ମନୋରଞ୍ଜନ

ସଫଳତା ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ କରିବାକୁ ପଡିଥିଲା କଠିନ ସଂଘର୍ଷ

ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କର ଆଜି କୌଣସି ପରିଚୟର ଆବଶ୍ୟକତା ଦରକାର ନାହିଁ । ସେ ତାଙ୍କ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ଅନେକ ସୁପର୍ ହିଟ୍ ସିନେମା ବଲିଉଡକୁ ଦେଇଛନ୍ତି। ଏ ପର୍ଯ୍ୟନ୍ତ କ୍ୟାଟ୍ରିନାଙ୍କ ଯାତ୍ରା ସହଜ ନଥିଲା। ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡିଲା।

କ୍ୟାଟ୍ରିନା ତାଙ୍କ ଚଳଚ୍ଚିତ୍ରଠାରୁ ଆରମ୍ଭ କରି ତାଙ୍କ ଅଭିନୟ ଦକ୍ଷତା ପର୍ଯ୍ୟନ୍ତ କଠିନ ପରିଶ୍ରମ କରିଛନ୍ତି । ଏକ ସମୟ ଥିଲା ଯେତେବେଳେ କ୍ୟାଟ୍ରିନା ଅଡିସନ୍ ପାଇଁ ଯାଇ ନିରାଶ ହେବାରେ ଲାଗିଥିଲେ । ଅଭିନେତ୍ରୀ ହେବା ପୂର୍ବରୁ ମଡେଲ ଭାବରେ ତାଙ୍କ କ୍ୟାରିୟର ଆରମ୍ଭ କରିବା ମଧ୍ୟ ଏକ ସଂଘର୍ଶପୂର୍ଣ ବୋଲି ସେ କହିଥିଲେ । ସୋସିଆଲ ମିଡିଆରେ ଆସିଥିବା ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କୁ ଅନେକ ଥର ଅଡିସନରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯେତେବେଳେ କ୍ୟାଟ୍ରିନା ଫିଲ୍ମ ପାଇଲେ, ମାତ୍ର ଥରକରେ ହିଁ ତାଙ୍କୁ ବାହାର କରି ଦିଆଯାଇଥିଲା । ଏବଂ କୁହାଯାଇଥିଲା ଯେ ସେ କଦାପି ହିରୋଇନ୍ ହୋଇପାରିବେ ନାହିଁ । କ୍ୟାଟ୍ରିନାଙ୍କ ସଂଘର୍ଷ ଏଠାରେ ଶେଷ ହୋଇନଥିଲା। ଯଦିଓ ସେ ଚଳଚ୍ଚିତ୍ର ପାଇଥିଲେ ମଧ୍ୟ ହିନ୍ଦୀ ଶିଖିବା ତାଙ୍କ ପାଇଁ ଥିଲା ଏକ ବଡ଼ ସଂଘର୍ଶ ।

କ୍ୟାଟ୍ରିନାଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ବୁମ୍’ । ଏଥିରେ ସେ ଗୁଲଶାନ ଗ୍ରୋଭରଙ୍କ ସହ ଅନେକ ଅନ୍ତରଙ୍ଗ ଦୃଶ୍ୟର ସୁଟିଂ କରିଥିଲେ । ପ୍ରଥମ ଚଳଚ୍ଚିତ୍ରରେ କ୍ୟାଟ୍ରିନା ଗୁଲଶାନ ଗ୍ରୋଭରଙ୍କ ସହ ଏକ ଚୁମ୍ବନ ଦୃଶ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଫ୍ଲପ୍ ହୋଇଯାଇଥିଲା। ଏହା ପରେ, 2005 ମସିହାରେ, କ୍ୟାଟ୍ରିନାଙ୍କ ମୁକ୍ତିଲାଭ କରିଥିଲା ‘ମୈନେ ପ୍ୟାର୍ କ୍ୟୁଁ କିୟା’ । ଏହି ଚଳଚ୍ଚିତ୍ରଟି ସଲମାନ ଖାନଙ୍କ ସହ ଥିଲା। ‘ମୈନେ ପ୍ୟାର୍ କ୍ୟୁଁ କିୟା’ ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ କ୍ୟାଟ୍ରିନା ଏକ ଭଲ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କୁ ପରଦାରେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ସେ ଅନେକ ହିଟ୍ ଫିଲ୍ମ ଦେଇଥିଲେ । ଆଗାମୀ ଦିନରେ କ୍ୟାଟ୍ରିନା କୈଫ୍ ଙ୍କ ‘ମେରୀ ଖ୍ରୀଷ୍ଟମାସ’ ଏବଂ ସଲମାନ ଖାନଙ୍କ ସହିତ ‘ଟାଇଗର-୩ ‘ ଆସିବାକୁ ଆଛି ।

Related Articles

Leave a Reply

Your email address will not be published. Required fields are marked *

Back to top button