IBN ଓଡ଼ିଶା ବ୍ୟୁରୋ

ପାନ ପତ୍ରର ସେବନରେ ରହିଛି ଏଭଳି ଫାଇଦା : ଯେ ଖଟରୁ ଉଠୁ ନଥିବା ଲୋକ ବି ଦୌଡିବାକୁ ଲାଗିବ

ବନ୍ଧୁଗଣ ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଆମମାନଙ୍କର ଲାଇଫଷ୍ଟାଇଲ ସଂପୂର୍ଣ୍ଣ ବଦଳିଯିବାରେ ଲାଗିଛି । ଠିକ ସମୟରେ ଲୋକ ଖିଆପିଆ କରୁନାହାନ୍ତି, ବହୁ ରାତି ପର୍ଯ୍ୟନ୍ତ ଅନିଦ୍ରା ରହୁଛନ୍ତି, ଶାରୀରିକ କାର୍ଯ୍ୟ ଅଧିକ କରନ୍ତୁ ନାହିଁ, ଫାଷ୍ଟ ଫୁଡ ଓ ଜଙ୍କ ଫୁଡ ଭଳି ଖାଦ୍ୟ ଅଧିକ ମାତ୍ରାରେ ସେବନ କରୁଛନ୍ତି । ଏଭଳି କିଛି କାରଣ ପାଇଁ ବହୁତ ଅଳ୍ପ ବୟସରୁ ଯୁବାବସ୍ଥାରେ ହିଁ ବାର୍ଦ୍ଧକ୍ୟ ଭଳି କିଛି ସମସ୍ଯା ଦେଖାଯିବାରେ ଲାଗିଛି ।

ତେବେ ଯେଉଁ ମାନଙ୍କର ଆଁଠୁ ଗଣ୍ଠିରେ ଯନ୍ତ୍ରଣା ହେଉଛି, ଅଣ୍ଟା ଦରଜ ହେଉଛି ତେବେ ଏହି ସବୁ ପ୍ରୋବ୍ଲେମ ପାଇଁ ଆଜି ଆମେ ଏକ ଘରୋଇ ଉପଚାର ସମ୍ପର୍କରେ ଏଠାରେ କହିବା ପାଇଁ ଯାଉଛୁ । ପାନ ପତ୍ର ଦ୍ଵାରା ସେହି ଉପଚାରଟି ଆଜି ପ୍ରସ୍ତୁତ କରିବାର ବିଷୟରେ କହିବୁ । 1- ଯେଉଁ ବ୍ୟକ୍ତି ମାନଙ୍କର ଶରୀରରେ କ୍ୟାଲସିୟମର ଅଭାବ କାରଣରୁ ଆଁଠୁ, ଗଣ୍ଠି ଓ ଅଣ୍ଟାରେ ଦରଜ ବିନ୍ଧା ହେବାରେ ଲାଗୁଛି । ସଂପୂର୍ଣ୍ଣ ଶରୀରରେ ଦିନ ସାରା ଥକାପଣ ଅନୁଭୂତ ହେଉଛି

ତେବେ ସେମାନେ ଗୋଟିଏ ମିଠା ପାନ ପତ୍ର ଆଣନ୍ତୁ । ତାପରେ ରାତିରେ ଶୋଇବା ସମୟରେ ଏକ ତମ୍ବା ପାତ୍ରରେ ପାଣି ଭରି କରି ରଖନ୍ତୁ । ସକାଳୁ ଉଠି ସେହି ପାଣିକୁ ସାମାନ୍ୟ ଗରମ କରି ପିଇନିଅନ୍ତୁ । ତମ୍ବା ପାତ୍ରର ପାଣି ମଧ୍ୟ ଆଁଠୁ ଗଣ୍ଠି ଭଳି ଯନ୍ତ୍ରଣା ପାଇଁ ବହୁତ ଲାଭକାରୀ ଅଟେ । ତମ୍ବା ପାତ୍ରର ପାଣିର ସେବନ ଦ୍ଵାରା ଆମ ଶରୀରକୁ ଅନେକ ବେମାରୀରୁ ଏହା ବଞ୍ଚେଇଥାଏ ।

ତାପରେ ଆପଣ ରଖିଥିବା ପାନ ପତ୍ରରେ ଚାଉଳ ସଦୃଶ ଚୂନ ଲଗାଇ ସେହି ପାନ ପତ୍ରକୁ ଧୀରେ ଧୀରେ ଭଲ ଭାବେ ଚୋବାଇ ଖାଇ ଦିଅନ୍ତୁ । ଦିନେ ଛଡା ଦିନେ ଆପଣ ଏକ ମାସେ ପର୍ଯ୍ୟନ୍ତ ଏଭଳି ପାନର ଉପାୟଟି କରନ୍ତୁ । ଏକ ମାସ ଠାରୁ ଅଧିକ ଦିନ ଏହି ପାନ ପତ୍ରର ସେବନ କରନ୍ତୁ ନାହିଁ ।

ତେବେ ଏହି ଉପାୟ କରିବା ପରେ ଆପଣ ଶରୀରରେ ରହୁଥିବା କ୍ୟାଲସିୟମର ଅଭାବ ଧୀରେ ଧୀରେ ଦୂର ହେବାକୁ ଲାଗିଥାଏ । ଶରୀରର ଦୁର୍ବଳତା ମଧ୍ୟ ଯିବାରେ ଲାଗିବ । ଶରୀରର ପ୍ରତ୍ଯେକଟି ଅଙ୍ଗରେ ହେଉଥିବା କଷ୍ଟ ଓ ପୀଡା ମଧ୍ୟ ଭଲ ହେବାଲୁ ଲାଗିବ । ଆଣ୍ଠୁ ଓ ଗଣ୍ଠିର ଯନ୍ତ୍ରଣା ମଧ୍ୟ କମିଯିବ । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । ଯେ ଆଁଠୁ, ଗଣ୍ଠି ଯନ୍ତ୍ରଣା ପାଇଁ ଖଟରୁ ଉଠି ପାରୁନଥିବା ବ୍ୟକ୍ତି ମଧ୍ୟ ଏହି ଉପାୟ ଦ୍ଵାରା ଚଲାବୁଲା ଆରମ୍ଭ କରିଦେବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button