ଦେଶ

ବହୁଚର୍ଚ୍ଚିତ ଧାରାବାହିକ ‘ତାରକ ମେହତାକା ଉଲ୍‌ଟା ଚଷମା’ କଳାକାର ନିଖୋଜ; ଅପହରଣ ମାମଲା ରୁଜୁ – Ibnodisha

[ad_1]

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଭାରତୀୟ ଧାରାବାହିକ ‘ତାରକ ମେହତାକା ଉଲ୍‌ଟା ଚଷମା’ ଖ୍ୟାତି ଗୁରୁଚରଣ ସିଂହ ଗତ କିଛି ଦିନ ହେବ ନିଖୋଜ ‌ଅଛନ୍ତି। ଧାରାବାହିକରେ ସେ ରୋଶନ ସିଂହ ସେ‌ାଢ଼ି ଭୂମିକାରେ ଅଭିନୟ କରିଥିଲେ। ସେ ଅଚାନକ ନିଖୋଜ ହେବା ପରେ ତାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ୍‌ ବର୍ତ୍ତମାନ ଏକ ଅପହରଣ ମାମଲା ପଞ୍ଜିକରଣ କରିଛି। ସେ ଦୀର୍ଘ ୫ ଦିନ ହେବ ନିଖୋଜ ରହିଥିବା ବେଳେ ତାଙ୍କ ପ୍ରଶଂସକମାନେ ଏବେ ଖୁବ୍ ଚିନ୍ତାରେ ଅଛନ୍ତି।

ଅଭିନେତାଙ୍କ ପିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ପୁଅ ସୋମବାର ଦିନ ଦିଲ୍ଲୀରୁ ମୁମ୍ବାଇ ଯାଇଥିଲେ, କିନ୍ତୁ ଦିଲ୍ଲୀରୁ ବାହାରିଥିଲେ ସତ ମୁମ୍ବାଇରେ ସେ କିନ୍ତୁ କେବେ ପହଞ୍ଚି ନଥିଲେ। ସେବେଠାରୁ ତାଙ୍କ ସହ ଟେଲିଫୋନ୍‌ ଯୋଗେ ବି ଯୋଗାଯୋଗ ହୋଇନାହିଁ ବୋଲି ତାଙ୍କ ବାପା ପୁଲିସ୍‌ରେ ଜଣାଇଛନ୍ତି।

ସେ ମାନସିକ ସ୍ତରରେ ସଂପୂର୍ଣ୍ଣ ସୁସ୍ଥ। ପୁଅ ହଜିବା ପରେ ପ୍ରଥମେ ପରିବାର ଲୋକ ନିଜ ହିସାବରେ ଖୋଜାଖୋଜି ଆରମ୍ଭ କରିଥିଲେ। ମାତ୍ର ସେ ନମଳିବାରୁ ସେମାନେ ପୁଲିସ୍‌ର ସହାୟତା ଲୋଡ଼ିଥିଲେ। ପରେ ପୁଲିସ୍‌ରେ ଏକ ମାମଲା ରୁଜୁ ହୋଇଥିଲା। ସୋମବାର ରାତିରେ ପାଲାମ ଅଞ୍ଚଳରେ ସୁରକ୍ଷା କ୍ୟାମେରା ଦ୍ୱାରା କଏଦ ହୋଇଥିବା ଫୁଟେଜରେ ୫୦ ବର୍ଷିୟ ଗୁରୁଚରଣ ସିଂହଙ୍କୁ ରାସ୍ତା ପାର  ହେଉଥିବା ଦେଖିବାକୁ ମିଳିଥିଲା। ପୁଲିସ କହିଛି ଯେ ସେମାନେ ସିସିଟିଭି ଫୁଟେଜ ସ୍କାନ କରୁଛନ୍ତି ଏବଂ ମାମଲାର ତଦନ୍ତ ଚାଲିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button