ଛେନାପୋଡ଼ ଦିବସ ପାଳିତ – Ibnodisha
[ad_1]
ଦଶପଲ୍ଲା ୧୧/୪ : ଛେନାପୋଡ଼ ର ଏନ୍ତୁଡ଼ିଶାଳ ଦଶପଲ୍ଲା । ଦଶପଲ୍ଲା ସାତପାଟଣା ସ୍ଥିତ ଜରି ପାଟଣା ଗ୍ରାମର ସ୍ବର୍ଗତ ବିଦ୍ୟାଧର ସାହୁ ହେଉଛନ୍ତି ଛେନାପୋଡ଼ ର ପ୍ରତିଷ୍ଠାତା । ଦିନେ ତାଙ୍କ ଜଳଖିଆ ଦୋକାନ ରେ ଛେନା ବଳକା ହେବାରୁ ସେ ସେଥିରେ ଚାଉଳଚୁନା ଓ କିଛି ଚିନି ମିଶାଇ ଦୋକାନ ଚୁଲିରେ ପୋଡପିଠା ପରି ପଡ଼ିଥିଲେ । ତାପର ଦିନ ଏହାକୁ ବାହାର କରି ନିଜେ ଖାଇବା ସହ ପରିବାର ଲୋକଙ୍କୁ ଖୁଆଇଥିଲେ । ଏହା ସୁସ୍ଵାଦ ହୋଇଥିବାରୁ ପରବରବର୍ତୀ ସମୟ ରେ ବିଦ୍ୟାଧର ଦଶପଲ୍ଲା ରେ ଛେନାପୋଡ଼ ପ୍ରସ୍ତୁତ କରିଥାଆନ୍ତି ଓ ତାଙ୍କ ସୁପୁତ୍ର ସୁଦର୍ଶନ ସାହୁ ଏହି ଛେନାପୋଡ଼ କୁ ନେଇ ନୟାଗଡ଼ ରେ ବିକ୍ରୟ କରିଥାନ୍ତି । ଯାହାକି ଆଜି ସାରା ଦେଶ ରେ ଏହି ଛେନାପୋଡ଼ ଏକ ସୁସ୍ଵାଦ ଖାଦ୍ୟ ରୂପେ ପରିଚିତ । ଏହି ଛେନାପୋଡ଼ କୁ ଜି ଆଇ ଟ୍ୟାଗ ମିଳିନାହିଁ । ଏହାକୁ ସ୍ବତନ୍ତ୍ର ଭାବେ ଜି ଆଇ ଟ୍ୟାଗ ମାନ୍ୟତା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରା ଯାଇଛି । ନୟାଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଏହି ଛେନାପୋଡ଼ ଦିବସ ପାଳିତ ହିଇଥିବା ବେଳେ ଦଶପଲ୍ଲା ବିବେକାନନ୍ଦ ପଠନ କେନ୍ଦ୍ର ପକ୍ଷରୁ ଏହି ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଧାୟକ ରମେଶ ଚନ୍ଦ୍ର ବେହେରା , ସ୍ବେଛାସେବୀ ପ୍ରଫେସର ନନ୍ଦକିଶୋର ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଡ଼ଃ ନାରାୟଣ ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଛେନାପୋଡ଼ ପାଇଁ ଦଶପଲ୍ଲା ସାତା ଭାତଟ ବର୍ଷ ରେ ପରିଚିତ ହୋଇ ପାରିଛି ବୋଲି ବକ୍ତବ୍ୟ ରଖିବା ସହ ସରକାରୀ ମାନ୍ୟତା ପାଇଁ ଉଦ୍ୟମ ଜାରି ରହିଛି ବୋଲି ବିଧାୟକ ପ୍ରକାଶ କରିଥିଲେ । ଏହି ଉତ୍ସବ ରେ ବିବେକାନନ୍ଦ ପଠନ କେନ୍ଦ୍ର ସଭାପତି ବିନୋଦ ବିହାରୀ ମିଶ୍ର, ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର, ପବିତ୍ର କୁମାର ସାହୁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ଛେନାପୋଡ଼ ଆମ ଦଶପଲ୍ଲାର ଓ ଏହାକୁ ଜିଆଇ ଟ୍ୟାଗ ମିଳୁ ବୋଲି ଦଶପଲ୍ଲା ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଦଶପଲ୍ଲା ବିକାଶ ପରିଷଦ ର ସଭାପତି ସୁରେଶ କୁମାର ମିଶ୍ର, ସ୍ବେଛାସେବୀ ପ୍ରଭାତ କୁମାର ସାହୁ, ନାରାୟଣ ସାହୁ, ସନ୍ତୋସ କୁମାର ସାହୁ ପ୍ରମୁଖ ଏହା ଦାବି କରିଛନ୍ତି ।
[ad_2]