IBN ଓଡ଼ିଶା ବ୍ୟୁରୋ

କେବଳ ଏହି ଗୋଟିଏ ଉପାୟ ଦ୍ଵାରା ଦାନ୍ତ ମୋତି ଭଳି ଧଳା ହୋଇଯିବ… କଳା, ହଳଦିଆ ଦାନ୍ତକୁ କରନ୍ତୁ ସୁନ୍ଦର ଓ ସୁସ୍ଥ ଦାନ୍ତ

ସୁନ୍ଦର ଦାନ୍ତ ଆମ ମୁଖମଣ୍ଡଳର ସୁନ୍ଦରତା ଅଟେ । ଯେଉଁ ମାନଙ୍କର ଦାନ୍ତ କଳା କି ହଳଦିଆ ପଡିଯାଇଥାଏ । ତେବେ ସେମାନେ ମନ ଖୋଲିକି ଅନ୍ୟ ମାନଙ୍କ ସହ କଥା ମଧ୍ୟ ହୋଇପାରିନଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ବିଷୟରେ କହିବା ପାଇଁ ଯାଉଛୁ । ଆପଣ ନିଜର ଦାନ୍ତରେ ଏହାକୁ ପ୍ରୟୋଗ କରିବା ପରେ ଆପଣଙ୍କର ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ । ଜିଦିଆରୁ ଜିଦିଆ ହଳଦିଆ ହୋଇଯାଇଥିବା ଦନ୍ତ ଧଳା ଓ ସୁନ୍ଦର ମଧ୍ୟ ହୋଇଯିବ ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ 7 ରୁ 8 ଟି ଲବଙ୍ଗର ଆବଶ୍ୟକତା ପଡିବ । ଲବଙ୍ଗରେ ଥିବା ଆଣ୍ଟିବାୟୋଟିକ ଗୁଣ ଆପଣଙ୍କର ଦାନ୍ତକୁ ଧଳା କରିବା ସହ ଦାନ୍ତ ଜନିତ ଅନେକ ପ୍ରକାର ସମସ୍ଯାକୁ ଦୂର କରିଥାଏ । ତେବେ ଆପଣ ଲବଙ୍ଗକୁ ନେଇ ତାହାକୁ ଭଲ ଭାବରେ କୁଟି ତାହାର ଗୁଣ୍ଡ ପ୍ରସ୍ତୁତ କେଇ ଦିଅନ୍ତୁ । ଏହାପରେ ଏକ ପାତ୍ରରେ ଏହି ଲବଙ୍ଗ ଗୁଣ୍ଡକୁ ରଖନ୍ତୁ । ସେହି ଲବଙ୍ଗ ଗୁଣ୍ଡରେ ଚିମୁଟାଏ ଲୁଣ ମିଶାଇ ଦିଅନ୍ତୁ ।

ପରେ ସେଥିରେ ଚିମୁଟାଏ ହଳଦୀ ଆଣି ମିଶାନ୍ତୁ । ତାପରେ ସେଥିରେ ଅଧା ଚାମଚ ଲେମ୍ବୁ ରସ ଚୁପୁଡି ମିଶାନ୍ତୁ । ଲେମ୍ବୁରେ ବହୁ ମାତ୍ରାରେ ଏସିଡ ଭାଗ ଥିବା କାରଣରୁ ଆପଣ ପ୍ରସ୍ତୁତ କରୁଥିବା ଉପଚାରରେ ସାମାନ୍ୟ ପାଣି ମିଶାଇ ଦିଅନ୍ତୁ । ଯେତିକି ମାତ୍ରାରେ ଦାନ୍ତ ଘଷିବା ପାଇଁ ଟୁଥପେଷ୍ଟ ବ୍ୟବହାର କରନ୍ତି । ତାପରେ ସେଥିରେ ସେହି ମାତ୍ରାରେ ଧଳା ଟୁଥପେଷ୍ଟକୁ ରେମିଡିରେ ମିଶାନ୍ତୁ । ତାପରେ ସମସ୍ତ ସାମଗ୍ରୀକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

ଆପଣଙ୍କ ଦାନ୍ତ ପାଇଁ ଏହି ରେମିତିଟି ପ୍ରସ୍ତୁତ ହୋଇଯିବ । ଆପଣ ଯେମିତି ଓ ଯେଉଁ ସମୟରେ ବ୍ରଶ କରନ୍ତି । ସେହିଭଳି ଆପଣ ପ୍ରସ୍ତୁତ କରିଥିବା ଏହି ରେମିଡି ଟୁଥପେଷ୍ଟକୁ ଟୁଥବ୍ରଶ ସାହାଜ୍ଯରେ ଦାନ୍ତରେ ଘଷନ୍ତୁ । ଏହାକୁ ନେଇ ମାତ୍ର 2 ମିନିଟ ଦାନ୍ତରେ ଘଷିବା ଦ୍ଵାରା ଦାନ୍ତ ଧଳା ହେବା ଆରମ୍ଭ କରିବାକୁ ଲାଗିବ ।

ଯେଉଁ ମାନଙ୍କର ଦାନ୍ତ ଅଳ୍ପ ହଳଦିଆ ପଡିଥାଏ । ସେମାନେ ସପ୍ତାହକୁ ମାତ୍ର ଥରେ ଏହି ରେମିଡି ପ୍ରସ୍ତୁତ କରି ଦାନ୍ତକୁ ଘଷନ୍ତୁ । ଯେଉଁ ମାନଙ୍କର ଦାନ୍ତ ବହୁତ ହଳଦିଆ କି କଳା ପଡିଯାଇଥାଏ । ସେମାନେ ଏହି ଉପଚାରର ସପ୍ତାହକୁ 2 ଥର ନିଜ ଦାନ୍ତରେ ପ୍ରୟୋଗ କରନ୍ତୁ ।

ଦେଖିବେ ଧୀରେ ଧୀରେ କରି ଗୋଟି ଗୋଟି କରି ସବୁ ଦାନ୍ତ ହଳଦିଆରୁ ମୋତି ଭଳି ଧଳା ହେବା ଆରମ୍ଭ କରିବ । ଯାହା ଦ୍ଵାରା ଆପଣ ସୁନ୍ଦର ଓ ସୁସ୍ଥ ଦାନ୍ତ ପୁଣି ଥରେ ପାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button