ଦେଶ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୮ ମୃତ, ୨୩ ଆହତ – Ibnodisha

[ad_1]

ବେମତାରା: ଛତିଶଗଡ଼ର ବେମାତାରା ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇ ୫ ଜଣ ମହିଳା ଓ ୩ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୩ ଜଣ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ମୃତ ବ୍ୟକ୍ତିମାନେ ହେଲେ ଭୁରୀ ନିଶାଦ (୫୦), ନିରା ସାହୁ (୫୫), ଗୀତା ସାହୁ (୬୦), ଅଗ୍ନି ସାହୁ (୬୦), ଖୁଶୁବୁ ସାହୁ (୩୯), ମଧୁ ସାହୁ (୫), ରିକେଶ ନିଶାଦ (୬) ଏବଂ ଟ୍ୱିଙ୍କଲ ନିଶାଦ ( ୬)।

ରବିବାର ବିଳମ୍ବିତ ରାତିରେ କାଥିଆ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ​​ଯେତେବେଳେ ପୀଡିତାମାନେ ଏକ ପାରିବାରିକ କାର୍ଯ୍ୟରେ ଯୋଗ ଦେବା ପରେ ଫେରୁଥିଲେ ‌ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ଜାଣିବାକୁ ମିଳିଛି ଯେ ଟ୍ରକ୍‌‌ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ପୀଡ଼ିତମାନେ ଯାଉଥିବା ଗାଡ଼ିଟି ଯାଇ ସେଥିରେ ପିଟି ହୋଇ ଯାଇଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ସମସ୍ତ ଗୁରୁତରଙ୍କୁ ରାୟପୁର ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button