IBN ଓଡ଼ିଶା ବ୍ୟୁରୋ

ପାଠ ପଢାରେ ମନ ଲାଗୁନାହିଁ କି ! ଏହାକୁ ଥରେ କରି ଦେଖନ୍ତୁ, ପାଠରେ ରେଜଲ୍ଟ 100 ରୁ 100

ବିଦ୍ୟାର୍ଥୀ ମାନେ ପାଠ ପଢିବା ପାଇଁ ବସିଥାନ୍ତି ସତ । ହେଲେ ପାଠ ପଢିବାର ଅଳ୍ପ ସମୟ ମଧ୍ୟରେ ପିଲା ମାନଙ୍କର ମନ ଅଲଗା ରାଇଜକୁ ଚାଲି ଯାଇଥାଏ । ତାପରେ ଧୀରେ ଧୀରେ କରି ସେମାନଙ୍କ କନସନଟ୍ରେଟ ପାଠ ଉପରୁ ହଟିବା ଆରମ୍ଭ କରିଥାଏ । ତେବେ ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏଭଳି ଏକ ଉପାୟ ବିଷୟରେ ଏଠାରେ କହିବାକୁ ଯାଉଛି । ଯେ ଯଦି ଏହି ଉପାୟକୁ ଫୋଲୋ କରି ପିଲା ମାନେ ନିଜର ପାଠ ପଢିବା ପାଇଁ ବସିଥାନ୍ତି ।

ତେବେ ସେମାନଙ୍କର ମନ ପାଠ ଉପରେ ସଂପୂର୍ଣ୍ଣ ଭାବେ କେନ୍ଦ୍ରୀଭୁତ ହୋଇପାରିବ । ତାପରେ ପ୍ରତିଦିନ ପିଲା ମାନେ କରିଥିବା ପାଠର ଟାର୍ଗେଟକୁ ସେମାନେ ପୁରା କରିକି ହିଁ ସେମାନେ ସେଠାରୁ ଉଠିବେ । ତେବେ ପାଠ ପଢିବା ପାଇଁ ବସିବାର 15 ମିନିଟ ପୂର୍ବରୁ ଏହି ଉପାୟଟିକୁ କରି ଦେଖନ୍ତୁ । ଏହା ଆପଣଙ୍କ ପାଇଁ ନିହାତି କାର୍ଯ୍ୟକାରୀ ହେବ ।

1- ପାଠରେ ଫୋକୋଷ କରିବାକୁ ଚାହୁଁଥିଲେ । ଆପଣ ପ୍ରଥମେ ଗୋଟିଏ ଇଂରାଜୀର ଖବର କାଗଜ ଓ କଲମଟିଏ ଆଣନ୍ତୁ । ତାପରେ ଖବର କାଗଜର କୌଣସି ଗୋଟିଏ ପେପରରେ ଥିବା ବିଷୟବସ୍ତୁକୁ ପଢିବା ପାଇଁ ବାଛି ନିଅନ୍ତୁ । ତାପରେ ପଢିବା ପାଇଁ ଆରମ୍ଭ କରି ଦିଅନ୍ତୁ । ତାପରେ ସେହି ପଢୁଥିବା ପାରାଗ୍ରାଫଟି ମଧ୍ୟରେ ଯେତେ ଯେତେ ଇଂରାଜୀ ଅକ୍ଷର E ଆସିବାକୁ ଲାଗିବ । ସେହି ଲେଟରକୁ ଗୋଲ ବୁଲାଇବା ଆରମ୍ଭ କରି ଦିଅନ୍ତୁ ।

ଏହି କାର୍ଯ୍ୟକୁ ସଂପୂର୍ଣ୍ଣ ଧ୍ୟାନ ଲଗାଇ କରିବାର ଅଛି । ତାପରେ ଧୀରେ ଧୀରେ ଆପଣଙ୍କର ମନ ଓ ମସ୍ତିଷ୍କ ଏକ ହୋଇ ଗୋଟିଏ ଜାଗାରେ କାମ କରିବା ଆରମ୍ଭ କରିଦେବ । ତାପରେ ଆପଣ ନିଜର ବହି, ଖାତା ଖୋଲି ପଢିବା ଆରମ୍ଭ କରି ଦିଅନ୍ତୁ । କାରଣ ସେହି ସମୟରେ ଆପଣଙ୍କର ଫୋକୋଷ ପାଠ ଉପରେ ହିଁ ଚାଲି ଆସିଥିବ । ଯାହା ଦ୍ଵାରା ଆପଣ ବାରମ୍ବାର ପାଠ ମଝିରୁ ଡିସଟ୍ରାକ ହୋଇପାରିବେ ନାହିଁ ।

ତେବେ ପାଠ ପଢାରେ ବସିବା ପୂର୍ବରୁ ନିଜର ବାକି ରହିଥିବା ସବୁ କାମକୁ ସାରି ପାଠ ପାଖରେ ବସନ୍ତୁ । ନଚେତ ଆପଣଙ୍କୁ ବାରମ୍ବାର ପାଠ ଅଧାରୁ ଉଠିବାକୁ ପଡୁଥିବ । ଯାହା ଦ୍ଵାରା ଆପଣଙ୍କର ଧ୍ୟାନ ପାଠରେ ଲାଗିପାରିବ ନାହିଁ । ଏହା ସହ ପାଠ ପଢିବାକୁ ବସଥିଲେ । ନିଜର ମନକୁ ରିଲାକ୍ଷ କରି ନେବାକୁ ପଡିବ ।

ନିଜର ସବୁ ନକରାତ୍ମକ ଚିନ୍ତାଧାରାକୁ ମନରୁ ଦୂର କରି ଭଗବାନଙ୍କର ଆରାଧନା କରି ପଢିବା ପାଇଁ ପଢିବ । ପାଠ ପଢିବା ସମୟରେ ପାଠ ବ୍ଯତୀତ ଅନ୍ୟ କୌଣସି ଭାବନା ମଧ୍ୟ ମନକୁ ଆଣନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button