ଦେଶ

ଇଦ୍‌ରେ ସଲମାନ ଖାନଙ୍କ ଫ୍ୟାନ୍‌ଙ୍କ ଉପରେ ପୁଲିସର ଲାଠିଚାର୍ଜ – Ibnodisha

[ad_1]

ମୁମ୍ବାଇ: ଇଦ୍‌ର ସ୍ୱତନ୍ତ୍ର ଅବସରରେ ସଲମାନ୍‌ ଖାନ୍‌ଙ୍କ ପ୍ରଶଂସକମାନେ ସୁପରଷ୍ଟାରଙ୍କ ଝଲକ ଦେଖିବା ପାଇଁ ତାଙ୍କ ଗାଲାକ୍ସି ବାସଭବନ ବାହାରେ ଆଜି ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଦୁର୍ଭାଗ୍ୟବଶତଃ ଭିଡ଼ ଏତେ ଅସମ୍ଭାଳ ହୋଇପଡ଼ିଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।
ଇଦ୍‌ର ଶୁଭେଚ୍ଛା ଜଣାଇବା ପାଇଁ ବିଭିନ୍ନ ସହରରୁ ଆସିଥିବା ସଲମାନ୍‌ଙ୍କ ପ୍ରଶଂସକମାନେ ତାଙ୍କ ମୁମ୍ବାଇ ବାସଭବନ ବାହାରେ ଧାଡ଼ି ବାନ୍ଧିଥିଲେ। ତାଙ୍କୁ ଦେଖିବା ପାଇଁ କିଛି ସମୟ ଅପେକ୍ଷା କରିଥିବା ଫ୍ୟାନ୍‌ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଏହା ସତ୍ତ୍ୱେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।ସଲମାନ ଖାନ ନିଜ ପ୍ରଶଂସକଙ୍କ ପାଇଁ ଇଦ୍‌କୁ ସ୍ପେଶାଲ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଆଜି ସଲମାନ ତାଙ୍କ ନୂଆ ଫିଲ୍ମ ’ସିକନ୍ଦର’ର ଘୋଷଣା କରିଛନ୍ତି, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଏଆର ମୁରୁଗାଦୋସ। ଇନଷ୍ଟାଗ୍ରାମରେ ଫିଲ୍ମର ଟାଇଟଲ ପ୍ରକାଶ କରି ସଲମାନ ଲେଖିଛନ୍ତି, ‘ଇସ୍‌ ଇଦ୍‌’ ବଡେ ମିଆଁ ଛୋଟେ ମିଆଁ’ ଏବଂ ’ମୈଦାନ’ କୋ ଦେଖୋ ଓ ଅଗଲି ଇଦ୍‌ ସିକନ୍ଦର ସେ ଆ କର ମିଲୋ (ଏହି ଇଦ୍‌ରେ ଦେଖନ୍ତୁ ବଡ଼େ ମିଆଁ ଛୋଟେ ମିଆଁ ଏବଂ ମୈଦାନ ଦେଖନ୍ତୁ, ଆସନ୍ତା ଇଦ୍‌, ସିକନ୍ଦରଙ୍କୁ ଭେଟିବା)। ଆପଣମାନଙ୍କୁ ସମସ୍ତଙ୍କୁ ଇଦ୍‌ ମୁବାରକ! ଶୁଭେଚ୍ଛା!

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button