IBN ଓଡ଼ିଶା ବ୍ୟୁରୋ

ପିତୃ ପକ୍ଷରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 3 ଟି ଜିନିଷ ! ନହେଲେ ପିତୃ ଦୋଷ ଲାଗିଯାଇଥାଏ

ହିନ୍ଦୁ ଧର୍ମରେ ପିତୃ ପକ୍ଷର ମହତ୍ଵ ବହୁତ ଅଧିକ ହୋଇଥାଏ । କାରଣ ଏହି ଦିନ ମାନଙ୍କରେ ଆମ ଘରର ପୂର୍ବଜ ପୃଥିବୀକୁ ଆମ ସହ ଦେଖା କରିବାକୁ ଆସିଥାନ୍ତି । ଘରର ମୁରବୀଙ୍କ ଦ୍ଵାରା ଦାନ କରାଯାଉଥିବା ପିଣ୍ଡ ତଥା ଶ୍ରାଦ୍ଧ ଆଦି କାର୍ଯ୍ୟରେ ପୂର୍ବଯ ମାନେ ପ୍ରସନ୍ନ ହୋଇ ପିତୃ ପକ୍ଷରେ ଆଶ୍ରୀବାଦ ଦେବା ପାଇଁ ଆସିଥାନ୍ତି । ତେଣୁ ଏହି ପିତୃ ପକ୍ଷ ଦିନ ଗୁଡିକରେ ଘରର ସଦସ୍ୟଙ୍କୁ କିଛି ନିୟମ ମଣିବାକୁ ପଡିଥାଏ । ସ୍ନାନ କରିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ କିଛି ଗୁଡିଏ ନିୟମ ରହିଥାଏ ।

ପିତୃ ପକ୍ଷର ଏହି 16 ଦିନରେ କେଉଁ ସବୁ ନିୟମ ଉପରେ ଧ୍ୟାନ ଦେବେ, ଚାଲନ୍ତୁ ଆଲୋଚନା କରି ଜାଣିନେବା । ପିତୃ ପକ୍ଷ ଚାଲୁଥିବା ସମୟରେ ନିଜ ପୂର୍ବ ପୁରୁଷ ମାନଙ୍କର ଆତ୍ମାର ଶାନ୍ତି ନିମନ୍ତେ ପିଣ୍ଡ, ଶ୍ରାଦ୍ଧ କରିବା ଉଚିତ । ଏପରି କରିବା ଦ୍ଵାରା ପୂର୍ବ ପୁରୁଷ ମାନଙ୍କର ଆଶ୍ରୀବାଦ ଘରର ପରିବାର ସଦସ୍ୟଙ୍କୁ ମିଳିଥାଏ । ଏହା ସହ ଘର ଉପରେ କୌଣସି ପ୍ରକାର ପିତୃଦୋଷ ଲାଗିନଥାଏ । ଯେଉଁ କାରଣରୁ ଘରେ ଅଯଥା ସମସ୍ଯାମାନ ଲାଗିରହିନଥାଏ ।

ପିତୃ ପକ୍ଷର ଅବସରରେ ଘରର ସଦସ୍ୟ ନିଜ ଶକ୍ଷ ଅନୁସାରେ ଲୋକ ମାନଙ୍କୁ ଦାନ ଧର୍ମ ଭଳି ଆଦି ପୂଣ୍ୟ କର୍ମ କରିବା ଉଚିତ । ଯାହା ଦ୍ଵାରା ପିତୃ ପୁରୁଷ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ପିତୃ ପକ୍ଷରେ ଆପଣ ବସ୍ତ୍ର ଦାନ କରିପାରିବେ । ଏହି ଦାନକୁ ବହୁତ ଶୁଭ ମନା ଯାଇଥାଏ । ପିତୃ ପକ୍ଷରେ ନଦୀରେ ସ୍ନାନ କରିବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରିକି ସ୍ନାନ କରିବା ଉଚିତ ।

ସ୍ନାନ ସାରି ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହାପରେ ଯଦି ସମ୍ଭବ ତେବେ ଦକ୍ଷିଣ ଦିଗକୁ ମୁହଁ କରି ଦାନ ଧର୍ମ ଆଦି ପୂଣ୍ୟ କାର୍ଯ୍ୟ କରିବା ଉଚିତ । ତମ୍ବା ପାତ୍ରରେ ରାଶି ଦାନ କରିବାକୁ ମଧ୍ୟ ବହୁତ ଶୁଭ କୁହାଯାଇଥାଏ । ଲୁହା ବସ୍ତୁ ମଧ୍ୟ ଦାନ କରିବା ଦ୍ଵାରା ପିତୃ ପୁରୁଷ ଖୁସି ହୋଇଥାନ୍ତି ।

ପିତୃ ପକ୍ଷରେ ମାଂସ, ମଦ ଓ ବାସୀ ଭଳି ଭୋଜନ ବର୍ଜିତ ଅଟେ। ଏଥିସହ ରଶୁଣ ଓ ପିଆଜ ମଧ୍ୟ ସେବନ କରିବା ଅନୁଚିତ । ପିତୃ ପକ୍ଷରେ ଭୋଜନ କରିବା ମୁହଁ ଦକ୍ଷିଣ ଦିଗକୁ ରଖି ଖାଦ୍ୟ ସେବନ କରିବା ଉଚିତ । କେବଳ ପିତୃ ପକ୍ଷରେ ହିଁ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ।

ଯାହା ଦ୍ଵାରା ଏହା ପିତୃ ପୁରୁଷଙ୍କୁ ପ୍ରାପ୍ତ ହେବା ସହ ସେମାନେ ସନ୍ତୁଷ୍ଟି ଲାଭ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button