ଦେଶ

ଆଇଇଡି ବିସ୍ଫୋରଣ, ପୋଲ କ୍ଷତିଗ୍ରସ୍ତ – Ibnodisha

[ad_1]

ଇମ୍ଫାଲ୍‌: ମଣିପୁରରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଗତରାତିରେ ଆଇଇଡି ବିସ୍ଫୋରଣରେ ଜାତୀୟ ରାଜପଥର ଏକ ପ୍ରମୁଖ ପୋଲ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ବଳେ ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ମଧ୍ୟ ନିଜକୁ ଦାୟୀ କରିନାହାନ୍ତି। ମଙ୍ଗଳବାର ରାତି ୧ଟା ୧୫ ମିନିଟ୍‌ରେ ଏହି ବିସ୍ଫୋରଣ ହୋଇଥିଲା। କାଂପୋକ୍‌ପି ଜିଲ୍ଲାର ୨ ନମ୍ବର ଜାତୀୟ ରାଜପଥର ଇମ୍ଫାଲ୍‌ ସହ ନାଗାଲ୍ୟାଣ୍ଡ୍‌ର ଦିମାପୁରକୁ ସଂଯୋଗ କରୁଥିବା ଏକ ପୋଲ୍‌ରେ ତିନୋଟି କମ୍‌ ଶକ୍ତି ସମ୍ପନ୍ନ ଆଇଇଡି ବିସ୍ଫୋରଣ ହୋଇଥିଲା। ଯାତାୟାତ ପ୍ରଭାବିତ କରିବାକୁ ଏହି ବିସ୍ଫୋରଣ କରାଯାଇଥିବା ଅନୁମାନ କରାଯାଉଛି। ତେବେ ଏଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଉଗ୍ରବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ସମଗ୍ର ଅଞ୍ଚଳକୁ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଘେରାବନ୍ଦୀ କରିଛନ୍ତି। ଆଖପାଖ ଅଞ୍ଚଳର ରାସ୍ତାଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button