ଦେଶ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୭ ଜଣ ଜୀବନ୍ତ ଦଗ୍ଧ – Ibnodisha

[ad_1]

ରାଜସ୍ଥାନ : ରାଜସ୍ଥାନର ସିକର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜୟପୁର-ବିକାନେର ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ କାର୍ ଆଗକୁ ଯାଉଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ରେ ଉଭୟ ଗାଡ଼ି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅଗ୍ନିକାଣ୍ଡରେ ଉଭୟ ଗାଡି ଜଳି ଯାଇଥିବା ବେଳେ ସେଥିରେ ଥିବା ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ପୁଲିସ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା।

କାର୍ ରେ ଥିବା ବ୍ୟକ୍ତିମାନେ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଥିଲେ। ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ସିକର ଫତେପୁର କୋତୱାଲି ଅଞ୍ଚଳରେ ଏହି ଘଟଣା ଘଟିଛି। ଜୟପୁର-ବିକାନେର ଜାତୀୟ ରାଜପଥର ଫତେପୁର ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଆଗକୁ ଯାଉଥିବା ଟ୍ରକ୍ କୁ ଧକ୍କା ଦେଇଥିଲା। ଫଳରେ ପ୍ରବଳ ବିସ୍ଫୋରଣ ହେବା ସହ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣର ଶବ୍ଦ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେହି କିଛି ବୁଝିବା ପୂର୍ବରୁ କାର୍ ଓ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button