ରାଜ୍ୟ
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ – Ibnodisha

[ad_1]
ଯାଜପୁର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ୧୬ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭଙ୍ଗା ହ୍ରିଜ ଉପରେ ଦୁର୍ଘଟଣା ହୋଇ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ କୁଆଖିଆ ଥାନା ନଠୁଆବର ଗାଁର ବିଶ୍ବଜିତ ପଣ୍ଡା । ସୂଚନା ଅନୁସାରେ , ଗତ ୮ ମାସ ହେବ ଜାତୀୟ ରାଜପଥରେ ଏହି ବ୍ରିଜଟି ୧୦ ଫୁଟ ତଳକୁ ଭୁଶୁଡି ପଡିଥିଲା । ଯାହା ଏପର୍ଯ୍ୟନ୍ତ ମରାମତି ହୋଇନାହିଁ । ଯାହା ଫଳରେ ଆଜି ସକାଳେ ସ୍ଥାନୀୟ ଲୋକେ ଭଙ୍ଗା ବ୍ରିଜ ପାଖରେ ବାଇକ ସହ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏବଂ ପରେ ସଙ୍ଗେସଙ୍ଗେ କୁଆଖିଆ ପୋଲିସ ଖବର ଦେଇଥିଲେ । ତେବେ ଖବର ପାଇ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।
[ad_2]