ରାଜ୍ୟ

ସମାଜକୁ ନୂତନ ଦିଗଦର୍ଶନ ଦେଇଛନ୍ତି ବାବାସାହେବ ଆମ୍ବେଦକର : ସମୀର ମହାନ୍ତି – Ibnodisha

[ad_1]

ଭୁବନେଶ୍ୱର : ସଂଗଠିତ ହୁଅ ଓ ଅଧିକାର ପାଇଁ ସଂର୍ଘଷ କର । ସମାଜକୁ ନୂଆ ଦିଗ୍‌ଦର୍ଶନ ଦେବାରେ ବାବାସାହେବ ଅନ୍ୟ ନେତାମାନଙ୍କ ଠାରୁ ଆଗରେ ଥିଲେ । ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରତ୍ନ ଥିଲେ । ଦେଶର ସମ୍ବିଧାନ ପ୍ରଣୟନରେ ବାବାସାହେବଙ୍କ ଭୂମିକା ପାଇଁ ସାରା ଦେଶ ତାଙ୍କ ପାଖରେ ଋଣୀ । ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ତାଙ୍କର ଦୃଷ୍ଟିକୋଣ ଆଜି ବି ଉପଯୋଗୀ । ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ, ବଂଚିତ, ନିଷ୍ପେସିତ ଏବଂ ଆର୍ôଥକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତଥାନ ଏବଂ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଭାରତରତ୍ନ ବାବାସାହେବ ଡା. ଭୀମରାଓ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଇଛି । ଦଳିତ, ଶୋଷିତ, ଅବହେଳିତ, ଅତ୍ୟାଚାରିତ ଓ ଲାଂଛିତ ଲୋକମାନଙ୍କୁ ଆଗଧାଡିକୁ ଆଣିବା ପାଇଁ ଅହରଣ ଉଦ୍ୟମ କରିଥିଲେ ଆମ୍ବେଦକର । ଡା. ଆମ୍ବେଦକରଙ୍କ ଆଧୁନିକ ଭାରତ ଗଠନରେ ଅବଦାନ ଏବଂ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ବାବାସାହେବ କେବଳ ସମାଜର ଅନ୍ତିମ ଧାଡିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ ଯେ ଚିନ୍ତାକରୁଥିଲେ ତା’ନୁହେଁ, ବରଂ ସମାଜରେ ସମାନତା, ସାର୍ବଭୌମତ୍ୱ ଓ ମହିଳା ସଶକ୍ତିକରଣ ଭଳି ବହୁବିଧ ଓ ବହୁ ଆୟାମୀ ଜନକଲ୍ୟାଣକାରୀ ବ୍ୟବସ୍ଥା ସମ୍ବିଧାନରେ ଯୋଡି ଭାରତୀୟ ଗଣତନ୍ତ୍ରକୁ ସଶକ୍ତ ତଥା ବଳିଷ୍ଠ କରିଥିଲେ । ଏହି ଜନ୍ମଜୟନ୍ତୀରେ ଆମେ ସଂକଳ୍ପ ନେବା ଉଚିତ ଯେ, ଦେଶର ଶୋଷିତ, ଦଳିତ, ଆଦିବାସୀ, ଗରିବ ବର୍ଗ ସମସ୍ତେ ଆମ୍ବେଦକରଙ୍କ ପାଇଁ ନ୍ୟାୟ ପାଇଛନ୍ତି ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି।

ଭାରତ ସମ୍ବିଧାନର ପ୍ରଣେୟତା ତଥା ଦଳୀତ ନିଷ୍ପେସିତ ଲୋକଙ୍କ ସ୍ୱର ସାଜି ପ୍ରଜାତନ୍ତ୍ରରେ ଅବହେଳିତ, ବଂଚିତ ଓ ଶୋଷିତ ଲୋକଙ୍କୁ ଯେଉଁ ଉତ୍‌ଥାନ ତାହା ଅକଳ୍ପନୀୟ ଓ ଅବିଶ୍ୱନିୟ । ଗତ ୧୦ବର୍ଷ ଭିତରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବାସାହେବ ଆମ୍ବେଦକରଙ୍କ ଜନ୍ମ ସ୍ଥାନଠୁ ଆରମ୍ଭ କରି କର୍ମସ୍ଥାନକୁ ପଂଚତୀର୍ଥର ଆଖ୍ୟା ଦେଇଛନ୍ତି । ପଂଚତୀର୍ଥକୁ ସମଗ୍ର ଦେଶବାସୀ ଯାଉଛନ୍ତି ଓ ପ୍ରେରଣା ନେଇକି ଆସୁଛନ୍ତି । ପଂଚତୀର୍ଥକୁ ଆଜିର ଯୁବପିଢ଼ି ଯିବାକୁ ଅନୁରୋଧ କରିଛନ୍ତି ଶ୍ରୀ ମହାନ୍ତି ।

ଏହି ଅବସରରେ ଭୁବନେଶ୍ୱର ଏଜି ଛକ ସ୍ଥିତ ବାବାସାହେବଙ୍କ ପ୍ରତିମୂର୍ତିରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଓବିସିମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣ ମଲ୍ଲିକଙ୍କ ସମେତ ବହୁ ରାଜ୍ୟ ପଦାଧିକାରୀମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି । ପରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀମାନେ ବାବାସାହେବଙ୍କ ଫଟୋରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button