ଦେଶ

ସୁପ୍ରିମ୍‌କୋର୍ଟ ପ୍ରଶ୍ନ ଉଠାଇବା ପରେ ଖବରକାଗଜରେ କ୍ଷମା ପ୍ରାର୍ଥନା କଲା ପତଞ୍ଜଳି – Ibnodisha

[ad_1]

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ଖବରକାଗଜରେ ସର୍ବସାଧାରଣରେ ଅପେକ୍ଷାକୃତ ବଡ଼ ଆକରରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍। ଆଜି ସକାଳେ ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଛି। ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଆଜି ଖବରକାଗଜରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ପତଞ୍ଜଳି ଗତକାଲି ମଧ୍ୟ କ୍ଷମା ମାଗିଥିଲେ, କିନ୍ତୁ ଏହି କ୍ଷମା ପ୍ରାର୍ଥନା ବିଭ୍ରାନ୍ତିକର ବିଜ୍ଞାପନ ଆକାରଠାରୁ ଛୋଟ ହୋଇଥିବାରୁ ପ୍ରଶ୍ନ କରିଥିଲେ ଅଦାଲତ।

ପୂର୍ବରୁ କ୍ଷମା ପ୍ରାର୍ଥନା ପରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ସେ ୬୭ଟି ଖବରକାଗଜରେ ସେ କ୍ଷମା ମାଗିଛନ୍ତି। କୋର୍ଟଙ୍କ ପ୍ରତି ଅତ୍ୟଧିକ ସମ୍ମାନ ରହିଛି ବୋଲି ସେ କ୍ଷମା ମାଗିଛନ୍ତି  ଏବଂ ସେମାନଙ୍କର ଭୁଲ ପୁନରାବୃତ୍ତି କରିବେ ନାହିଁ। ପତଞ୍ଜଳି ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ ବିଜ୍ଞାପନଗୁଡ଼ିକର ମୂଲ୍ୟ ୧୦ ଲକ୍ଷ ଟଙ୍କା।

ହେଲେ ସୁପ୍ରିମ୍‌କୋର୍ଟ ପକ୍ଷରୁ ପ୍ରଶ୍ନ କରାଯାଇଥିଲା କି ସୁପ୍ରିମକୋର୍ଟର ଶୁଣାଣି ପୂର୍ବରୁ ଏକ ସପ୍ତାହ ପରେ କାହିଁକି କ୍ଷମା ପ୍ରାର୍ଥନା କରାଯାଇଥିଲା? ତାହାଛଡ଼ା ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି? ଯୋଗ ଗୁରୁ ସ୍ବାମୀ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ବଡ଼ ଝଟକା ଲାଗିଛି। କାରଣ ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button