IBN ଓଡ଼ିଶା ବ୍ୟୁରୋ

ପରିସ୍ରାର ସଂକ୍ରମଣ, କେମିତି ରୋକିବେ? ଯଦି ଆପଣ ଜଣେ ମହିଳା ତାହେଲେ ନିଶ୍ଚୟ ଜାଣନ୍ତୁ

ପରିସ୍ରାର ସଂକ୍ରମଣ? କେମିତି ରୋକିବେ? ଏହାକୁ ନେଇ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଥିବା ନିଶ୍ଚୟ । ତମେ ଦିଆଯାଇଥିବା ଟିପ୍ସ ମାନନ୍ତୁ ସୁରକ୍ଷିତ ରୁହନ୍ତୁ…

୧. ପ୍ରଚୁର ପାଣି ପିଅନ୍ତୁ: ପ୍ରତିଦିନ ଅତି କମ୍ ରେ ୨-୩ ଲିଟର ପାଣି ପିଅନ୍ତୁ । ପାଣିର ମାତ୍ରା ସମସ୍ତଙ୍କ ପାଇଁ ସମାନ ନୁହେଁ। ଏହା ଆପଣଙ୍କ କାର୍ଯ୍ୟକଳାପର ସ୍ତର ଏବଂ ଜଳବାୟୁ ଉପରେ ଆଧାର କରି ନିର୍ଣ୍ଣୟ ନିଅନ୍ତୁ। ଯଦି ଆପଣଙ୍କ ପରିସ୍ରା ହାଲୁକା ହଳଦିଆ ରଙ୍ଗର ହେଉଛି ତାହେଲେ ଆପଣ ଠିକ୍ ମାତ୍ରାରେ ପାଣି ପିଉଛନ୍ତି ବୋଲି ଜାଣିବେ।
୨. କେଫିନ୍ ସୀମିତ ରଖନ୍ତୁ ଏବଂ ମଦ୍ୟପାନ ବନ୍ଦ କରନ୍ତୁ: ଏହି ଦୁଇଟି ଜିନିଷ  ଆପଣଙ୍କ ପରିସ୍ରା ଥଳି ରେ ପ୍ରଦାହ କରି ବାରମ୍ବାର ପରିସ୍ରା କରିବା ପାଇଁ ବାଧ୍ୟ କରିଥାଏ।
୩. ନିୟମିତ ପରିସ୍ରା କରନ୍ତୁ: ପରିସ୍ରା ଅଧିକ ସମୟ ଧରି ରଖନ୍ତୁ ନାହିଁ। ଏହା ଆପଣଙ୍କ ପରିସ୍ରା ଥଳି ର ମାଂସପେଶୀ କୁ ଦୁର୍ବଳ କରିଦେଇଥାଏ ଏବଂ ପରିସ୍ରା ସଂକ୍ରମଣ ର ସମ୍ଭାବନା ବଢାଇ ଦେଇଥାଏ। ଦିନରେ ପ୍ରତି ୩-୪ ଘଣ୍ଟାକୁ ଥରେ ନିହାତି ପରିସ୍ରା କରନ୍ତୁ।

୪. ଆପଣଙ୍କ ପରିସ୍ରା ଥଳି ସଂପୂର୍ଣ୍ଣ ଖାଲି କରନ୍ତୁ: ପରିସ୍ରା ତରତର ହୋଇ କରନ୍ତୁ ନାହିଁ। ବେଶି କୁନ୍ଥେଇ ହେଇ ପରିସ୍ରା କରିବାକୁ ପଡ଼ୁ ଥିଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।
୫. ଯଦି ଆପଣ ଜଣେ ମହିଳା ତାହେଲେ ପରିସ୍ରା କରିସାରି “ଆଗରୁ ପଛକୁ” ପୋଛନ୍ତୁ। ଏହା ଦ୍ବାରା ଆପଣଙ୍କ ମଳଦ୍ୱାରରୁ ମୂତ୍ରନଳୀକୁ ସଂକ୍ରମଣର ସମ୍ଭାବନା ଏଡାଇ ହୁଏ।
୬. ଓଜନ ବେଶି ଥିଲେ କମାଇବା ପାଇଁ ଚେଷ୍ଟା କରନ୍ତୁ। ମୋଟାପା ଆପଣଙ୍କ ପରିସ୍ରା ଥଳି ଉପରେ ଚାପ ପକାଇପାରେ ଏବଂ ମୂତ୍ର ସମସ୍ୟାରେ ସହାୟକ ହେଇପାରେ।
୭. କୋଷ୍ଠକାଠିନ୍ୟ ହେଉଥିଲେ ତାର ଚିକିତ୍ସା କରନ୍ତୁ। ଏହା ଆପଣଙ୍କ ପରିସ୍ରା କରିବାରେ ସମସ୍ୟା ସୃଷ୍ଟି କରିପାରେ।

୮. ପେଲ୍ଭିକ୍ ଫ୍ଲୋର୍ ବ୍ୟାୟାମ (କେଗେଲ୍): ଉତ୍ତମ ପରିସ୍ରା ଥଳି ଏବଂ ମୂତ୍ର ସ୍ଵାସ୍ଥ୍ୟ ପାଇଁ ପେଲ୍ଭିକ୍ ଫ୍ଲୋର୍ ମାଂସପେଶୀ କୁ ମଜବୁତ୍ କରନ୍ତୁ।

୯. ଧୁମ୍ରପାନ ବନ୍ଦ କରନ୍ତୁ: ଏହା ପରିସ୍ରା ଥଳି କର୍କଟ ସହ ଜଡ଼ିତ।

୧୦. ସ୍ବଚ୍ଛତା ଅବଲମ୍ବନ କରନ୍ତୁ: ଯୌନାଂଗ କୁ ମୃଦୁ ସାବୁନ ଏବଂ ପାଣିରେ ନିୟମିତ ସଫା କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button