ରାଜ୍ୟ

ଓଡ଼ିଶା ଆସିବେ ସୋନିଆ ଓ ରାହୁଲ ଗାନ୍ଧି – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସର ଦୁଇ ହେଭିୱେଟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଆସିବେ । ବିଶେଷ କରି କୋରାପୁଟ ଲୋକସଭା ନିର୍ବାଚନ ପାଇଁ ଉଭୟ ଆସିବେ । ଏନେଇ ଆଜି କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି । ଆଜି କୋରାପୁଟ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହାପରେ ସାଂସଦ ସପ୍ତଗିରି ଉଲାକା ଗଣମାଧ୍ୟମକୁ ଷ୍ଟାର ପ୍ରଚାରକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମେ ପ୍ରଥମ ସପ୍ତାହରେ ସୋନିଆ, ରାହୁଲଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଓଡ଼ିଶା ଗସ୍ତ କରିବେ । ମେ ୧୩ରେ ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ଭୋଟ ପଡ଼ିବ । ତେଣୁ କୋରାପୁଟ ଗସ୍ତରେ ଆସି ପ୍ରଚାର କରିବେ ସୋନିଆ ଗାନ୍ଧି । ସେହିପରି ରାୟଗଡ଼ାରେ ପ୍ରଚାର କରିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button