IBN ଓଡ଼ିଶା ବ୍ୟୁରୋ

ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ମିଳିବାକୁ ଯାଉଛି ପିଏମ କିଷାନର ଆଗାମୀ କିସ୍ତି ତୁରନ୍ତ କରନ୍ତୁ ଏହି କାମ

ପ୍ରଧାନ ମନ୍ତ୍ରୀ କିସାନ ଯୋଜନାରେ ଆସିଲା ବଡ଼ ଅପଡେଟ ଯାହାକୁ ଆପଣମାନେ ଜାଣି ରଖିବା ଜରୁରୀ | ତେବେ କିସାନ ଯୋଜନାର 17ତମ କିସ୍ତି ପାଇବା ପୂର୍ବରୁ କରେଇବାକୁ ପଡିବ ଏହି କାମ ନଚେତ ଆପଣ ମଧ୍ୟ ପାଇପାରିବେନି ଆଗାମୀ କିସ୍ତିରେ ଆସିବାକୁ ଥିବା ଦୁଇ ହଜାର ଟଙ୍କା | ଏନେଇ ସରକାରଙ୍କ ତରଫରୁ ଆସିଲା ଏକ ବଡ଼ ଅପଡେଟ, କେନ୍ଦ୍ର ସରକାର କୃଷକଙ୍କୁ କିଷାନ ସମ୍ମାନ ନିଧି ଯୋଜନାରେ ୩ ଗୋଟି କିସ୍ତିରେ ବର୍ଷକୁ ୬,୦୦୦ଟଙ୍କା ଦେଉଛନ୍ତି ।

ଏହାର ୧୭ ତମ କିସ୍ତି ଏବେବି ବାକି ରହିଛି କିନ୍ତୁ ଆପଣ ଯଦି ଏହି ଭୁଲ୍ କରିବେ ତେବେ ଆପଣଙ୍କୁ ଏହି କିସ୍ତି ମିଳିବ ନାହିଁ । କେନ୍ଦ୍ର ସରକାର କୃଷକଙ୍କ ଲାଗି ବହୁ ଯୋଜନା ପରିଚାଳନା କରୁଛନ୍ତି । ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା | ତେବେ ଏହି ଯୋଜନାରେ ସରକାର 2019 ରେ ଆରମ୍ଭ କରିଥିଲେ ଯୋଜନା ଜରିଆରେ କୃଷକକୁ କେନ୍ଦ୍ର ସରକାର ଆର୍ଥିକ ଲାଭ ଦେଉଛନ୍ତି |

ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ 16ତମ କିସ୍ତି ଜାରି କରାଯାଇଛି ଏବେ 17 ତମ କିସ୍ତି ଆସିବାର ଅଛି କିନ୍ତୁ ଯଦି ଆପଣ କିଛି ଭୁଲ କରିବେ ତେବେ ତେବେ ଆପଣଙ୍କୁ ଏହି କିସ୍ତି ମିଳିବ ନାହିଁ | କିଛି ଅଯୋଗ୍ୟ ହିତାଧିକାରୀ ଯୋଜନାର ଲାଭ ମଧ୍ୟ ଉଠାଉଛନ୍ତି |

ତେବେ ସରକାର ଏଭଳି ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ଆବେଦନଙ୍କୁ ଖରଚ କରି ଦେଉଛନ୍ତି | ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଆଗାମୀ କିସ୍ତି ଆପଣଙ୍କ ଆକାଉଣ୍ଟକୁ ଠିକ ସମୟରେ ଆସିଯାଉ ତେବେ ଏଥିପାଇଁ ଆପଣ ତୁରନ୍ତ E-KYC ପୈଠ କରନ୍ତୁ |

Related Articles

Leave a Reply

Your email address will not be published. Required fields are marked *

Back to top button