IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ଘର ଆଖପାଖରେ ଅଛି କି ବ୍ରାହ୍ମୀ ବୁଟୀ ବୃକ୍ଷ ! ଜାଣନ୍ତୁ ଏହାର ଚମକାଇ ଦେବା ଭଳି ଫାଇଦା ! Improve Your Brain Power

ବ୍ରାହ୍ମୀ ଗଛର ପତ୍ର ଭୌତିକ ଜ୍ଞାନ ବଢାଇବାରେ ସବୁଠାରୁ ଅଧିକ ଫାଇଦା ଆଣିଦେଇଥାଏ । କିଛି ପିଲା ଥାନ୍ତି ଯେଉଁମାନେ କେବଳ 15, 20 ମିନିଟ ପଢିଲେ ହିଁ ସବୁକିଛି ସେମାନନଙ୍କର ମନେ ରାହିଯାଏ । ଆଉ କିଛି ପିଲା ଥାନ୍ତି ଦିନ ରରାଟୀ ପଢିବା ପରେ ମଧ୍ୟ ତାଙ୍କର ପାଠ ମନେରୁହେ ନାହିଁ । କାରଣ ତାଙ୍କର ସ୍ମରଣ ଶକ୍ତି କମ ଥାଏ ।

ଏଭଳି ପିଲାଙ୍କ ପାଇଁ ଏହି ବ୍ରାହ୍ମୀ ଗଛ କୌଣସି ବରଦାନ ଠାରୁ ମଧ୍ୟ କମ ନୁହେଁ । ଯଦି ଆପଣଙ୍କ ମାନସିକ  ଥକାପଣ ବହୁତ ଶୀଘ୍ର ହେଉଥାଏ କୌଣସି କାମ କରିବା ପାଇଁ ଆପଣ ପ୍ରଥମେ ମାନସିକ ସ୍ତରରେ ଦୁର୍ବଳ ହୋଇଯାଉଥାନ୍ତି ତେବେ ଆପଣଙ୍କ ପାଇଁ ବ୍ରାହ୍ମୀ ପତ୍ର ବହୁତ ଫାଇଦା ଦେବ । ଯଦି ଆପଣଙ୍କୁ ନିଦ ହେଉନଥାଏ ତେବେ ଏଥିପାଇଁ ମଧ୍ୟ ଆପଣ ବ୍ରାହ୍ମୀର ପ୍ରୟୋଗ କରିପାରିବେ ।

ଯଦି କାହାର ମାନସିକ ସ୍ଥିତି ଭଲ ନଥାଏ କିମ୍ବା ପାଗଳ ହୋଇଥାନ୍ତି ସେଥିପାଇଁ ମଧ୍ୟ ବ୍ରାହ୍ମୀ ପତ୍ର ବେସ ଲାଭକାରୀ ହୋଇଥାଏ । ମସ୍ତିସ୍କ ସହ ଜଡିତ ଯାହା ବି ସବୁ ରୋବ ବୈରାଗ ରହିଥାଏ ସେହି ସବୁର ନିରାକରଣ ପାଇଁ ବ୍ରାହ୍ମୀ ହିଁ ସର୍ବ ପ୍ରଥମ ଉପଚାର ଅଟେ । ଆପଣଙ୍କ ଶରୀରରେ ଆଘାତ ଲାଗିଯାଏ ତେବେ ଏହି ପତ୍ରକୁ ବାଟି ଆପଣ ସେହି ସ୍ଥାନରେ ଲଗାଇବା ଦ୍ଵାରା ଆପଣଙ୍କ ଘା ଭଲ ହୋଇଯାଇଥାଏ ।

ଏହାସହିତ ଆପଣ ବ୍ରାହ୍ମୀ ପତ୍ରର ପେଷ୍ଟ ପ୍ରସ୍ତୁତ କରି ଆପଣଙ୍କ କେଶରେ ଲଗାଇପାରିବେ । ଏହାଦ୍ବାରା ଆପଣଙ୍କ କେଶର ସମସ୍ୟା ଦୂର ହୋଇଯାଇଥାଏ । 4 ରୁ 5 ଟି ପତ୍ରର ରସ ବାହାର କରିଦିଅନ୍ତୁ । ଏହାପରେ ଆପଣ ଏହାର ସେବନ କରିପାରିବେ । କିମ୍ବା ଆପଣ ଏହି ବ୍ରାହ୍ମୀ ପତ୍ରକୁ କଞ୍ଚା ମଧ୍ୟ ଖାଇପାରିବେ । ଆପ ଏହି ପତ୍ରକୁ ଖାଉଥିବା ସାଲାଡରେ ମଧ୍ୟ ପକାଇ ନେଇପାରିବେ ।

ଦୁଇ ରୁ ତିନୋଟି ପତ୍ର ଆପଣ ପାଣିରେ ପକାଇ ତାହାକୁ ଫୁଟାଇ ସେହି ପାଣିର ସେବନ ମଧ୍ୟ ଆପଣ କରିପାରିବେ । ଯେକୌଣସି ପ୍ରକାର ଆପଣ ଏହାର ପ୍ରୟୋଗ କରି ଲାଭ ଉଠାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button