IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏଭଳି ବୁଦ୍ଧିମତୀ ଝିଅଙ୍କୁ ଖୁବ୍ ଶୀଘ୍ର ବିବାହ କରି ନେବା ଉଚିତ। ଜାଣନ୍ତୁ କେଉଁ ଗୁଣ ବିଶିଷ୍ଟ ଝିଅମାନେ! ପୁରୁଷ ମାନେ ନିଶ୍ଚିତ ଭାବର ଦେଖନ୍ତୁ

ପୌରାଣିକ ଯୁଗରୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ନୀତି ଗ୍ରନ୍ଥରେ ମଣିଷ ଜୀବନ ବିଷୟକୁ ନେଇ ଅନେକ ଉପଦେଶ ବର୍ଣ୍ଣନା କରାଯାଇଛି। ଏହି ଉପଦେଶକୁ ଅନୁସରଣ କରି ମନୁଷ୍ୟ ନିଜ ଜୀବନକୁ ସହଜ ଓ ସରଳ କରି ପାରିବ। ଏହାସହିତ ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ନୀତିଗ୍ରନ୍ଥର ମୁଖ୍ୟ ବିଷୟ ଅଟେ। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଓ କୂଟନିତିଜ୍ଞ ଥିଲେ। ସେ ନିଜର ନୀତି ଶାସ୍ତ୍ରରେ ନାରୀ ଓ ବିବାହ ବିଷୟକୁ ନେଇ ଅନେକ କଥା ବର୍ଣ୍ଣନା କରିଛନ୍ତି ।ଆମ ହିନ୍ଦୁଶାସ୍ତ୍ରରେ ବିବାହକୁ ବହୁତ ଗୁରୁତ୍ଵପୂର୍ଣ୍ଣ ମାନା ଯାଇଥାଏ।ଆମ ଧର୍ମରେ ନାରୀ ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଥାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ଘରେ ନାରୀର ଅପମାନ ହୋଇଥାଏ, ସେହି ଘରୁ ଦେବୀ ଲକ୍ଷ୍ମୀ ଚାଲି ଯାଇଥାନ୍ତି। ବିବାହ ଏକ ପବିତ୍ର ବନ୍ଧନ ଅଟେ। ଏହି ବିବାହରେ କେବଳ ଦୁଇ ଜଣ ବ୍ୟକ୍ତିଙ୍କ ଭିତରେ ନୁହେଁ, ବରଂ ଦୁଇ ପରିବାର ଭିତରେ ହୋଇଥାଏ। କହିବାକୁ ଗଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ। କିନ୍ତୁ ଆଜିକାଲିର ପରିସ୍ଥିତି ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିବାହ ପୂର୍ବରୁ ଭଲ ଭାବରେ ଯାଞ୍ଚ କରି ନେବା ଉଚିତ। ଆଜି ଆମେ ଆପଣଙ୍କୁ କିଛି ବିଶେଷ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବିବାହ ପାଇଁ ଉପଯୁକ୍ତ ଅଟନ୍ତି। ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ନାରୀ ମାନଙ୍କୁ ପରିବାରକୁ କିପରି ଚଳାଇବାକୁ ହୁଏ, ସେହି ବିଷୟରେ ସବୁ ଜଣା ଥାଏ ତେବେ ସେହି ନାରୀ ଅତ୍ୟନ୍ତ ଦାୟିତ୍ବବାନ ହୋଇଥାନ୍ତି। ଏମାନେ ନିଜ ପରିବାରର ସମସ୍ତଙ୍କର ଯତ୍ନ ନେଇଥାନ୍ତି ଏବଂ ସବୁ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିଥାନ୍ତି। ତେଣୁ ଏହି ଝିଅମାନେ ବିବାହ ପାଇଁ ଉପଯୁକ୍ତ ହୋଇଥାନ୍ତି।

୨/ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ବିବାହ ପାଇଁ ଜଣେ ଝିଅ ପାଖରେ ଗୋଟିଏ ଗୁଣ ରହିବା ନିହାତି ଆବଶ୍ୟକ ଅଟେ। ତାହା ହେଉଛି ସେ ଛୋଟ ଓ ବଡ଼ ସମସ୍ତଙ୍କୁ ଉଚିତ ବ୍ୟବହାର ଏବଂ ଉଚିତ ସମ୍ମାନ ପ୍ରଦାନ କରିବା ଉଚିତ। ଏହାସହିତ ସେହି ନାରୀ ପାଖରେ ପରିବାର ଲୋକଙ୍କର ଯତ୍ନ ନେବା ସହିତ ଖୁସିରେ ରଖିବାର କ୍ଷମତା ମଧ୍ୟ ରହିବା ଉଚିତ।

୩/ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ନାରୀ ମାନେ ସଂସ୍କୃତି ଏବଂ ପରମ୍ପରାକୁ ଭଲ ଭାବରେ ଆପଣାଇ ଥାଆନ୍ତି ଏବଂ ଘରେ ପୂଜାପାଠ କରିଥାନ୍ତି, ସେଭଳି ନାରୀ ବିବାହ ପାଇଁ ଶ୍ରେଷ୍ଠ ଅଟନ୍ତି ଏବଂ ସେମାନଙ୍କ ସ୍ୱାମୀ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି।

୪/ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଯେଉଁ ନାରୀ ମାନେ ସଞ୍ଚୟ କରି ଥାଆନ୍ତି ଏବଂ ଅଯଥାରେ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ, ସେଭଳି ନାରୀ ଘରର ସମସ୍ତ ଦାୟିତ୍ୱ ନେବା ପାଇଁ ଉପଯୁକ୍ତ ଅଟନ୍ତି।

୫/ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ନାରୀର ସ୍ୱର ବହୁତ ମିଠା ହୋଇଥାଏ ଏବଂ ତାଙ୍କ ସହିତ କଥା ହେବା ମାତ୍ରେ ହିଁ ସୁଖର ଅନୁଭୂତି ହୋଇଥାଏ, ସେହି ନାରୀ ବିବାହ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ଏବଂ ଶ୍ରେଷ୍ଠ ହୋଇ ଥାଆନ୍ତି। ମଧୁର କଣ୍ଠ ଥିବା ନାରୀଙ୍କୁ ବିବାହ କରିବା ଦ୍ଵାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

୬/ ଯେଉଁ ନାରୀ କଠିନ ପରିସ୍ଥିତିରେ ମଧ୍ୟ ନିଜ ପରିବାର ସହିତ ରହିଥାଏ ଏବଂ ସେ ଯେକୌଣସି ପରିସ୍ଥିତିକୁ ସମ୍ଭାଳିବା ପାଇଁ ସକ୍ଷମ ହୋଇଥାନ୍ତି, ସେଭଳି ନାରୀଙ୍କୁ ବିବାହ କରିବା ଭାଗ୍ୟର କଥା ଅଟେ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button