IBN ଓଡ଼ିଶା ଏକ୍ସକ୍ଲୁସିଭ୍

Vastu tips; – ଘରର ଠାକୁର ଘରେ କେଉଁ ଫୋଟ ବା ମୂର୍ତ୍ତି ରଖିବା ଅନୁଚିତ ! କେଉଁ ଠାକୁରଙ୍କର କେତୋଟି ମୂର୍ତ୍ତି ପୂଜା କଲେ, ଘରେ ଦେଖାଦିଏ କଳହ

ନମସ୍କାର ବନ୍ଧୁଗଣ, ଏହି ଦୁନିଆରେ ସମସ୍ତେ ନୀତି ନିୟମରେ ବନ୍ଧା ହୋଇ ରହିଛନ୍ତି । ତେଣୁ ସର୍ବଶ୍ରେଷ୍ଠ ହେଉଛି ନୀତି ନିୟମର ପାଳନ କରିବା । କିଛି କଥା ଆମକୁ ଜଣାଥାଏ ତ ଆଉ କିଛି ଜଣା ନଥାଏ ଯେଉଁ କାରଣା ପାଇଁ ଆମ ଦ୍ଵାରା ଭୁଲ ବାରମ୍ବାର ହୋଇଥାଏ ଆଉ ଘରେ ଅଶାନ୍ତି ଲାଗିରହିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ନୀତି ନିୟମ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କୁ ଆପଣଙ୍କ ଘରେ ହେଉଥିବା କଳହ ଏବଂ ଅଶାନ୍ତି ରୁ ମୁକ୍ତି ଦେବ ।

1- ଠାକୁର ଘରେ ସର୍ବପ୍ରଥମେ ଗଣେଶଙ୍କୁ ପୂଜା କରିବା ଉଚିତ । ତାଙ୍କୁ ସ୍ନାନ କରାଇବା ପରେ ବସ୍ତ୍ର କୁଙ୍କୁମ, ଅକ୍ଷତ ଏବଂ ଧୂପ ଦୀପ ଜଳାଇ ପୂଜା କରିବା ଉଚିତ ହୋଇଥାଏ । 2- ଗଣେଶଙ୍କ ପରେ ନାରାୟଣଙ୍କୁ ଧୂପ ଦୀପ ଏବଂ ଚନ୍ଦନା ଅର୍ପଣ କରି ପୂଜା ଅର୍ଚ୍ଚନା କରିବା ଦ୍ଵାରା ଆପଣଙ୍କର କଲ୍ଯାଣ ହୋଇଥାଏ ।

3- ଏହାପରେ ଆପଣ ମହାଦେବଙ୍କୁ ଫୁଲ, ଅକ୍ଷତ ଏବଂ ଚନ୍ଦନ ଇତ୍ୟାଦି ଅର୍ପଣ କରି ଧ୍ୟାନ କରିବା ଉଚିତ । ଏହା ମଙ୍ଗଳକାରୀ ହୋଇଥାଏ । 4- ମହାଦେବଙ୍କ ପରେ ମାତା ଦୂର୍ଗା ଏବଂ ସୂର୍ଯ୍ୟ ଦେବଙ୍କୁ ପୂଜା ଆରାଧନା କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ । 5- ଠାକୁର ଘରେ କେବେ ମଧ୍ୟ ମଉଳି ଯାଇଥିବା ଫୁଲ ଏବଂ ବାସୀ ଫୁଲ ରଖିବା ଉଚିତ ନୁହେଁ ଏହା ଆପଣଙ୍କ ଘରେ ନାକାରତ୍ମକ ଶକ୍ତିକୁ ବୃଦ୍ଧି କାରାଇଥାଏ ।

6-  ଠାକୁର ଘରେ ଡିଆସିଲି ବ୍ୟବହାର କରିସାରିବା ପରେ କେବେ ମଧ୍ୟ ଭିତରେ ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । 7-  ସକାଳୁ ଠାକୁର ପୂଜା କରିବା ଦ୍ଵାରା ଦିନ ସାରା ସକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ଏବଂ କାର୍ଯ୍ୟରେ ଏକାଗ୍ରତା ବୃଦ୍ଧି ହୋଇଥାଏ ।

8- ସକାଳ ସମୟରେ ଠାକୁର ପୂଜା କରିବା ପରେ ଭୋର ସମୟରେ ତଥା ସକାଳ 6 ଟା ରୁ 8 ଟା ଭିତରେ ପୂଜା କରିବା ଉଚିତ । ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ । 9- ଦିନ ବାରଟା ରୁ ଚାରିଟା ଭିତରେ ଠାକୁର ପୂଜା କରିବା ଅନୁଚିତ । ଶାସ୍ତ୍ର ଅନୁଯାୟୀ ଏହି ସମୟ ବର୍ଜିତ ହୋଇଥାଏ । କାରଣ ଏହା ଠାକୁରଙ୍କ ବିଶ୍ରାମ ସମୟ ହୋଇଥାଏ ।

10-  ଘରେ ଦୁଇଟି ଶିବଲିଙ୍ଗ, ତିନୋଟି ଗଣେଶଙ୍କ ମୂର୍ତ୍ତି, ଦୁଇଟି ସୂର୍ଯ୍ୟଙ୍କ ଫଟୋ କିମ୍ବା ପ୍ରତିମା, ତିନୋଟି ଦେବୀ ମୂର୍ତ୍ତି ଏବଂ ଦୁଇଟି ଶାଳଗ୍ରାମ ରଖିବା ଉଚିତ ନୁହେଁ । ଏହାଦ୍ୱାରା ଆପଣଙ୍କ ଗୃହରେ ଅଶାନ୍ତି ଦେଖା ଦେଇଥାଏ । 11- କେବେବି ଠାକୁରଙ୍କ ଫଟୋ କିମ୍ବା ମୂର୍ତ୍ତି ଘରର ନୈଋତ କୋଣରେ ରଖିବା ଉଚିତ ନୁହେଁ

Related Articles

Leave a Reply

Your email address will not be published. Required fields are marked *

Back to top button