ସ୍ବୟଂ ଗୋମାତା କହିଛନ୍ତି ସବୁଠାରୁ ବଡ଼ ଦାନ । ଯାହା ଦୂର କରିଥାଏ ଦାରିଦ୍ର୍ୟତା । ଜାଣି ରଖନ୍ତୁ
ସ୍ୱୟଂ ଗୋମାତା କହିଛନ୍ତି ଯେ କିଛି ଏପରି ଜିନିଷ ରହିଛି ଯାହାକି ଦାନ କରିବା ଦ୍ୱାରା ପ୍ରଭଞ୍ଜନ ନାମକ ଜଣେ ରାଜାଙ୍କୁ ଜଣେ ମୃଗୁଣି ବ୍ୟାଘ୍ର ହେବାର ଅଭିଶାପ ଦେଲେ । ଏଥିରେ ରାଜା ଭୟଭୀତ ହୋଇ ମୃଗୁଣିକୁ କ୍ଷମା ମାଗିବାକୁ ଲାଗିଲେ । ଏହାପରେ ମୃଗୁଣି କହିଲା ଯେ , ” ହେ ରାଜା ଶହେ ବର୍ଷ ପରେ ନନ୍ଦା ନାମକ ଏକ ଗାଈ ଦ୍ୱାରା ତୁମେ ଅଭିଶାପ ମୁକ୍ତ ହେବ ” । ଏହା କହିବା ମାତ୍ରେ ରାଜା ବାଘ ହୋଇଗଲେ । ସେହି ଜଙ୍ଗଲରେ ବାଘ ହୋଇ ଏକ କାଳ ଭାବରେ ମୃଗୁଣି ମଣିଷ ଏବଂ ଅନ୍ୟ ଜୀବଜନ୍ତୁଙ୍କୁ ମାରି ଖାଉଥିଲା । ଏମିତି ଶହେ ବର୍ଷ ପରେ ଥରେ ଗୋଟିଏ ଗାଈ ପୋଲ ଜଙ୍ଗଲ ଭିତରକୁ ଆସିଲା । ତଭିତରେ ଥିବା ସୁନ୍ଦର ଏବଂ ଶାନ୍ତ ନନ୍ଦା ଗାଈ ଗୋଠରୁ ଦୂରେଇ ଯାଇ ବାଘ ହାବୁଡ଼ରେ ପଡ଼ିଗଲା ।
ବାଘକୁ ଦେଖି ନନ୍ଦା ଗାଈର ନିଜ ଛୋଟ ବାଛୁରୀର କଥା ମନେ ପଡ଼ିଗଲା । କିନ୍ତୁ ବାଘ ଗାଈକୁ କହିଲା , ” ସବୁ ଜୀବର କାଳ କେବେନା କେବେ ଆସେ । ଏହା ଶୁଣି ଗାଈ ନିଜେ ମଧ୍ୟ କହିଲା ଯେ ତାକୁ ନିଜର ଜୀବନ ପ୍ରତି ଲୋଭ ନାହିଁ ବରଂ ନିଜର ପ୍ରଥମ ସନ୍ତାନ ଯିଏକି ଏଇ କିଛିଦିନ ହେବ ଜନ୍ମ ହୋଇଛି ସେ ବିନା କ୍ଷୀରରେ ବର୍ତ୍ତି ପାରିବ ନାହିଁ । ” ଗାଈ ବଚନ ଦେଇ କହିଲା ଯେ ସେ ନିଜ ବାଛୁରୀକୁ କ୍ଷୀର ପିଆଇ ପୁଣିଥରେ ବାଘର ଆହାର ହେବାକୁ ଆସିବ । ଏହି ବଚନରେ ଗାଈ ମଧ୍ୟ ରାଜି ହୋଇଗଲା ଏବଂ ଗାଈ ଏହି ବଚନ କରି ନିଜ ବାଛୁରୀକୁ କ୍ଷୀର ପିଆଇବାକୁ ଚାଲିଗଲା । ଯିବା ସମୟରେ ଖୁବ ଦୁଃଖରେ କାନ୍ଦି କାନ୍ଦି ନନ୍ଦା ଗାଈ ଚାଲିଥାଏ ।
ମା’ କାନ୍ଦୁ ଥିବାର ଦେଖି କୁନି ବାଛୁରୀ ମା’କୁ କାନ୍ଦୁ ଥିବାର କାରଣ ପଚାରିଲା । ସେହି ଦିନଟି ମା’ ର ଶେଷ ଦିନ କହିବାକୁ ବାଛୁରୀ ମଧ୍ୟ ନିଜ ମା’ ସହିତ ଜୀବନ ଦେବାକୁ ଯିବ ବୋଲି କହିଲା । ଏହା କହିବା ମାତ୍ରେ ନନ୍ଦା ଗାଈ ନିଜ ପିଲାକୁ ବୁଝାଇ କହେ ଯେ ଜୀବନରେ ସମସ୍ତଙ୍କ ମୃତ୍ୟୁ କେବେ ନା କେବେ ଆସିଥାଏ । କିନ୍ତୁ ବର୍ତ୍ତମାନ ଯାହାର କାଳ ଆସିଛି ତାକୁ ହିଁ ସାମ୍ନା କରିବାକୁ ପଡ଼ିବ । ଏହା କହି ନିଜ ପୁତ୍ରକୁ ଗେଲ କରି ନିଜ ସଖୀ ମାନଙ୍କୁ ଯାଇ ସବୁକଥା କହିଲା । ଏହା ଶୁଣି ସଖୀ ମାନେ କହନ୍ତି ଯେ ନିଜ ପୁତ୍ରକୁ ଛାଡ଼ି ଏଭଳି ଯିବା ମଧ୍ୟ ଏକ ଅଧର୍ମ ଅଟେ । ଯଦି ମିଛ କହି ପ୍ରାଣ ରକ୍ଷା କରିହୁଏ ତେବେ ତାହା ମଧ୍ୟ ଧର୍ମ ହୋଇଯାଏ ।
କିନ୍ତୁ ଏହାପରେ ନନ୍ଦା ଗାଈ ସତ୍ୟତା କଣ ସେ ବିଷୟରେ ବୁଝାଇଛି । ସଖୀ ମାନେ ଖୁସି ହୋଇ ନନ୍ଦାଙ୍କୁ ପ୍ରଣାମ କଲେ । ଏହାପରେ ନନ୍ଦା ବାଘ ପାଖରେ ଯାଇ ପହଞ୍ଚିଗଲା । କିନ୍ତୁ ଗାଈର ପୁତ୍ର ମଧ୍ୟ ଦୌଡ଼ି ଆସି ଗାଈ ଏବଂ ବାଛୁରୀ ମଧ୍ୟରେ ଆସି ଛିଡ଼ା ହୋଇଗଲା । ଗାଈ ଆସିବା ଦେଖି ବାଘ ମଧ୍ୟ ଅତ୍ୟନ୍ତ ଖୁସି ହୋଇଗଲା ଏବାଂ ନନ୍ଦା ଗାଈକୁ ପ୍ରଣାମ ଜଣାଇଲା । ନନ୍ଦା ଗାଈ ଭିତରେ ବାଘ ସତ୍ୟ ସନ୍ଧାନ କରୁଥିବା କହିଲା । ତେଣୁ ବର୍ତ୍ତମାନ ନିଜ ପାପରୁ ମୁକ୍ତି ପାଇଁ କଣ କରିବା ଆବଶ୍ୟକ ତାହା ନନ୍ଦା ଗାଈକୁ ପଚାରିଲା । କଳିଯୁଗରେ ଦାନ ହିଁ ଏକମାତ୍ର ଶ୍ରେଷ୍ଠ ପୁଣ୍ୟ ଅଟେ । ତାହା ହେଉଛି ସବୁ ପ୍ରାଣୀଙ୍କୁ ଅଭୟ ଦାନ । ଏହି ଦାନ ଯିଏ କରିଥାଏ ସେ ସବୁ ପ୍ରକାରର ପୁଣ୍ୟ ପ୍ରାପ୍ତ କରିଥାଏ ।