IBN ଓଡ଼ିଶା ବ୍ୟୁରୋ

କରୋନା ପରଠୁ ଦେଶରେ ବଢୁଛି ହାର୍ଟ ଆଟାକ୍ ମୃତ୍ୟୁ, ଭ୍ୟାକସିନ୍ ହେଉଛି ଦାୟୀ? ଜାଣନ୍ତୁ ପୁରା ଖବର

ଦେଶରେ ବୃଦ୍ଧି ପାଉଛି ହୃଦଘାତର ସମସ୍ୟା । କରୋନା ପର ଠାରୁ ସଂଖ୍ୟାରେ ଦେଖା ଦେଇଛି ବୃଦ୍ଧି । ୫୦ ବର୍ଷ ବୟସରୁ କମ୍ ଲୋକ ବେଶୀ ହେଉଛନ୍ତି ଶୀକାର । ସଂଖ୍ୟା ପାଖା ପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ ହୋଇ ସାରିଲେଣି । ଦେଶରେ ବଢୁଛି ଚିନ୍ତା ।

A

ଦେଶରେ ଚାଲିଥିବା ଶୀତ କାଳୀନ ଅଧିବେଶନରେ ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚାଟୁର୍ବେଦୀ ଏହି ସଂପର୍କରେ ନିଜର ଆଲୋଚନା ରଖିଥିଲେ । ଆପଣ ବି ଯଦି ଲକ୍ଷ୍ୟ କରିବେ ଏହା ଜାଣି ପାରିବେ ଯେ ଦେଶରେ ଏବେ କମ୍ ବୟସର ଲୋକେ ଅଧିକ ମାତ୍ରାରେ ହୃଦ୍ ଘାତର ଶୀକାର ହେଉଛନ୍ତି ।

ପ୍ରିୟଙ୍କା ଏ ନେଇ କୌଣସି ଏକ ଦୃଢ଼ କାର୍ଯ୍ୟାନୁଷ୍ଠାନ ସରକାରଙ୍କ ଦ୍ଵାରା କରାଯାଉ ବୋଲି ଦାବୀ କରିଥିଲେ । ସେ କହିଛନ୍ତି କେଉଁଠି ନା କେଉଁଠି ହୃଦ୍ ଘାତର ସଂଖ୍ୟା କରୋନା ପର ଠାରୁ ବୃଦ୍ଧି ପାଇଛି । ଏହାର କାରଣ ଖୋଜିବା ସରକାରଙ୍କ କାର୍ଯ୍ୟର ପରିସରଭୁକ୍ତ ଅଟେ ।

Heart attack

ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ପ୍ରସଙ୍ଗରେ ଅଧିକ ଗବେଷଣା କରିବା ଉଚିତ୍ । ଦରକାର ପଡ଼ିଲେ ଅନ୍ୟ ଦେଶର ବିଶେଷଜ୍ଞ ମାନଙ୍କର ମଧ୍ୟ ମତ ନିଆଯିବା ଆବଶ୍ୟକ ଅଟେ ।

ତେବେ କେବଳ ହୃଦ୍ ଘାତ ନୁହେଁ କରୋନା ପର ଠାରୁ ରୋଗର ସଂଖ୍ୟା ବଢ଼ି ଯାଇଛି ତେଣୁ କରି ସେଗୁଡିକୁ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ ରହିଛି । କରୋନା ସମୟରେ ରେଡିୟମ୍ ଓ ଇଞ୍ଜେକ୍ସନ ଉପରେ ଅଧିକ ଗବେଷଣା କରିବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button