IBN ଓଡ଼ିଶା ବ୍ୟୁରୋ

ଏମିତି ବି ଆସେ ମୃତ୍ୟୁ! ପ୍ରେମିକା ସହିତ ଖରାପ ସମ୍ୱନ୍ଧ କଲା ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ, ଜାଣନ୍ତୁ ପୂରା ଘଟଣା

ବୁଢା ବୟସରେ ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା। ପ୍ରେମିକା ସହିତ ଶା-ରୀ-ରିକ ସମ୍ପର୍କ ରଖୁଥିବା ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ। ସବୁଠାରୁ ବଡ଼ କଥା ହେଉଛି ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକା ଶବଟିକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। କର୍ଣ୍ଣାଟକ ସ୍ଥିତ ବେଙ୍ଗାଲୁରୁ ଠାରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

ମୃତକ ବ୍ୟକ୍ତିଙ୍କ ନାମ ବାଲା ସୁବ୍ରମଣ୍ୟମ୍ ହୋଇଥିବା ବେଳେ ଘରେ କାମ କରୁଥିବା ୩୫ ବର୍ଷୀୟା ଜଣେ ମହିଳାଙ୍କ ସହିତ ତାଙ୍କର ଅ-ବୈଧ ସମ୍ପର୍କ ରହିଥିଲା।

ଘଟଣା ଦିନ ସେ ନିଜ ନାତିକୁ ବ୍ୟାଡ୍‌ମିଣ୍ଟନ କ୍ଲାସ୍‌ରେ ଛାଡ଼ିବାକୁ ଯାଉଥିବା କହି ଘରୁ ବାହାରିଥିବା ବେଳେ ଆଉ ଘରକୁ ଫେରିନଥିଲେ। ଏହି ସମୟ ମଧ୍ୟରେ ସେ ନିଜ ବୋହୂକୁ ଫୋନ କରିବା ସହିତ କୌଣସି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ବାହାରକୁ ଯାଉଥିବା କହିଥିଲେ।

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର କରାଯାଇଥିଲା:

ଏଥିନେଇ ପରିବାର ଲୋକେ ଥାନାରେ ଏତଲା ଦେବାର ଗୋଟିଏ ଦିନ ପରେ ରାସ୍ତାକଡ଼ରୁ ସୁବ୍ରମଣ୍ୟମଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏଥିନେଇ ତଦନ୍ତ ଆରମ୍ଭ ହେବାପରେ ସଂପୃକ୍ତ ମହିଳା ସତ ମାନି ଯାଇଥିଲେ। ଘଟଣା ଦିନ ସୁବ୍ରମଣ୍ୟମ ତାଙ୍କ ପାଖକୁ ଆସିଥିବା ଏବଂ ଉଭୟଙ୍କ ମଧ୍ୟରେ ଶା-ରୀ-ରି-କ ସମ୍ପର୍କ ସ୍ଥାପନ ହେଉଥିବା ବେଳେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ମହିଳା ଜଣକ ସୂଚନା ଦେଇଥିଲେ। ପୋଲିସ ଏଥିନେଇ ଏକ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button