଡ୍ଡୀ ଜିଲ୍ଲୀରେ ଥିବା ଏକ କପା ଭଣ୍ଡାର ରେ ଅଗ୍ନିକାଣ୍ଡ ଘଟିଥିଲା । ଏହାର କାରଣ ସର୍ଟସର୍କିଟ ବୋଲି ଅଧିକାରୀମାନେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି । ତେବେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ଏଥିରେ କେହି ଆହତ ହୋଇନଥିଲେ । ଗତ ସପ୍ତାହରେ ଜିଲ୍ଲାର କାଟେଡାନ ଶିଳ୍ପାଞ୍ଚଳରେ ଥିବା ଏକ ଖାଦ୍ୟ ଉତ୍ପାଦନ ୟୁନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଗତ ମାର୍ଚ୍ଚ ୨୮ ତାରିଖରେ ଏହି ଘଟଣା ଘଟିଥିଲା ।
[ad_2]