IBN ଓଡ଼ିଶା ବ୍ୟୁରୋ

ଆଲୋଭେରାର ଆଶ୍ଚର୍ଯ୍ୟ କରିଦେବା ଭଳି ରହିଛି ଅନେକ ଚମତ୍କାରୀତା

ବନ୍ଧୁଗଣ ଆଲୋଭେରା ବା ଘିକୁଆଂରୀ ଗଛ ବିଷୟରେ ଆପଣ ମାନେ ନିହାତି ଜାଣିଥିବେ । ଏହି ଗଛ ଆପଣଙ୍କ ଘର, ବାଡି ଆଖପାଖ କୌଣସି ସ୍ଥାନରେ ହୋଇଥିବାର ମଧ୍ୟ ଆପଣ ମାନେ ଦେଖିବାକୁ ପାଇଥିବେ । ଏହି ଆଲୋଭେରାରେ ଭିଟାମିନ a, c, e, b12 ଏବଂ ଫଲିକ ଏସିଡ ରହିଥାଏ । ଏଥିରେ କ୍ୟାଲସିୟମ, ପୋଟାସିୟମ ଓ ଜିଙ୍କ ଭଳି ଅନେକ ପୋଷକ ତତ୍ଵ ମଧ୍ୟ ଭରି ହରହିଥାଏ । ତେବେ ଏହି ଆଲୋଭେରାରୁ ଆମେ ଅନେକ କିଛି ଉପର ପାଇପାରିଥାଉ । ତେବେ ଚାଲନ୍ତୁ ଆଲୋଭେରା ଠାରୁ ମିଳୁଥିବା ଉପକାରୀତା ସମ୍ପର୍କରେ ଆଲୋଚନା କରିବା ।

1- ଆଲୋଭେରା ବ୍ରଣ ସମସ୍ଯାକୁ ଚେହେରାରୁ ହଟାଇବାରେ ବହୁତ ସାହାଜ୍ଯ କରିଥାଏ । ଆଲୋଭେରାକୁ କିଛି ସମୟ ମୁହଁରେ ଲଗାଇ ତାହାକୁ ଛାଡି ଦିଅନ୍ତୁ । ତାହା କିଛି ସମୟ ପରେ ଶୁଖିଗଲେ, ପାଣି ସାହାଜ୍ଯରେ ନିଜ ମୁହଁକୁ ଧୋଇ ପରିଷ୍କାର କରି ଦିଅନ୍ତୁ । ଏହା ମୁହଁରୁ ବ୍ରଣ, ଦାଗ ହଟାଇବା ସହ ଚେହେରାକୁ ଏକ ପ୍ରାକୃତିକ ଚମକ ଦେଇଥାଏ ।

2- ବର୍ତ୍ତମାନର ଯୁବପିଢୀ ମାନଙ୍କର ଆଖି ଜନିତ ଅନେକ କିଛି ସମସ୍ଯା ଦେଖାଯାଉଛି । ତେଣୁ 2 ଚାମଚ ଆଲୋଭେରା ଜେଲ୍ ସହ 1 ଗ୍ଳାସ ପାଣି ମିଶାଇ ଆଖିକୁ ଧୋଇଲେ । ଆଖିକୁ ଆରାମ ମିଳିବା ସହ ଆଖିକୁ ସବୁକିଛି ସ୍ପଷ୍ଠ ଭାବରେ ଦେଖା ମଧ୍ୟ ଯାଇଥାଏ ।

3- ଯେଉଁ ବ୍ୟକ୍ତି ମଧୁମେହ ସମସ୍ଯାରେ ପୀଡିତ ରହିଥାନ୍ତି । ସେମାନେ ପ୍ରତିଦିନ ଆଲୋଭେରା ଜୁଷ କରି ସୀନ କରିବା ଦ୍ଵାରା ସେମାନଙ୍କର ବହୁ ମାତ୍ରାରେ ସୁଗାର ନିୟନ୍ତ୍ରିତ ହୋଇକି ରହିଥାଏ । 4- ଦାନ୍ତ ପାଇଁ ମଧ୍ୟ ଆଲୋଭେରା ଲାଭକାରୀ ହୋଇଥାଏ । ଦାନ୍ତ ମୂଳରେ ଆଲୋଭେରା ଜେଲ୍ ଲଗାଇବା ଦ୍ଵାରା ଦାନ୍ତ ମୂଳ ମଜଭୁତ ରହିବା ସହ ଦାନ୍ତ ମୂଳ ପୋକ ମଧ୍ୟ କାଟିନଥାଏ ।

5- କେଶ ପାଇଁ ମଧ୍ୟ ଆଲୋଭେରା ବରଦାନ ସ୍ୱରୂପ ହୋଇଥାଏ । କେଶ ଝଡୁଥିଲେ, କି କେଶରେ ରୂପୀ ଭଳି ସମସ୍ଯା ରହୁଥିଲେ । 2 ଚାମଚ ଆଲୋଭେରା ଜେଲ୍ ସହ କଣ୍ଡିସନରମିଶାଇ ଲଗାଇବା ଦ୍ଵାରା ରୂପୀ ସମସ୍ଯା ଦୂର ହୋଇଥାଏ । ଏହା ସହ କେଶ ମଜଭୁତ ଓ ଚମକଦାର ମଧ୍ୟ ହୋଇଥାଏ । 6- ଶରୀରର ଯଦି କୌଣସି ସ୍ଥାନରେ କ୍ଷତ ହୋଇଯାଇଥାଏ । ବା ସେହି ସ୍ଥାନଟି ଜଳାପୋଡା ହେଉଥିବ ତେବେ ସେହି ସ୍ଥାନରେ ଆଲୋଭେରା ଜେଲ୍ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ଵାରା କ୍ଷତ ସ୍ଥାନଟିକୁ ଆରାମ ମିଳିବା ସହ କ୍ଷତ ଖୁବ ଶୀଘ୍ର ଭଲ ହୋଇଯାଇଥାଏ ।

7- ଆଣ୍ଠୁ ଓ ଗଣ୍ଠି ସ୍ଥାନରେ ଆଲୋଭେରା ଜେଲର ମାଲିସ ଦ୍ଵାରା ଗଣ୍ଠି ସ୍ଥାନରେ ହେଉଥିବା ଦରଜ ଓ ଯନ୍ତ୍ରଣାରୁ କିଛି ଉପଶମ ମିଳିଥାଏ । ତେବେ ଆଲୋଭେରା ଆମ ଶରୀର ପାଇଁ ବହୁତ ଲାଭକାରୀ ପଦାର୍ଥ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button